IPL 2025: ପୁଣି ଚେନ୍ନାଇକୁ ଫେରିଲେ ରବି ଅଶ୍ୱିନ
ଆଇପିଏଲ-୨୦୨୫ ପାଇଁ ନୂଆ ଦଳ ଗଢୁଛି ଚେନ୍ନାଇ ସୁପର କିଙ୍ଗସ । ପୁଣିଥରେ ଦଳର ପୁରୁଣା ଖେଳାଳିଙ୍କୁ ଏକାଠି କରିବାକୁ ଯାଉଛି ସିଏସକେ । ୧୦ ବର୍ଷ ପରେ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଚେନ୍ନାଇ ଦଳରେ ସାମିଲ କରିଛି । ଆସନ୍ତା ସିଜନରେ ଅଶ୍ୱୀନ ପୁଣିଥରେ ୟେଲୋ ଜର୍ସିରେ କମବ୍ୟାକ କରିବାକୁ ଯାଉଛନ୍ତି । ପୁଣିଥରେ ଆଇପିଏଲରେ ଦେଖିବାକୁ ମିଳିବ ଅଶ୍ୱୀନ-ଜାଡେଜାଙ୍କ ଯୋଡ଼ି । ମାହିଙ୍କ ସହ ଅଶ୍ୱୀନ ଏବଂ ଜାଡେଜା ପୁଣିଥରେ ଦଳକୁ ମଜବୁତ କରିବା ସହ ଟ୍ରଫି ଜିତାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।
ଅନ୍ୟପକ୍ଷରେ ଚେନ୍ନାଇ ପୁଣିଥରେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କୁ ନିଜ ସହ ସାମିଲ କରିଛି। ତାଙ୍କ ବେସ ପ୍ରାଇସ ୧.୫୦ କୋଟି ରହିଥିଲା। ପଞ୍ଜାବ ମଧ୍ୟ ରଚିନଙ୍କୁ ନେବାକୁ ଚାହିଁଥିଲା। ହେଲେ ଚେନ୍ନାଇ ୪ କୋଟି ଟଙ୍କାରେ ତାଙ୍କୁ ନିଜ ସହ ସାମିଲ କରିଛି।

ହର୍ଷଲ ପଟେଲଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୮ କୋଟି ଟଙ୍କାରେ କିଣିଛି। ୨୦୨୪ରେ ସର୍ବାଧିକ ୱିକେଟ ସହ ବାଇଗଣୀ ଟପି ହାସଲ କରିଥିବା ହର୍ଷଲଙ୍କୁ ନେବା ପାଇ ପ୍ରଥମରୁ ହିଁ ହାଇଦ୍ରାବାଦ ଆଗ୍ରହ ଦେଖାଇଥିଲା। ଗୁଜରାଟ ସହ ପ୍ରାଞ୍ଚାଇଜର ବିଡ ୱାର ହୋଇଥିଲା।
ହାଇଦ୍ରାବାଦ ୬.୭୫ କୋଟିରେ ହର୍ଷଲଙ୍କୁ ପାଇଥିଲେ ହେଁ ପଞ୍ଜାବ ଆରଟିଏମ ବ୍ୟବହାର କରିଥିଲା। ଏହାପରେ ହାଇଦ୍ରାବାଦ ତାଙ୍କ ଦାମକୁ ୮ କୋଟି କହିଥିଲେ। ପଞ୍ଜାବ ଏଥିରେ ରାଜି ନ ହେବାରୁ ହାଇଦ୍ରାବାଦ ହର୍ଷଲଙ୍କୁ ନିଜ ସହ ସାମିଲ କରିଛି।
ଅଷ୍ଟ୍ରେଲିଆର ଯୁବ ବ୍ୟାଟର ଜ୍ୟାକ ଫ୍ରେସର ମ୍ୟାକଗୁର୍କଙ୍କୁ ଦିଲ୍ଲୀ ଆରଟିଏମ ବଳରେ ୯ କୋଟି ଦେଇ କିଣିଛି। ପ୍ରଥମେ ତାଙ୍କୁ ନେବା ପାଇଁ ପଞ୍ଜାବ ଓ ଲକ୍ଷ୍ନୌ ମଧ୍ୟରେ ଲଢ଼େଇ ହୋଇଥିଲା।
ତାଙ୍କ ଦାମ ୫.୫୦ ଟଙ୍କା ଥିବା ବେଳେ ପଞ୍ଜାବ ତାଙ୍କୁ କିଣିବାକୁ ଯାଉଥିଲା। ହେଲେ ଦିଲ୍ଲୀ ଆରଟିଏମ ବ୍ୟବହାର କରିବାରୁ ପଞ୍ଜାବ ତାଙ୍କ ଦାମ ୯ କୋଟି କହିଥିଲା। ତଥାପି ଦିଲ୍ଲୀ ଏଥିରେ ରାଜି ହେବାରୁ ଜ୍ୟାକ ନିଜର ପୁରୁଣା ପ୍ରାଞ୍ଚାଇଜକୁ ଫେରିଛନ୍ତି।












Click it and Unblock the Notifications