IPL 2025: ଆଇପିଏଲ୍ ସସ୍ପେଣ୍ଡ ପରେ ସ୍ବଦେଶ ଫେରିଗଲେ ଖେଳାଳି
ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ହାଇ-ପ୍ରୋଫାଇଲ ଟି୨୦ ଲିଗ୍ ଆଇପିଏଲ୍କୁ ଏକ ସପ୍ତାହ ପାଇଁ ସସ୍ପେଣ୍ଡ କରାଯିବା ପରେ ବିଭିନ୍ନ ଫ୍ରାଞ୍ଚାଇଜରୁ ପ୍ରତିନିଧିତ୍ୱ କରୁଥିବା ବିଦେଶୀ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବଦେଶ ଫେରିଛନ୍ତି। ପଡ଼ୋଶୀ ଜମ୍ମୁ ଓ ପଠାନ୍କୋଟ ସହରରେ ବିମାନ ଆକ୍ରମଣର ଚେତାବନୀ ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଧର୍ମଶାଳାରେ ଗତ ଗୁରୁବାର ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍କୁ ଅଧାରୁ ବାତିଲ କରିଦିଆଯାଇଥିଲା। ଶୁକ୍ରବାର ଆଇପିଏଲ୍କୁ ଏକ ସପ୍ତାହ ପାଇଁ ସସ୍ପେଣ୍ଡ କରାଯାଇଥିଲା।













Click it and Unblock the Notifications