IPL 2025: ୧୧.୨୫ କୋଟିରେ ଈଶାନ କିଶନଙ୍କୁ କିଣିଲା ସନ ରାଇଜର୍ସ ହାଇଦ୍ରାବାଦ
ୱିକେଟ କିପର ବ୍ୟାଟର ଈଶାନ କିଶନଙ୍କୁ ମେଗା ଅକ୍ସନରେ ସନ ରାଇଜର୍ସ ହାଇଦ୍ରାବାଦ ୧୧.୨୫ କୋଟି ଟଙ୍କା ଦେଇ କିଣିଛି। ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରି ଦେଇଥିଲା।
ସେ ୨ କୋଟିର ବେସ ପ୍ରାଇସ ସହ ଅକ୍ସନକୁ ଆସିଥିଲେ। ମୁମ୍ବାଇ ତାଙ୍କୁ କିଣିବାକୁ ଚେଷ୍ଟା କରିଥିଲେ ହେଁ ୪ କୋଟିରୁ ଆଗକୁ ଯାଇ ନଥିଲା। ଏହାପରେ ପଞ୍ଜାବ ସହ ଦିଲ୍ଲୀର ବିସ ୱାର ହୋଇଥିଲା। କିଶନଙ୍କ ଦାମ ୧୦.୫୦ କୋଟି ଥିବା ବେଳେ ହାଇଦ୍ରାବାଦ ବିଡ ଲଗାଇଥିଲା। ଏହାପରେ ହାଇଦ୍ରାବାଦ ତାଙ୍କୁ ୧୧.୨୫ କୋଟି ଟଙ୍କାରେ କିଣି ନେଇଛି। ଏହାର ଅର୍ଥ ଈଶାନ କିଶନ ୨୦୨୫ରୁ ହାଇଦ୍ରାବାଦ ପାଇଁ ଖେଳିବେ।

ଇଂଲଣ୍ଡର ବିସ୍ଫୋରକ ୱିକେଟ କିପର ବ୍ୟାଟର ଫିଲ ସଲ୍ଟଙ୍କୁ ଆରସିବି କିଣିଛି। ୨୦୨୪ରେ ସଲ୍ଟ କୋଲକାତା ପାଇଁ ଖେଳୁଥିଲେ। ହେଲେ ଏବେ ସେ ଆରସିବିର ନୂଆ ସଦସ୍ୟ ହୋଇଛନ୍ତି। ତାଙ୍କୁ ଆରସିବି ୧୧.୫୦ କୋଟି ଟଙ୍କାରେ କିଣିଛି। ତାଙ୍କୁ କେକେଆର ନେବାକୁ ଚେଷ୍ଟା କରିଥିଲେ ହେଁ ଶେଷରେ ଆରସିବି ବାଜି ମାରି ନେଇଛି।
ଅନତ୍ୟମ ୱିକେଟ କିପର ଜିତେଶ ଶର୍ମାଙ୍କୁ ମଧ୍ୟ ଆରସିବି ୧୧ କୋଟି ଟଙ୍କାରେ କିଣିଛି। ଜିତେଶଙ୍କୁ ନେବା ପାଇଁ ପଞ୍ଜାବ ଚେଷ୍ଟା କରିଥିଲା। ତାଙ୍କ ଦାମ ୭ କୋଟିରେ ପହଞ୍ଚିବା ପରେ ପଞ୍ଜାବ ଆରଟିଏମ ବ୍ୟବହାର କରିଥିଲା। ହେଲେ ଆରସିବି ଜିତେଶଙ୍କ ଦାମକୁ ୧୧ କୋଟି ବଢ଼ାଇ ଦେବାକୁ ପଞ୍ଜାବ ବିଡରୁ ଓହରି ଯାଇଥିଲା।
ଜନ୍ନି ବେୟାରଷ୍ଟୋଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିବା ବେଳେ ରହମନୁଲ୍ଲା ଗୁରବାଜ ବେସ ପ୍ରାଇସ ୨ କୋଟିରେ କୋଲକାତା ପାଖକୁ ଯାଇଛନ୍ତି। ସେହିପରି କ୍ୱିଣ୍ଟନ ଡି'କକଙ୍କୁ କେକେଆର ୩.୬୦ କୋଟି ଟଙ୍କାରେ କିଣିଛି।












Click it and Unblock the Notifications