Get Updates
Get notified of breaking news, exclusive insights, and must-see stories!

୧୮ ବର୍ଷର ପ୍ରତୀକ୍ଷାର ଅନ୍ତ, ପଞ୍ଜାବ କିଙ୍ଗସକୁ ହରାଇ ଆଇପିଏଲ ଟ୍ରଫି ଜିତିଲା ଆରସିବି

୧୮ ବର୍ଷ ପରେ ସ୍ବପ୍ନ ହେଲା ପୂରଣ । ଆଇପିଏଲ ଟ୍ରଫି ଜିତିଲା ଆରସିବି । ବିରାଟ କୋହଲି ଓ ଏବି ଡିଭିଲିୟରସ ଦୁହେଁ ମିଶି ଏହି ଖୁସି କୁ ଉପଭୋଗ କରିଛନ୍ତି ।

RCB won the IPL trophy

ଆଇପିଏଲ୍ ଟ୍ରଫି ଜିତିବାରେ ସଫଳ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଚତୁର୍ଥ ଥର ଫାଇନାଲ୍‌ରେ ବିଜୟ ମୁକୁଟ ପିନ୍ଧି ପାରିଛି ରଜତ ପାଟିଦାରଙ୍କ ଆରସିବି। ଏଥିସହ ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ମିଳିଛି ନୂଆ ବିଜେତା। ଅନ୍ୟପଟେ ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ପଞ୍ଜାବ କିଙ୍ଗ୍ସର ପ୍ରଥମ ଟାଇଟଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୯ ଓ୍ଵିକେଟ୍ ହରାଇ ୧୯୦ ରନ କରିଥିଲା। ଜବାବରେ ପଞ୍ଜାବ ୧୮୪ ରନ କରି ପାରିଛି। ଆରସିବି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କୃଣାଲ ପାଣ୍ଡ୍ୟା। ସେ ୪ ଓଭର ବୋଲିଂ କରି ମାତ୍ର ୧୭ ରନ ଦେଇ ୨ଟି ମୁଖ୍ୟ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ୍‌ରେ ପହଞ୍ଚି ନିରାଶ ହୋଇଥିଲା। ହେଲେ ଏଥର ମିଳିଥିବା ସୁଯୋଗକୁ ହାତଛଡ଼ା କରିନି ଆରସିବି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+