IPL 2025: ସୁରକ୍ଷା କାରଣରୁ ବଦଳିଲା ଷ୍ଟାଡିୟମ୍, କୋଲକତା ବଦଳରେ ଗୌହାଟୀରେ ଖେଳାଯିବ ମ୍ୟାଚ୍
IPL 2025: ମାର୍ଚ୍ଚ ୨୨ ତାରିଖରେ IPL 2025ର ପ୍ରଥମ ମ୍ୟାଚ୍ ଖେଳାଯିବ । କୋଲକତା ଇଡେନ୍ ଗାର୍ଡେନରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଇଡେନ୍ ଗାର୍ଡେନରେ କୋଲକତା ନାଇଟ୍ ରାଇଡର୍ସ ଏବଂ ଆରସିବି ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏହାରି ମଧ୍ୟରେ ଆପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି ।
ଏପ୍ରିଲ ୬ ତାରିଖରେ କୋଲକାତା ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ (LSG) ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବାର ଥିଲା । ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳା ଯାଇଥାନ୍ତା । ହେଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ମ୍ୟାଚ୍ କୋଲକତା ବଦଳରେ
ଗୌହାଟୀରେ ଖେଳାଯିବା ନେଇ ସୂଚନା ରହିଛି ।

ଚଳିତ ବାର୍ଷ ମଧ୍ୟ ୧୦ଟି ଟିମ୍ ଆଇପିଏଲରେ ଅଂଶଗ୍ରହଣ କରିବେ । ଏହି ଦଳ ମଧ୍ୟରେ ୬୫ ଦିନରେ ମୋଟ୍ ୭୫ଟି ମ୍ୟାଚ୍ ଖେଳାଯିବ ଏହି ସମସ୍ତ ମ୍ୟାଚ୍ ଦେଶର ୧୩ଟି ସ୍ଥାନରେ ଖେଳାଯିବା ନେଇ ସୂଚନା ରହିଛି । IPLର ୬୨ଟି ମ୍ୟାଚ୍ କେବଳ ସନ୍ଧ୍ୟାରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩.୩୦ରୁ ମ୍ୟାଚ୍ ଆରମ୍ଭ ହେବ ସେହିପରି ସନ୍ଧ୍ୟାର ମ୍ୟାଚ୍ ଗୁଡ଼ିକ ୭.୩୦ରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।












Click it and Unblock the Notifications