IPL 2025 RCB BEAT RR: ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ, ହେଜେଲଉଡଙ୍କ ଘାତକ ବୋଲିଂ; ୧୧ ରନରେ ହାରିଲା ରାଜସ୍ଥାନ
IPL 2025 RCB BEAT RR: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଜବରଦସ୍ତ ବିଜୟ । ବିରାଟ କୋହଲି, ଦେବଦତ୍ତ ପାଡିକ୍କଲଙ୍କ ଜବରଦସ୍ତ ବ୍ୟାଟିଂ ଓ ହେଜେଲଉଡଙ୍କ ଘାତକ ବୋଲିଂ ବଳରେ ଆଇପିଏଲରେ ଷଷ୍ଠ ବିଜୟ ହାସଲ କଲା ଆରସିବି । ଚଳିତ ଆଇପିଏଲର 42 ତମ ମୁକାବିଲାରେ 11 ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଆରସିବି ।
ପଏଣ୍ଟ ଟେବୁଲ ତୃତୀୟରେ RCB, ଅଷ୍ଟମରେ RR
ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରାଜସ୍ଥାନ ଓ ବେଙ୍ଗାଲୁରୁ ମଧ୍ୟରେ ଗତକାଲି ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା । 20 ଓଭରରେ 5 ଓ୍ବିକେଟ ହରାଇ 205 କରିଥିଲା ବେଙ୍ଗାଲୁରୁ । ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ 20 ଓଭରରେ 9 ଓ୍ବିକେଟ ହରାଇ 194 ରନରେ ଅଟକି ଯାଇଥିଲା । ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ ତୃତୀୟରେ ଆରସିବି, ସପ୍ତମ ପରାଜୟ ସହ ଅଷ୍ଟମ ସ୍ଥାନକୁ ଖସିଲା ଆରଆର ।

ଚମତ୍କାର ପାଳି ଖେଳିଲେ ବିରାଟ, ପାଡିକ୍କଲ
ଚଳିତ ଆଇପିଏଲରେ କୋହଲି ପୁରା ଫର୍ମରେ ରହିଛନ୍ତି ବ୍ୟାକ ଟୁ ବ୍ୟାକ ସେ ଅର୍ଦ୍ଧଶତକ ହାସଲ କରିଚାଲିଛନ୍ତି । ଆଜି ଘରୋଇ ଷ୍ଟାଡିୟମରେ ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି କୋହିଲ । 2 ଛକା, 6 ଚୌକା ବଳରେ 42 ବଲରେ 70 ରନ କରିଛନ୍ତି ବିରାଟ । ସେହିପରି ପାଡିକ୍କଲ 3 ଛକା ଓ 4 ଚୌକା ବଳରେ 27 ବଲରେ 50 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିଲ ସଲ୍ଟ 26, ଡେଭିଡ 23 ଓ ଜେତେଶ ଶର୍ମା ଅପରାଜିତ 20 ରନ କରିଥିଲେ ।
ଜୋସ ହେଜେଲଉଡଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ରାଜସ୍ଥାନ
ରାଜସ୍ଥାନ ବିପକ୍ଷରେ ଆଜି ଘାତକ ବୋଲିଂ କରିଥିଲେ ଆରସିବି ବୋଲର । ହେଜେଲଉଡ ସର୍ବାଧିକ 4 ଓ୍ବିକେଟ ନେଇଥିଲେ । ବିପକ୍ଷ ଦଳର ବ୍ୟାଟରଙ୍କୁ ପଡିଆରେ ବେସି ସମୟ ତିଷ୍ଟିବାକୁ ଦେଇନଥିଲେ ଆରିସିବି ବୋଲର । ଫଳରେ ଜୟସ୍ବାଲ ଓ ଜୁରେଲଙ୍କୁ ଛାଡି ଦେଲେ ଆଉ କେହିବି 30 ରନ କରିବାକୁ ସମର୍ଥ ହୋଇନଥିଲେ । ଜୟସ୍ବାଲ 49, ଜୁରେଲ 47 ଓ ନୀତିଶ ରାଣା 28 ରନ କରିଥିଲେ ।












Click it and Unblock the Notifications