ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲ ପ୍ଲେ ଅଫରେ ଚତୁର୍ଥ ଦଳ ଭାବେ ପ୍ରବେଶ କଲା ମୁମ୍ବାଇ ଇଣ୍ଡି । 63ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 59 ରନରେ ପରାସ୍ତ କରି ପ୍ଲେଅଫରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ । 181 ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ ଦଳ 121 ରନରେ ଅଲଆଉଟ୍ ହୋଇଥିଲା । ମୁମ୍ବାଇ ପକ୍ଷରୁ ବୁମରା 3.2 ଓଭରରେ 12 ରନ ଦେଇ 3 ୱିକେଟ୍ ନେଇଥିବା ବେଳେ ସାଣ୍ଟନର 4 ଓଭରରେ 11 ରନ ଦେଇ 3 ୱିକେଟ୍ ନେଇଥିଲେ।

ଗୁଜରାଟ, ଆରସିବି ଏବଂ ପଞ୍ଜାବ ପରେ, ମୁମ୍ବାଇ ପ୍ଲେଅଫରେ ପହଞ୍ଚିବାରେ ଚତୁର୍ଥ ଦଳ ହୋଇଛି। ଏହି ବିଜୟ ସହିତ, ମୁମ୍ବାଇର ମୋଟ ପଏଣ୍ଟ 16 ହୋଇଛି ଏବଂ ଲିଗର ସେମାନଙ୍କର ଶେଷ ମ୍ୟାଚ୍ ପଞ୍ଜାବ ବିପକ୍ଷରେ ଖେଳାଯିବ ।
ଦିଲ୍ଲୀ 181 ରନର ଟାର୍ଗେଟକୁ ପିଛା କରିବାରେ ବିଫଳ ହୋଇଥିଲା । କାରଣ ସମୀର ରିଜଭି ( 39 ରନ) ବ୍ୟତୀତ ଦିଲ୍ଲୀର କୌଣସି ବ୍ୟାଟସମ୍ୟାନ ପଡିଆରେ ବେଶି ସମୟ ତିଷ୍ଠି ପାରିନଥିଲେ। ଯାହାଦ୍ୱାରା 59 ରନରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଛି । ମୁମ୍ବାଇର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଅକ୍ସର ପଟେଲ ବାହିନୀ ।
ଦିଲ୍ଲୀ କ୍ରମାଗତ 4ଟି ମ୍ୟାଚ୍ ଜିତି ନିଜର ଅଭିଯାନ ଆରମ୍ଭ କରିବା ସତ୍ତ୍ୱେ IPL 2025ରେ ପ୍ଲେଅଫ୍ ରେସରୁ ବାହାର ହୋଇଯାଇଛି । ଯେତେବେଳେ ମୁମ୍ବାଇ ଆରମ୍ଭରେ କ୍ରମାଗତ 5ଟି ମ୍ୟାଚ୍ ପରାଜୟ ସତ୍ତ୍ୱେ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରି ପୁଣି ଥରେ ସମସ୍ତଙ୍କୁ ଚମକାଇ କରିଛି।
ଟସ୍ ହାରିବା ପରେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 180 ରନ କରିଥିଲା, ଯେଉଁଥିରେ ଶେଷ ଦୁଇ ଓଭରରେ 48 ରନ ଆସିଥିଲା । 16ତମ ଓଭର ଶେଷରେ ସୂର୍ଯ୍ୟକୁମାର 28 ବଲ୍ ରେ 38 ରନ୍ କରି ବ୍ୟାଟିଂ କରୁଥିଲେ କିନ୍ତୁ ସେ ଡେଥ୍ ଓଭରରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଶେଷ ଓଭରରେ ଦୁଷ୍ମନ୍ତ ଚାମୀରାଙ୍କ ବଲରେ 2ଟି ଛକା ଏବଂ 2ଟି ଚୌକା ସହିତ 21 ରନ କରିଥିଲେ। ସୂର୍ଯ୍ୟ 43 ବଲ୍ରେ 73 ରନ୍ର ଇନିଂସ ଖେଳିଥିଲେ, ଯେଉଁଥିରେ 7 ଚୌକା ଏବଂ 4 ଛକା ଅନ୍ତର୍ଭୁକ୍ତ ଥିଲା।












Click it and Unblock the Notifications