ଆଇପିଏଲ୍ ମହାସମର: ଆଜି ଗୁଜୁରାଟ ବନାମ ରାଜସ୍ଥାନ

ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ ଆଜି ଦୁଇ ପୂର୍ବତନ ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ଉଭୟ ଦଳ ଫର୍ମରେ ଥିବାରୁ ଏହି ମୁକାବିଲା ରୋଚକ ହେବ ବୋଲି ଆଶା କରାଯାଉଛି।

ପଞ୍ଜାବ କିଙ୍ଗ୍‌ସକୁ ୨୪୩ ରନ୍‌ କରିବାକୁ ଦେବା ପରେ ଗୁଜରାଟ କ୍ରମାଗତ ୩ଟି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ଗୁଜରାଟ ଏହି ୩ଟି ବିଜୟ ହାସଲ କରିଛି। ରାଜସ୍ଥାନ ରୟାଲ୍‌ସ ମଧ୍ୟ ଦୟନୀୟ ଭାବେ ଅଭିଯାନ ଆରମ୍ଭ କରିଥିଲା।

ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସକୁ ୨୮୬ ରନ୍‌ କରିବାକୁ ଦେଇ ପରାସ୍ତ ହୋଇଥିବା ରାଜସ୍ଥାନ ୨ୟ ମ୍ୟାଚ୍‌ରେ କଲକାତା ନାଇଟ୍‌ ରାଇଡର୍ସଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଥିଲା। ପରେ ଫର୍ମକୁ ଫେରି ଚେନ୍ନଇ ସୁପର କିଙ୍ଗ୍‌ସକୁ ୬ ରନ୍‌ରେ ହରାଇବା ପରେ ପଞ୍ଜାବ କିଙ୍ଗ୍‌ସକୁ ୫୦ ରନ୍‌ରେ ରାଜସ୍ଥାନ ପରାସ୍ତ କରିଥିଲା। ତେଣୁ ଗୁଜରାଟ ଓ ରାଜସ୍ଥାନ ବିଜୟଧାରା ବଜାୟ ରଖିବା ସହ ପଏଣ୍ଟ ଟେବୁଲ୍‌ରେ ଉପରକୁ ଉଠିବାର ପ୍ରୟାସ କରିବେ।

IPL 2025 Season Gujarat vs Rajasthan today

ରାଜସ୍ଥାନ ରୟାଲ୍‌ସର ଅଧିନାୟକ ସଞ୍ଜୁ ସାମ୍‌ସନ ଓପ୍‌ନର ଭାବେ ଭଲ ପ୍ରଦର୍ଶନ କରୁଥିବା ବେ‌େ‌ଳ ରିୟାନ ପରାଗ ଓ ଧ୍ରୁବ ଜୁରେଲ ମଧ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଛନ୍ତି। ନୀତୀଶ ରାଣା ଏକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବେଳେ ସିମ୍ରନ୍ ହେତ୍‌ମେୟର ଫିନିସର ଭାବେ ଖେଳୁଛନ୍ତି। ପ୍ରଥମ ୨ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଫାଷ୍ଟବୋଲର ଜୋଫ୍ରା ଆର୍ଚର ୧/୧୩ ଓ ୩/୨୫ ବୋଲିଂ ଫିଗର ହାସଲ କରିବା ସହ ମ୍ୟାଚ୍‌ ବିଜେତା ପାଲଟିଛନ୍ତି। ସନ୍ଦୀପ ଶର୍ମା ଭଲ ବୋଲିଂ କରୁଛନ୍ତି। ଶ୍ରୀଲଙ୍କାର ଦୁଇ ସ୍ପିନର ୱାନିନ୍ଦୁ ହସରଙ୍ଗା ଓ ମାହିଶ୍‌ ତୀକ୍ଷଣ ମଧ୍ୟ ଭଲ ବୋଲିଂ କରୁଛନ୍ତି।

ବିଜୟ ଟ୍ରାକକୁ ଫେରିପାରୁନି ଚେନ୍ନାଇ

ବର୍ତ୍ତମାନ ସୁଦ୍ଧା ଆଇପିଏଲରେ 5ଟି ମ୍ୟାଚ ଖେଳିସାରିଲାଣି ଦଳ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଲଗାତାର 4ଟି ମ୍ୟାଚରେ ପରାଜିତ ହେବାରେ ଲାଗିଛି । ଦ୍ବିତୀୟ ବିଜୟ ପାଇଁ ଦଳ ସଂଘର୍ଷ କରୁଥିଲେ ମଧ୍ୟ ବିଫଳ ହେଉଛି । ଦୁର୍ବଳ ବ୍ୟାଟିଂ ବୋଲିଂ ଏହାର କାରଣ ବୋଲି କୁହାଯାଉଛି । ସେହିପରି ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଥିଲା । ସେ ଆଜି 5ନମ୍ବରରେ ବ୍ୟାଟିଂ କରିବାକୁ ଆସି 12 ବଲରେ ଗୋଟିଏ ଚୌକା ଓ 3 ଛକା ବଳରେ 27 ରନ କରି ପାଭିଲିୟନକୁ ଫେରିଯାଇଥିଲେ । ଡେଭେନ କନଓ୍ବେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ 2 ଛକା ଓ 6 ଚୌକା ବଳରେ 96 ରୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଚିନ 36, ଦୁବେ 42 ରନ କରିଥିଲେ । ପଞ୍ଜାବ ପକ୍ଷରୁ ଲୋକି 2ଟି, ୟଶଠାକୁର ଓ ମାକ୍ସଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+