Get Updates
Get notified of breaking news, exclusive insights, and must-see stories!

IPL 2025: ଆର୍ଥିକ ବର୍ଷ ୨୦୨୪ରେ RCB ଆୟ କରିଛି ୬୫୦ କୋଟି ଟଙ୍କା

ଆରସିବି ୧୮ ତମ ସିଜିନରେ ପ୍ରଥମ ଟ୍ରଫି ଜିତିଛି । ଆରସିବିକୁ ଆଇପିଏଲ ତରଫରୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଆରସିବି ଆର୍ଥିକ ବର୍ଷ ୨୦୨୪ରେ ବମ୍ପର ଆୟ କରିଛି ।

ଆରସିବି ଆର୍ଥିକ ବର୍ଷ ୨୦୨୪ରେ ମୋଟ ୬୫୩ କୋଟି ଟଙ୍କା ଆୟ କରିଛି । ଆରସିବି ବ୍ରଡକାଷ୍ଟିଂରୁ ୪୨୦ କୋଟି ଟଙ୍କା ଆୟ କରିଥିବା ବେଳେ ସ୍ପନସରସିପ ଏବଂ ବିଜ୍ଞାପନରୁ ୧୨୦ କୋଟି ଟଙ୍କା ଆୟ କରିଛି । ଟିକେଟ ବିକ୍ରି କରି ମଧ୍ୟ ଆରସିବି କୋଟି କୋଟି ଟଙ୍କା ଆୟ କରିଛି । ଆରସିବି ଟିକେଟ ବିକ୍ରି କରି ୬୦ କୋଟି ଟଙ୍କା ଆୟ କରିଛି । ଫ୍ରାଞ୍ଚାଇଜ ମର୍ଚାଣ୍ଡାଇଜ ୩୦ କୋଟି ଟଙ୍କା ଆୟ କରିଛି ।

ଆରସିବି ଡିଜିଟାଲ ଏବଂ ସୋସିଆଲ ମିଡିଆରୁ ୧୦ କୋଟି ଟଙ୍କା ଆୟ କରିଛି । ଏସବୁ ପଇସା ପୁରସ୍କାର ରାଶିକୁ ମିଶାଇ ଆରସିବି ମୋଟ ୬୫୩ କୋଟି ଟଙ୍କା ଆୟ କରିଛି । ଏହାପୂର୍ବରୁ ୨୦୨୩ ଆର୍ଥିକ ବର୍ଷରେ ଆରସିବି ୨୩୫ କୋଟି ଆୟ କରିଥିବା ବେଳେ ୨୦୨୨ ଆର୍ଥିକ ବର୍ଷରେ ୨୯୨ କୋଟି ଆୟ କରିଥିଲା ।

RCB earned Rs 650 crore in FY 2024

ମିଡିଆ ରିପୋର୍ଟ ମୁତାବକ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମୋଟ ନେଟୱାର୍ଥ ପାଖାପାଖି ୧୦୧୨ କୋଟି ଟଙ୍କା । ଆରସିବି ଆଇପିଏଲ ଇତିହାସରେ ୩ୟ ସବୁଠାରୁ ସଫଳ ଫ୍ରାଞ୍ଚାଇଜ । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପ୍ରଥମରେ ଚେନ୍ନାଇ ସୁପର କିଙ୍ଗସ ରହିଛି । ମୁମ୍ବାଇର ନେଟୱର୍ଥ ୧୦୨୯ କୋଟି ଏବଂ ଚେନ୍ନାଇର ନେଟୱର୍ଥ ୧୦୫୯ କୋଟି ଟଙ୍କା ରହିଛି ।

ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଆଇପିଏଲ ଟ୍ରଫି ୧୮ ବଷର୍ ପରେ ଜିତିଛି । ଟିମ୍ ୨୦୦୮ରୁ ୨୦୨୪ ଯାଏଁ ୩ ଥର ଫାଇନାଲରେ ପହଞ୍ଚିଛି ହେଲେ ଫାଇନାଲ ଜିତିପାରିନାହିଁ । କିନ୍ତୁ ଏଥର ଫାଇନାଲରେ ପହଞ୍ଚି ଟାଇଟଲ ହାସଲ କରିଛି । ପଞ୍ଜାବକୁ ୬ ରନରେ ହରାଇ ଆଇପିଏଲ ୨୦୨୫ ଟ୍ରଫି ହାସଲ କରିଛି ।

ଜୁନ୍ ୩ ତାରିଖରେ ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜିତିବା ପରେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ହୋଇଥିଲା । ବିଜୟ ପରେଡ ପାଇଁ ଅନୁମତି ନ ମିଳିବାରୁ ଭିଡ଼ ଷ୍ଟାଡିୟମ ବାହାରେ ଜମା ହୋଇଥିଲା । ପ୍ରିୟ ଟିମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଯେଉଁଥି ପାଇଁ ୧୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+