Get Updates
Get notified of breaking news, exclusive insights, and must-see stories!

IPL 2025: ଅଢେଇ ମାସ ପରେ ଆଜି ଶେଷ ଲଢେଇ; ଆରସିବି ବନାମ ପଞ୍ଜାବ, କିଏ ଜିତିବ ଟ୍ରଫି ? AAR

ଦଶ ଦଳକୁ ନେଇ ୭୪ ଦିନର ଯାତ୍ରା ଏବେ ଫାଇନାଲ ଲଢେଇରେ । ୭୪ତମ ମ୍ୟାଚ୍‌ ସହ ମଙ୍ଗଳବାର ଶେଷ ହେବାକୁ ଯାଉଛି ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ। ଏହି ଦୁଇ ଦଶନ୍ଧିରେ ଯେଉଁ ଦୁଇଟି ଦଳ ନିଜ ଟ୍ରଫି ସ୍ବପ୍ନକୁ ସାକାର କରିପାରିନାହାନ୍ତି ସେମାନେ ଏବେ ଅବତୀର୍ଣ୍ଣ ଅଛନ୍ତି ଟାଇଟଲ୍ ଟକ୍କରରେ।

ଗୋଟିଏ ରୟାଲ୍ (ଆର୍‌ସିବି) ଏବଂ ଅନ୍ୟଟି କିଙ୍ଗ୍ସ (ପଞ୍ଜାବ କିଙ୍ଗ୍ସ), କିନ୍ତୁ କେବେ ରାଜ କରିପାରିନାହାନ୍ତି ଟ୍ରଫି ଉପରେ। ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ମଙ୍ଗଳବାରର ଏହି ଫାଇନାଲ୍ ମ୍ୟାଚ୍‌କୁ ଅଧୁରା ସ୍ବପ୍ନର ମଧୁର ଲଢ଼େଇ କହିହେବ। ୬ ମାସ ତଳେ ଯେଉଁ ଦୁଇ ଅଧିନାୟକ ଘରୋଇ କ୍ରିକେଟର୍ ପ୍ରମୁଖ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ ଅବତୀର୍ଣ୍ଣ ହୋଇଥିଲେ ଏବେ ସେହି ଦୁଇ ଜଣ ହିଁ ସମାନ ଭୂମିକାରେ ରହିଛନ୍ତି। ପ୍ରତିଯୋଗିତା କେବଳ ଭିନ୍ନ ରହିଛି।

IPL 2025

ଏଥର ମହାମଞ୍ଚ ଆଇପିଏଲ୍‌ ଅପେକ୍ଷା କରିଛି ନୂଆ ବିଜେତାକୁ ପାଇବାକୁ। ମୁସ୍ତାକ ଅଲୀ ଟ୍ରଫିରେ ଶ୍ରେୟସ ଆୟରଙ୍କ ଦଳ ମୁମ୍ବାଇ ୫ ୱିକେଟ୍‌ରେ ରଜତ ପଟିଦାରଙ୍କ ମଧ୍ୟପ୍ରଦେଶ ଦଳକୁ ହରାଇଥିଲା। ଆଇପିଏଲ୍‌ରେ ନିଜ ନିଜ ଫ୍ରାଞ୍ଚାଇଜ୍‌ର ପ୍ରଥମ ନେତୃତ୍ବରେ କିନ୍ତୁ ଫାଇନାଲ୍ ଖେଳିବାକୁ ଯାଉଛନ୍ତି ଏହି ଦୁଇ ଭାରତୀୟ ତାରକା। ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ସୋମବାର ମିଳିତ ସାମ୍ବାଦିକ ସମ୍ମିଳନୀରେ ବି ଉଭୟ ସ୍ବୀକାର କରିଛନ୍ତି ଏହାର ଚାପ ଓ ଆହ୍ବାନକୁ ନେଇ। ଚାପ ପରିସ୍ଥିତିକୁ ଭଲ ପାଏ, ଖେଳାଳିଙ୍କଠାରୁ ଏହା ଶ୍ରେଷ୍ଠ ବାହାର କରିବାର ମଉକା ବି ଦିଏ ବୋଲି ଆୟର କହିଛନ୍ତି।

ସମ୍ଭାବ୍ୟ ଆର୍‌ସିବି: ବିରାଟ କୋହଲି, ଫିଲ୍ ସଲ୍‌ଟ, ମୟଙ୍କ ଅଗ୍ରୱାଲ୍, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଲିୟାମ ଲିଭିଂଷ୍ଟୋନ, ରୋମାରିଓ ସେଫର୍ଡ, ଭୁବନେଶ୍ବର କୁମାର, ୟଶ୍ ଦୟାଲ, ଜୋସ୍ ହାଜେଲଉଡ୍, ସୂୟାଶ ଶର୍ମା।

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ, ଜୋସ୍ ଇଙ୍ଗ୍‌ଲିସ, ଶ୍ରେୟସ୍ ଆୟର (ଅଧିନାୟକ), ନେହଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମାତୁଲ୍ଲା ଓମାରଜାଇ, କାଇଲ ଜାମିସନ୍, ହରପ୍ରୀତ୍‌ ବ୍ରାର୍, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ବର୍ଷାର ପୂର୍ବାନୁମାନ
କ୍ବାଲିଫାୟାର-୨ ଭଳି ମଙ୍ଗଳବାର ବି ବର୍ଷାର ପ୍ରତିବଂଧକ ରହିବ ବୋଲି ଅହମଦାବାଦ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଅଳ୍ପରୁ ସାଧାରଣ ବ‌ର୍ଷାର ସମ୍ଭାବନା ଥିବାରୁ ମ୍ୟାଚ୍‌ ଧୋଇନେବା ସ୍ଥିତି ରହିବ ନାହ‌ିଁ ବୋଲି କୁହାଯାଉଛି। ତଥାପି ଫାଇନାଲ୍ ମ୍ୟାଚ୍‌ ପାଇଁ ରିଜର୍ଭ ଦିବସ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+