IPL 2025: ପ୍ଲେୟାର ରିଟେନସନ ନିୟମ, ମେଗା ଅକ୍ସନ ପାଇଁ କେତେ ବ୍ୟୟ ? ୮ଟି ବଡ ଅପଡେଟ୍

ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ଶନିବାର ରାତିରେ (ସେପ୍ଟେମ୍ବର ୨୮) ବେଙ୍ଗାଲୁରୁରେ ପରିଚାଳନା ପରିଷଦର (ଜିସି) ବୈଠକ ପରେ ଆଇପିଏଲ୍ ୨୦୨୫ ଖେଳାଳି ସଂରକ୍ଷଣ ନିୟମ ଏବଂ ଅନ୍ୟାନ୍ୟ ପରିବର୍ତ୍ତନ ଘୋଷଣା କରିଛି । ଆଇପିଏଲ୍ ୨୦୨୫ ମେଗା ଖେଳାଳିଙ୍କ ନିଲାମ ପୂର୍ବରୁ, ଏକ ଫ୍ରାଞ୍ଚାଇଜ୍ ରାଇଟ୍ ଟୁ ମ୍ୟାଚ୍ (RTM) ବିକଳ୍ପ ସହିତ ୬ ଜଣ ଖେଳାଳିଙ୍କୁ ରଖିପାରିବ ।

ପ୍ରତ୍ୟେକ ଦଳ ପାଇଁ ଆଇପିଏଲ୍ ୨୦୨୫ ନିଲାମ ପାଇଁ 120 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି

ପ୍ରଥମ ରିଟେନସନ୍ ପାଇଁ ୧୮ କୋଟି ଟଙ୍କା ଏବଂ ଦ୍ୱିତୀୟ ପାଇଁ ୧୪ କୋଟି ଟଙ୍କା ଏବଂ ତୃତୀୟରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗୋଟେ ଦଳ ଯଦି ଚତୁର୍ଥ ରିଟେନସନ୍ ନେବ ସେଥିପାଇଁ ୧୮ କୋଟି ଟଙ୍କା ଏବଂ ପଞ୍ଚମ ପାଇଁ ୧୪ କୋଟି ଟଙ୍କା ହେବ ଅର୍ଥାତ ଯଦି ପାଞ୍ଚଜଣ ଖେଳାଳିଙ୍କୁ ଦଳରେ ରଖନ୍ତି ତେବେ ଏକ ଫ୍ରାଞ୍ଚାଇଜ୍ ନିଲାମ ପାଇଁ ମାତ୍ର ୪୫ କୋଟି ଟଙ୍କା ପାଇବ (୫ ଖେଳାଳୀ ରିଟେନସନ୍ ମୂଲ୍ୟ ୭୫ କୋଟି ଟଙ୍କା)।

୧୨୦ କୋଟିରେ କିଣା ହେବ ଟିମ୍

ବିସିସିଆଇ ମୁଖ୍ୟାଳୟରେ ଜୁଲାଇରେ ୧୦ ଟି ଫ୍ରାଞ୍ଚାଇଜ୍ ମାଲିକଙ୍କ ସହ ଏକ ଗଠନମୂଳକ ବାର୍ତ୍ତାଳାପ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପରିଚାଳନା ପରିଷଦ (ଜିସି) ଆଜି ବେଙ୍ଗାଲୁରୁରେ ସାକ୍ଷାତ ହୋଇ ଟାଟା ଆଇପିଏଲ୍ ପ୍ଲେୟାର ନିୟମାବଳୀ ୨୦୨୫- ୨୦୨୭ ସ୍ଥିର କରିଛି ବୋଲି ବିସିସିଆଇ କହିଛି ।

ପୁରୁଣା ନିୟମ ଫେରି ଆସିଛି, CSK ଏବଂ ଧୋନିଙ୍କୁ ଲାଭ ଦାୟକ

ଏକ ଅନକ୍ୟାପଡ ଖେଳାଳିଙ୍କୁ ଦଳରେ ରଖିବା ପାଇଁ ଏହାର ମୂଲ୍ୟ 4 କୋଟି ଟଙ୍କା । ଯଦି ଏକ ଫ୍ରାଞ୍ଚାଇଜ୍ ସର୍ବାଧିକ ୬ ଜଣ ଖେଳାଳିଙ୍କୁ ରଖେ ତେବେ ସେମାନେ ୧୨୦ କୋଟିରୁ ୭୯ କୋଟି ଟଙ୍କା ଦେବେ। ସେମାନଙ୍କୁ ନିଲାମ ପାଇଁ ୪୧ କୋଟି ଟଙ୍କା ଛାଡି ଦିଆଯିବ ।

ଆହୁରି ମଧ୍ୟ, ଏକ ପୁରୁଣା ନିୟମ ଫେରି ଆସିଛି ଯାହା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କୁ ସେମାନଙ୍କର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ' ଅନକ୍ୟାପ' ଖେଳାଳି ଭାବରେ ରଖିବାରେ ସାହାଯ୍ୟ କରିବ ।ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୯ ରେ ଖେଳିଥିଲେ ।
ପୁରାତନ ନିୟମ ଅନୁଯାୟୀ ସେହି ନିଲାମର ପାଞ୍ଚ ବର୍ଷ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସେହି ଭାରତୀୟ ଖେଳାଳିଙ୍କୁ ଅନକ୍ୟାପ ବିବେଚନା କରାଯିବ । IPL 2008 ରେ ଏହା ଆରମ୍ଭ ହୋଇଥିଲା କିନ୍ତୁ 2021 ରେ ଏହି ନିୟମକୁ ଅପସାରିତ୍ କରାଯାଇଥିଲା । ବର୍ତ୍ତମାନ ଏହି ନିୟମ ଫେରି ଆସିଛି ।

IPL 2025 player retention rules

ପ୍ଲେୟାର ରିଟେନ୍ସନ୍, ସ୍ୟାଲେରି ପର୍ସ, ଟୁର୍ଣ୍ଣାମେଣ୍ଟ ଅଧାରେ ଛାଡୁଥିବା ନେଇ ନୂତନ ନିୟମ, ଏବଂ IPL 2025 ରୁ IPL 2027 ପାଇଁ ଅଧିକ ନିୟମ ଏଠାରେ ଅଛି ।

  • ଆଇପିଏଲ୍ ଫ୍ରାଞ୍ଚାଇଜ୍ ସେମାନଙ୍କ ଦଳରୁ ମୋଟ ୬ ଖେଳାଳିଙ୍କୁ ରଖିପାରିବ । କିମ୍ବା ରାଇଟ୍ ଟୁ ମ୍ୟାଚ୍ (RTM) ଅପ୍ସନ୍ ବ୍ୟବହାର କରି ହୋଇପାରେ ।
  • ରିଟେନ୍ସନ୍ ଏବଂ ଆରଟିଏମ୍ ପାଇଁ ସେମାନଙ୍କର ଟିମ୍ ବାଛିବା ନିମନ୍ତେ ୬ଟି ରିଟେନ୍ସନ୍ ରୁ ସର୍ବାଧିକ ୫ଟି କ୍ୟାପ୍ ପ୍ଲେୟାର୍ (ଇଣ୍ଡିଆନ୍ ଆଣ୍ଡ୍ ଓଭରସିଜ୍) ଏବଂ ସର୍ବାଧିକ ୨ଟି ଅନକ୍ୟାପଡ ଖେଳାଳି ରହିପାରିବେ ।
  • ଫ୍ରାଞ୍ଚାଇଜ୍ ପାଇଁ ନିଲାମ ପର୍ସ ଆଇପିଏଲ୍ ୨୦୨୫ ପାଇଁ ୧୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ମୋଟ ସାଲାରି କ୍ୟାପ୍ ବର୍ତ୍ତମାନ ନିଲାମ ପର୍ସ, ବର୍ଦ୍ଧିତ ପ୍ରଦର୍ଶନ ଦେୟ ଏବଂ ମ୍ୟାଚ୍ ଫି ରହିବ । ପୂର୍ବରୁ 2024 ମସିହାରେ ମୋଟ ବେତନ କ୍ୟାପ୍ (ନିଲାମ ପର୍ସ + ବର୍ଦ୍ଧିତ ପ୍ରଦର୍ଶନ ଦେୟ) 110 କୋଟି ଥିଲା ଯାହା ବର୍ତ୍ତମାନ 146 କୋଟି (2025), 151 କୋଟି (2026) ଏବଂ 157 କୋଟି (2027) ହେବ।
  • ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ମ୍ୟାଚ୍ ଫି ପ୍ରଚଳନ କରାଯାଇଛି । ପ୍ରତ୍ୟେକ ଖେଳୁଥିବା ସଦସ୍ୟ (ଇମ୍ପାକ୍ଟ ପ୍ଲେୟାର୍ ଅନ୍ତର୍ଭୂକ୍ତ କରି) ପ୍ରତି ମ୍ୟାଚ୍ ପାଇଁ 7.5 ଲକ୍ଷ ଟଙ୍କା ମ୍ୟାଚ୍ ଫି ପାଇବେ | ଏହା ତାଙ୍କ ଚୁକ୍ତିଭିତ୍ତିକ ରାଶି ସହିତ ହେବ ।
  • ଯେ କୌଣସି ବିଦେଶୀ ଖେଳାଳିଙ୍କୁ ମେଗା ନିଲାମ ପାଇଁ ପଞ୍ଜିକରଣ କରିବାକୁ ପଡିବ । ଯଦି ବିଦେଶୀ ଖେଳାଳି ପଞ୍ଜୀକୃତ ନ ହୁଅନ୍ତି, ତେବେ ସେ ପରବର୍ତ୍ତୀ ବର୍ଷର ଖେଳାଳି ନିଲାମରେ ପଞ୍ଜୀକରଣ କରିବାକୁ ଅଯୋଗ୍ୟ ହେବେ ।
  • ଯେ କୌଣସି ଖେଳାଳି ଯିଏ ପ୍ଲେୟାର ନିଲାମରେ ପଞ୍ଜୀକୃତ ହୁଅନ୍ତି ଏବଂ ନିଲାମରେ ହେବା ପରେ, ସିଜିନ ଆରମ୍ଭ ପୂର୍ବରୁ ନିଜକୁ ଉପଲବ୍ଧ କରାନ୍ତି ନାହିଁ, ସେ ଆଇପିଏଲରୁ ଅଂଶଗ୍ରହଣ କରିବାକୁ ବାରଣ କରିବେ ଏବଂ ୨ ବର୍ଷ ପାଇଁ ପ୍ଲେୟାର ନିଲାମରେ ବାରଣ କରାଯିବ ।
  • ଜଣେ କ୍ୟାପଡ୍ ଭାରତୀୟ ଖେଳାଳି ଅନକ୍ୟାପଡ ହୋଇଯିବେ, ଯଦି ସେହି ବର୍ଷର ପୂର୍ବ ପାଞ୍ଚଟି କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍ (ଟେଷ୍ଟ ମ୍ୟାଚ୍, ODI, ଟ୍ୱେଣ୍ଟି 20 ଇଣ୍ଟରନ୍ୟାସନାଲ୍) ଖେଳି ନଥିବା । ସେହିପରି BCCI ସହିତ କେନ୍ଦ୍ରୀୟ ଚୁକ୍ତି ସହ ନଥିଲେ ସେ ଅନକ୍ୟାପ ହେବ । (ଏହା କେବଳ ଭାରତୀୟ ଖେଳାଳିଙ୍କ ପାଇଁ ପ୍ରଯୁଜ୍ୟ ହେବ )
  • ଇମ୍ପାକ୍ଟ ପ୍ଲେୟାର ନିୟମ IPL 2025, IPL 2026, ଏବଂ IPL 2027 ପାଇଁ ଜାରି ରହିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+