IPL 2025: ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ

ଆଇପିଏଲର ୧୮ତମ ସଂସ୍କରଣର ୩୧ତମ ମୁକାବିଲାରେ ପଞ୍ଜାବର ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ । ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରାହାଣେ ବିହାନୀ । ସେପଟେ ଘରୋଇ ଗ୍ରାଉଣ୍ଡରେ କେକେଆରକୁ ପରାସ୍ତ କରି ବିଜୟ ଟ୍ରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଆୟର ବାହିନୀ ।

ଆଜି ସଂନ୍ଧ୍ୟା 7ଟା30ରେ ଏହି ମ୍ୟାଚ ଖେଳାଯିବ । ବର୍ତ୍ତମାନ, ପଏଣ୍ଟ ଟେବୁଲରେ ପଞ୍ଜାବ ଏବଂ କେକେଆର ଯଥାକ୍ରମେ 5ମ ଏବଂ 6ଷ୍ଠ ସ୍ଥାନରେ ଅଛନ୍ତି । ଦୁଇ ଦଳ ମଧ୍ୟରେ ଆଜି ଏକ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

IPL 2025 Punjab Kings and Kolkata Knight Riders will face each other

ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ଆଜି ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ କେକେଆରକୁ ଭେଟିବ। ପଞ୍ଜାବ ଦଳ IPL 2025 ରେ ଭଲ ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ 5 ଟି ମ୍ୟାଚ ଖେଳି ଦଳ 3ଟିରେ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇଥି । ପଞ୍ଜାବ ଏପର୍ଯ୍ୟନ୍ତ ଗୁଜରାଟ ଟାଇଟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିସାରିଛି। ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳ ପରାଜିତ ହୋଇଥିଲା । କେକେଆରକୁ ଆଜି ହରାଇ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ଦଳ ।

ସେହିପରି, କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ମିଶ୍ରିତ ପ୍ରଦର୍ଶନ ଦେଖାଇଛି । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦୩ ରନ୍‌ରେ ଅଟକାଇ 8 ୱିକେଟ୍‌ରେ ବିଜୟ ହାସଲ କରିଥିଲା। ଦଳ ଏପର୍ଯ୍ୟନ୍ତ ମୋଟ 6ଟି ମ୍ୟାଚ୍ ଖେଳି 3ଟିରେ ବିଜୟୀ ଓ 3ଟିରେ ପରାସ୍ତ ହୋଇଛି। ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସଠାରୁ ପରାଜୟର ସମ୍ମୁଖୀନ ହୋଇଛି।

ପଞ୍ଜାବ-କୋଲକାତା ହେଡ ଟୁ ହେଡ:

ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ହେଡ୍ ଟୁ ହେଡ୍ ରେକର୍ଡ ଉପରେ ନଜର ପକାଇଲେ ଏଥିରେ କୋଲକାତାର ପଲ୍ଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ମୋଟ 33ଟି ମ୍ୟାଚ୍ ଖେଳାଯାଇଛି। KKR 21ଟି ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ କିଙ୍ଗ୍ସ କେବଳ 12ଟି ମ୍ୟାଚ୍ ଜିତିଛି। ଶେଷ 5ଟି ମ୍ୟାଚରେ ପଞ୍ଜାବ 3ଟିରେ ବିଜୟୀ ହୋଇଛି। ଆଜି ଦୁଇ ଦଳ ମଧ୍ୟରେ କଢା ଟକ୍କର ଦେଖିବାକୁ ଆଶାବାଦୀ ଫ୍ୟାନ୍ସ ।

ପିଚ୍‌ ରିପୋର୍ଟ:

ମୁଲାନପୁର କ୍ରିକେଟ ଷ୍ଟାଡିୟମର ପିଚ୍ ବୋଲରଙ୍କୁ ସୁହାଇବା ବିବେଚନା କରାଯାଏ । ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ବୋଲରମାନେ ଅଧିକ ଲାଭଦାୟକ ରହିବେ । ଫାଷ୍ଟ ବୋଲରଙ୍କ ଏଠାରେ ଭଲ ବାଉନ୍ସ ଏବଂ ସ୍ୱିଙ୍ଗ୍ ହୋଇଥାଏ। ଏଠାରେ କାକର ପଡୁଥିବାରୁ ପ୍ରଥମେ ଟସ୍ ଜିତିଥିବା ଦଳ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତି । ବ୍ୟାଟ୍ସମ୍ୟାନମାନଙ୍କୁ ରନ ସ୍କୋର କରିବାକୁ ସଂଘର୍ଷ କରିବାକୁ ପଡିଥାଏ। ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଦଳ ପାଇଁ ୧୮୦ ରନ ପର୍ଯ୍ୟନ୍ତ ସ୍କୋର କରିବା ରେକର୍ଡ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+