IPL 2025: ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ଠାରୁ ୨ ରନରେ ଜିତିଲା ଆରସିବି
ଆଇପିଏଲର ୫୨ ତମ ମ୍ୟାଚରେ ଆରସିବିର ରୋମାଞ୍ଚକର ବିଜୟ । ୨ ରନରେ ଜିତିଲା ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ । ଏହି ବିଜୟ ପରେ ପଏଣ୍ଟ ଟେବୁଲ ତାଲିକାରେ ଶୀର୍ଷରେ ପହଞ୍ଚିଲା ବେଙ୍ଗାଲୁରୁ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଆରସିବି ଦେଇଥିଲା ୨୧୪ ରନ ଟାର୍ଗେଟ ବିରାଟ କୋହଲି ଓ ଶେଫର୍ଡ ଦମଦାର ଖେଳ ପ୍ରଦର୍ଶନ କରି ଅର୍ଦ୍ଧଶତକ କରିଥିଲେ ।
୨୧୪ ରନକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଆରମ୍ଭରୁ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲା । ଆୟୁଷ ମାହାତ୍ରେ ଓ ରସିଦ ଭଲ ଆରମ୍ଭ କରିଥିଲେ । ପଞ୍ଚମ ଓଭରରେ ସିଏସକେକୁ ଲାଗିଥିଲା ଝଟ୍କା । ୧୪ ରନ କରି ଆଉଟ ହୋଇଥିଲେ ରସିଦ । ସେହିପରି ଷଷ୍ଠ ଓଭରରେ ମାତ୍ର 5 ରନ କରି ଆଉଟ ହୋଇଗଲେ ସେମ କରନ । ଏହାପରେ ମୋର୍ଚ୍ଚା ସମ୍ଭାଳିଥିଲେ ଆୟୁଷ । 25 ବଲରେ 50 ରନ କରିଥିଲେ । ତାଙ୍କ ସାଥ ଦେଇଥିଲେ ରବିନ୍ଦ୍ର ଜାଡେଜା । 17 ଓଭରରେ ଆଉଟ ହେଲେ ଆୟୁଷ । ଆୟୁଷ 94 ରନ କରିଥିଲେ । ଯେଉଁଥିରେ 9ଟି ଚଉକା ଓ 5 ଛକା ରହିଛି । ଏହାପରେ ଆଉଟ ହୋଇଥିଲେ ବ୍ରୋବିସ । ଶେଷ ଓଭରରେ 12 ରନ ଆଉଟ ହୋଇଥିଲେ ଧୋନି । ଶେଷ ଓଭରରେ ସିଏସକେକୁ 15 ରନ ଆବଶ୍ୟକ ଥିଲା । ହେଲେ 12 ରନ କରି ଆଉଟ ହୋଇଥିଲେ ଧୋନି । 1 ବଲରେ 4 ରନ ଆବଶ୍ୟକ ଥିବା ବେଳେ ଏଥିରେ ବିଫଳ ହେଲା ଦଳ । ମାତ୍ର 2 ରନରେ ଜିତିଲା ଆରସିବି ।

ଆରସିବି ବ୍ୟାଟିଂ:
ଟସ୍ ହାରି ବ୍ୟାଟିଂକୁ ଓହ୍ଲାଇଥିଲା ଆରସିବି । ଆରମ୍ଭରୁ ପ୍ରଦର୍ଶନ ଶାନଦାର ରହିଥିଲା । ବିରାଟ କୋହଲି ଓ ବେଥେଲ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । 10 ଓଭରରେ ଆରସିବିକୁ ପ୍ରଥମ ଝଟକା ଲାଗିଲା । ବେଥେଲ 50 କରିବା ପରେ ଆଉଟ ହୋଇଯାଇଥିଲେ । ବେଥେଲ 33 ବଲରୁ 55 ରନ କରିଥିଲେ । ଏହାପରେ ମୋର୍ଚ୍ଚା ସମ୍ଭାଳି ଥିଲେ କିଙ୍ଗ କୋହଲି । 28 ବଲ୍ରେ ଅର୍ଦ୍ଧଶତକ କରିଥିଲେ ବିରାଟ । 12 ଓଭରରେ ସେ ଆଉଟ ହେଲେ । କୋହଲି 33 ବଲରେ 62 ରନ କରିଥିଲେ । ଏହାପରେ ଦେବଦତ୍ତ ପାଡିକଲ 17 ରନ କରି ଆଉଟ ହୋଇଥିଲେ । 18 ଓଭରରେ ରଜତ ପାଟିଦର ଆଉଟ ହେଲେ । ରଜତ 11 ରନ କରି ଆଉଟ ହେଲେ । ଏହାପରେ ଶେଫର୍ଡ 19 ଓଭର ସୁଦ୍ଧା 33 ରନ କରିଥିଲେ । 14 ବଲରେ ସେ 53 ରନ କରିଥିଲେ । ଆରସିବି ଚେନ୍ନାଇକୁ ବିଜୟ ପାଇଁ 214 ରନର ଟାର୍ଗେଟ ଦେଇଥିଲା ।












Click it and Unblock the Notifications