IPL 2025: ଆଇପିଏଲ ଫାଇନାଲରେ ବର୍ଷା ସାଜିପାରେ ବାଧକ, ଖେଳ ନହେଲେ ବୁଧବାର ରିଜର୍ଭ ଡେ
ଆଇପିଏଲକୁ ବର୍ଷା ବାଧକ । ଅହମ୍ମଦାବାଦରେ ବର୍ଷା ସମ୍ଭାବନା । ବର୍ଷା ହେଲେ ଦୁଇ ଘଣ୍ଟାର ଅତିରିକ୍ତ ସମୟ । ବର୍ଷା ଯୋଗୁ ଖେଳ ନହେଲେ ବୁଧବାର ରିଜର୍ଭ ଡେ । ରିଜର୍ଭ ଡେ ରେ ବର୍ଷା ହେଲେ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ଥିବା ଟିମ୍ ହେବ ବିଜେତା ।
ଆଇପିଏଲ ଫାଇନାଲରେ ବର୍ଷା ସାଜିପାରେ ବାଧକ । ସନ୍ଧ୍ୟାରେ ଅହମ୍ମଦାବାଦରେ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯଦି ରିଜଭର୍ ଡେ ରେ ବର୍ଷା ଲାଗି ରହେ ତାହେଲେ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ଥିବା ଟପ୍ ଟିମକୁ ବିଜେତା ଘୋଷଣା କରାଯିବ । ଏଭଳି ସ୍ଥିତି ହେଲେ ପଞ୍ଜାବ ଟିମ୍ ଚଳିତ ଆଇପିଏଲର ଟ୍ରଫି ହାତେଇବ । ୧୪ଟି ମ୍ୟାଚରୁ ୯ଟି ଜିତି ପଏଣ୍ଟ ଟେବୁଲର ଟପରେ ଅଛି ପଞ୍ଜାବ କିଙ୍ଗସ୍ ।

ଏପଟେ ଆଜି ଆଇପିଏଲରେ ଫାଇନାଲ ଫାଇଟ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି ଫ୍ୟାନ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଆଜି ମହାମୁକାବିଲା । ରାତି ସାଢ଼େ ୭ଟାରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେରେ ଖେଳାଯିବ ମ୍ୟାଚ । ଆଇପିଏଲକୁ ଏଥର ମିଳିବ ନୂଆ ବିଜେତା। କିଏ ମାରିବ ବାଜି ତାଉପରେ ସମସ୍ତଙ୍କ ନଜର ରହିଛି। ଫାଇନାଲ ଲଢେଇରେ RCBର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଫୋକସ ରହିବ ।
ସେପଟେ ଜବରଦସ୍ତ ଫର୍ମରେ ଅଛନ୍ତି ପଞ୍ଜାବ ଟିମ୍ ଅଧିନାୟକ ଶ୍ରେୟସ ଆୟାର । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ। ପୂର୍ବରୁ ଫାଇନାଲାରେ ଜାଗା ପକ୍କା କରିଛି ବେଙ୍ଗାଳୁରୁ । ପଞ୍ଜାବ ଟିମ ଅଧିନାୟକ ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ରହିଛନ୍ତି । କ୍ବାଲିଫାୟର-୨ରେ ଆୟରଙ୍କ ବିସ୍ଫୋରକ ଇନିଂସ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଛି। ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପର ୩୬ଥର ମୁହାଁମୁହିଁ ହୋଇଛନ୍ତି ।
ବେଙ୍ଗାଳୁରୁ ୧୮ ଓ ପଞ୍ଜାବ ୧୮ ଥର ବାଜି ମାରିଛନ୍ତି । ଚଳିତ ସିଜନରେ ଦୁଇ ଟିମ ପରସ୍ପରକୁ ୩ ଥର ଭେଟିଛନ୍ତି । ଲିଗ ପର୍ଯ୍ୟାୟରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତିଛନ୍ତି । ଫାଇନାଲ ଲଢେଇରେ RCBର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଫୋକସ ରହିବ । ସିଜନରେ ୬୧୪ ରନ କରିଛନ୍ତି ବିରାଟ। ଫିଲ ସଲ୍ଟ, ଜୋଶ ହେଜଲଉଡ, ଟିମ ଡେଭିଡ ଆରସିବି ପାଇଁ କି ପ୍ଲେୟାର ହୋଇପାରନ୍ତି। ସେହିପରି ପଞ୍ଜାବର ଶ୍ରେୟସ ଆୟରଙ୍କ ଉପରେ ନଜର ରହିବ ।
ଚଳିତ ଆଇପିଏଲରେ ୬୦୩ ରନ କରିଛନ୍ତି ପଞ୍ଜାବ ଅଧିନାୟକ। ଟିମରେ ପ୍ରଭସମରନ ସିଂହ ଓ ପ୍ରିୟାଂଶୁ ଆଯ୍ୟଙ୍କ ଭଳି ବ୍ୟାଟର ଅଛନ୍ତି । ବୋଲିଂରେ ଜୋଶ ହାଜାଲଉଡ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ମିଳିଛି ୨୧ ୱିକେଟ। ତାଙ୍କୁ ଟକ୍କର ଦେଉଛନ୍ତି ପଞ୍ଜାବ କିଙ୍ଗସର ଅର୍ସଦୀପ ସିଂ । ୧୮ ୱିକେଟ ନେଇ ବ୍ୟାରଟଙ୍କ ହୋସ ଉଡାଇଦେଇଛନ୍ତି ।












Click it and Unblock the Notifications