IPL 2025: ଆଜି ପଞ୍ଜାବ କିଙ୍ଗ୍‌ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ଟେବୁଲ ଟପ୍ପର ଟକ୍କର

ଆଇପିଏଲ୍‌ର ୬୯ତମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି ହେବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରି ସାରିଛନ୍ତି । ଆଜି ଯେଉଁ ଦଳ ଜିତିବ ଶୀର୍ଷ ସ୍ଥାନ ଦଖଲ କରିବ ଏବଂ ପଏଣ୍ଟ ତାଲିକାରେ ପ୍ରଥମ ୨ଟି ଦଳ ମଧ୍ୟରେ ସ୍ଥାନ ପକ୍କା ହୋଇଯିବ । ଫଳରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । ପଞ୍ଜାବ କିଙ୍ଗ୍‌ସ ୧୩ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ (+୦.୩୨୭ ରନ୍‌ ରେଟ୍‌) ସହ ଦ୍ୱିତୀୟ ଓ ମୁମ୍ବାଇ ଇଣ୍ଡିଆନ୍ସ ୧୬ ପଏଣ୍ଟ (+୧.୨୯୨ ରନ୍‌ ରେଟ୍‌) ସହ ଚତୁର୍ଥ ସ୍ଥାନରେ ରହିଛି । ଗୁଜରାଟ ୧୮ ପଏଣ୍ଟ (+୦.୨୫୪) ସହ ଶୀର୍ଷରେ ଥିଲେ ମଧ୍ୟ ଦ୍ୱିତୀୟକୁ ଖସିବା ନିଶ୍ଚିତ । ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ଥର ଭେଟିବାକୁ ଯାଉଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା ମୁସ୍କିଲ । ଉଭୟ ଦଳ ଆଇପିଏଲ୍‌ରେ ୩୨ଥର ସାମ୍ନାସାମ୍ନି ହୋଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ୧୭ଟି ଓ ପଞ୍ଜାବ କିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଛି । ମୁମ୍ବାଇ ଇଣ୍ଡିଆନ୍ସ ସବୁ ବିଭାଗରେ ଭଲ ପ୍ରଦର୍ଶନ ଜାରି ରଖିଛି । ସୂର୍ଯ୍ୟକୁମାର ଯାଦବ, ର‌୍ୟାନ୍‌ ରିକେଲଟନ ଓ ୱିଲ ଜ୍ୟାକ୍ସ ଚମତ୍କାର ଫର୍ମରେ ଅଛନ୍ତି । ରୋହିତ ଶର୍ମା ସଫଳ ହେଲେ ଦଳ ବିଶାଳ ସ୍କୋର କରିପାରିବ । ବୋଲିଂ ବିଭାଗ ସୁଦୃଢ଼ ରହିଛି । ଆଜି ପ୍ରମୁଖ ଫାଷ୍ଟ୍‌ ବୋଲର ଯଶପ୍ରୀତ ବୁମରା ପଞ୍ଜାବ କିଙ୍ଗ୍‌ସ ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ ।

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଦୀର୍ଘ ୧୧ବର୍ଷ ପରେ ପ୍ଲେ-ଅଫ୍‌ରେ ପହଞ୍ଚିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିଛି ଏବଂ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହୁଛି । ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରସନ ସିଂହ, ଆୟର ଓ ମାର୍କସ ଷ୍ଟଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସୱାଇ ମାନସିଂ ଷ୍ଟାଡିୟମର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ପୂର୍ବ ମ୍ୟାଚ୍‌ ଭଳି ଆଜି ମଧ୍ୟ ଏଠାରେ ବିଶାଳ ସ୍କୋର ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

IPL 2025 Punjab Kings vs Mumbai Indians today table toppers clash

-: ସମ୍ଭାବ୍ୟ ଦ୍ୱାଦଶ :-

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋସ ଇଂଲିଶ, ଶ୍ରେୟାସ୍‌ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍‌, ଅଜମତୁଲ୍ଲା ଓମାରଜାଇ, ମାର୍କୋ ଜାନସେନ, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, ପ୍ରବୀଣ ଦୁବେ ।

ମୁମ୍ବାଇ ଇଣ୍ଡିଆନ୍ସ: ର‌୍ୟାନ ରିକେଲଟନ, ରୋହିତ ଶର୍ମା, ୱିଲ୍‌ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ ଶର୍ମା/ଅଶ୍ୱନୀ କୁମାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+