ଆଜିଠାରୁ ଆଇପିଏଲ ୨୦୨୫: କେକେଆର ବନାମ ଆରସିବି, କେଉଁଠି ଦେଖିପାରିବେ ଉଦ୍‌ଘାଟନୀ ମ୍ୟାଚ୍‌ ?

ଆଜିଠାରୁ ଆଇପିଏଲ। ଇଡେନ ଗାର୍ଡେନ୍ସରେ ଶନିବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ ସଂସ୍କରଣ।

ଗତଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ।

ନୂଆ ନିୟମ ଲାଗୁ ହେବାକୁ ଯାଉଥିବାବେଳେ ଦୁଇ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଅଜିଙ୍କ୍ୟ ରାହାନେ କେକେଆର ଓ ରଜତ ପଟିଦାର ଆରସିବି ଦଳର ନେତୃତ୍ୱ ନେବେ।

ଲିଗ୍‌ର ଏହି ୧୮ଶ ସିଜନରେ ଆହୁରି ମଧ୍ୟ କେତେକ ନୂଆ ନିୟମ ଲାଗୁ କରାଯିବ। କାକରର ପ୍ରଭାବକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ସନ୍ଧ୍ୟାରେ ଆରମ୍ଭ ହେଉଥିବା ମ୍ୟାଚର ଦ୍ୱିତୀୟ ଇନିଂସର ୧୧ତମ ଓଭରରେ ନୂଆ ବଲ୍‌ ବ୍ୟବହାର ହୋଇପାରିବ। ଏହା ଫଳରେ ହାଇସ୍କୋରିଂ ମ୍ୟାଚ ଟ୍ରେଣ୍ଡ ବଳବତ୍ତର ରହିବ। ମାତ୍ର ଅପରାହ୍ନ ମ୍ୟାଚରେ ଏହି ନିୟମ ଲାଗୁ ହେବନାହିଁ।

ଆଇପିଏଲ୍‌ ୨୦୨୫ରେ ୭ଟି ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିରାଟ କୋହଲିଙ୍କ ଉପସ୍ଥିତି ସତ୍ତ୍ୱେ ଏପର୍ଯ୍ୟନ୍ତ ଭାରତ ପାଇଁ ଗୋଟିଏ ହେଲେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥିବା ରଜତ ପଟିଦାର ଆରସିବି ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ସେହିପରି ଲୋକେଶ ରାହୁଲ ସାମିଲ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅକ୍ଷର ପଟେଲଙ୍କୁ ଅଧିନାୟକ କରାଯାଇଛି। ୨୦୨୪ରେ କେକେଆରକୁ ଚାମ୍ପିୟନ କରାଇଥିବା ଶ୍ରେୟସ ଆୟର ଏବେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେବାକୁ ଯାଉଥିବାବେଳେ ଅଜିଙ୍କ୍ୟ ରାହାନେଙ୍କୁ ନାଇଟ ରାଇଡର୍ସ ଦାୟିତ୍ୱ ଦିଆଯାଇଛି।

ଉଦ୍‌ଘାଟନୀ ମ୍ୟାଚରେ କେକେଆର ଓ ଆରସିବି ହେଉଛନ୍ତି ପୁରୁଣା ପ୍ରତିଦ୍ୱନ୍ଦ୍ୱୀ। ୧୭ ବର୍ଷ ତଳେ ୨୦୦୮ରେ ସର୍ବପ୍ରଥମ ଆଇପିଏଲ୍‌ର ଉଦ୍‌ଘାଟନୀରେ ଏହି ଦୁଇଦଳ ପରସ୍ପରକୁ ଭେଟିଥିଲେ। ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ବିସ୍ଫୋରକ ୧୫୮ ରନ ସହାୟତାରେ ବୃହତ୍‌ ସ୍କୋର କରିଥିବା କେକେଆର ଏହି ମ୍ୟାଚକୁ ୧୪୦ ରନରେ ଜିତି ନେଇଥିଲା। ସେବେଠାରୁ ଦେଖିବାକୁ ଗଲେ କେକେଆର ୩ ଥର ଟାଇଟଲ ଜିତି ସାରିଥିବାବେଳେ ଆରସିବି ଏବେ ମଧ୍ୟ ଟ୍ରଫି ଅପେକ୍ଷାରେ ରହିଛି। ରାହାନେଙ୍କ ନେତୃତ୍ୱରେ କେକେଆର ଏଥର ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଭାରତକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ବିରାଟ କୋହଲିଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ୩୬ ବର୍ଷରେ ମଧ୍ୟ ସୁନୀଲ ନାରିନ କେକେଆର୍‌ର ମ୍ୟାଚ ବିଜେତା ସାବ୍ୟସ୍ତ ହେବା ଦକ୍ଷତା ରଖିଛନ୍ତି।

ଆରସିବି କଥା ଦେଖିବାକୁ ଗଲେ ଟପ୍‌ ଅର୍ଡରରେ ଫିଲ୍‌ ସଲ୍ଟ ଓ କୋହଲି ରହିଥିବାବେଳେ ଜୀତଶେ ଶର୍ମା ଓ ଲିଆମ ଲିଭିଂଷ୍ଟୋନ ଫିନିଶର ଭୂମିକା ତୁଲାଇବେ। ମାତ୍ର ଦଳର ବୋଲିଂ ବିଭାଗ ଅତ୍ୟନ୍ତ ଦୁର୍ବଳ ମନେ ହେଉଛି। ଭେଟେରାନ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଜୋଶ ହାଜେଲଉଡ୍‌ ଇଡେନର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିପରି ପ୍ରଭାବୀ ରହୁଛନ୍ତି ତା' ଉପରେ ନଜର ରହିବ।

ଆଇପିଏଲ୍‌-୧୮
(ଆଜିର ମ୍ୟାଚ)
କେକେଆର ବନାମ ଆରସିବି
ସ୍ଥାନ: କୋଲକାତା
ସମୟ: ସନ୍ଧ୍ୟା ୭ଟା ୩୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ, ଜିଓହଟଷ୍ଟାର

ସମ୍ଭାବ୍ୟ କେକେଆର ଏକାଦଶ: ସୁନୀଲ ନାରିନ, କ୍ୱିଣ୍ଟନ ଡି'କକ୍‌, ଅଜିଙ୍କ୍ୟ ରାହାନେ (ଅଧିନାୟକ), ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ରମଣଦୀପ ସିଂ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ସ୍ପେନସର ଜନସନ/ଏନରିଚ ନର୍ଜେ, ବୈଭବ ଆରୋରା।

ସମ୍ଭାବ୍ୟ ଆରସିବି ଦଳ: ଫିଲ୍‌ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପଡିକଲ, ରଜତ ପଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜୀତେଶ ଶର୍ମା, ଟିମ୍‌ ଡାଭିଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ, ୟଶ ଦୟାଲ, ସ୍ବପ୍ନିଲ ସିଂ/ମୋହିତ ରାଠି/ରସିଖ ସଲାମ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+