ଆର୍‌ଆର୍-ଆର୍‌ସିବି ମୁକାବିଲା: ଟସ୍ ଜିତିଲା ବେଙ୍ଗାଲୁରୁ, ପ୍ରଥମେ କରିବ ବୋଲିଂ

ଆଇପିଏଲ ୨୦୨୫ର ୨୮ତମ ମ୍ୟାଚ୍ ରାଜସ୍ଥାନ ରବିବାର ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି।

ମ୍ୟ‌ାଚ୍‌ରେ ଟସ୍ ଜିତି ଆର୍‌ସିବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆର୍‌ଆର୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ପୂର୍ବରୁ ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ଦଳ ୨ଟିରେ ବିଜୟୀ ହୋଇଛି ଏବଂ ୩ଟିରେ ପରାସ୍ତ ହୋଇଛି। ଲଗାତାର ୨ଟି ବିଜୟ ପରେ, ସଞ୍ଜୁ ସାମସନ ଏବଂ ଦଳ ଶେଷ ମ୍ୟାଚ୍ ହାରିଥିଲ‌େ।ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଆରସିବି ଦଳ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିଲା କିନ୍ତୁ ଦଳ ପରେ ମଧ୍ୟ ଦୁଇଟି ପରାଜୟର ସମ୍ମୁଖୀନ ହୋଇଥିଲା।

୫ଟି ମ୍ୟାଚ୍ ମଧ୍ୟରୁ, ଦଳ ୩ଟିରେ ବିଜୟୀ ହୋଇଛି ଏବଂ ୨ଟିରେ ପରାଜିତ ହୋଇଛି। ପଏଣ୍ଟ ଟେବୁଲରେ ଆରସିବି ଏବଂ ରାଜସ୍ଥାନ ଯଥାକ୍ରମେ ୫ମ ଏବଂ ୭ମ ସ୍ଥାନରେ ଅଛନ୍ତି।

ipl 2025 RRR-RCB match Bengaluru win the toss will bowl first

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଇଂ ଇଲେଭେନ୍:

ଫିଲ୍ ସଲ୍ଟ, ବିରାଟ କୋହଲି, ରଜତ ପଟିଦାର (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ, ସୁଆଶ ଶର୍ମା, ୟଶ ଦିନଲ।

ରାଜସ୍ଥାନ ରୟାଲ୍ସ ପ୍ଲେଇଂ ଇଲେଭେନ୍:

ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ, ଅଧିନାୟକ), ନୀତୀଶ ରାଣା, ରିୟାନ୍ ପାରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମିୟର, ୱାନିଣ୍ଡୁ ହାସରାଙ୍ଗା, ଜୋଫ୍ରା ଆର୍ଚର, ମହେଶ ଥିଶାନା, ସନ୍ଦୀପ ଶର୍ମା, ତୁଷାର ଦେଶପାଣ୍ଡେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+