IPL 2025: PBKSର ଦମଦାର ବିଜୟ, 37 ରନରେ ହାରିଲା ଲକ୍ଷ୍ନୌ

ଚଳିତ ଆଇପିଏଲର ୫୪ ତମ ମ୍ୟାଚରେ ପଞ୍ଜାବ କିଙ୍କ୍ସ (PBKS)ର ଦମଦାର ବିଜୟ । 37 ରନରେ ଲକ୍ଷ୍ନୌକୁ ହରାଇଲା ପଞ୍ଜାବ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ (LSG) । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ 237 ରନ୍‌ର ଟାର୍ଗେଟ ଦେଇଥିଲା । ପଞ୍ଜାବର ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରି 48 ବଲରେ 91 ରନ କରିଥିଲେ । 20 ଓଭରରେ 7 ୱିକେଟ ହରାଇ 199 ରନ୍‌ କରି 37 ରନରେ ପଞ୍ଜାବଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।

PBKS s emphatic victory Lucknow lost by 37 runs

ପଞ୍ଜାବ ବ୍ୟାଟିଂ

ଆଜିର ମ୍ୟାଜରେ ଟସ୍‌ ହାରି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଥିଲେ । ମ୍ୟାଚ ଆରମ୍ଭରୁ ପଞ୍ଜାକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ହିଁ ପ୍ରିୟାଂଶ ଆର୍ଯ୍ୟଙ୍କୁ ନିଜର ଶିକାର କରିଥିଲେ ଆକାଶ ସିଂହ । ମାତ୍ର 1 ରନ କରି ଆଉଟ ହୋଇଥିଲେ ଆର୍ଯ୍ୟ । ପରେ ଜୋଶ ଇଙ୍ଗଲିସ୍ ପଡିଆକୁ ଓହ୍ଲାଇଥିଲେ । ପ୍ରଭସିମରନ ସିଂହ ଓ ଇଙ୍ଗଲିସ୍ ମିଳିତ 48 ରନ କରିଥିଲେ । ଆକାଶ ସିଂହ, ୱିକେଟକିପର ବ୍ୟାଟସମ୍ୟାନ୍ ଇଙ୍ଗଲିସ୍‌ଙ୍କୁ ଆଉଟ କରିଥିଲେ । ଇଙ୍ଗଲିସ୍‌ ଗୋଟିଏ ଚୌକା ଏବଂ 4ଟି ଛକା ସହାୟତାରେ 30 ରନ କରିବା ପରେ ଆଉଟ ହୋଇଥିଲେ ।

ପ୍ରଭସିମରନ ଧୂଆଁଧାର ବ୍ୟାଟିଂ

50 ରନ୍‌ରେ 2ଟି ୱିକେଟ୍ ହରାଇଥିବା ପଞ୍ଜାବର ଦାୟିତ୍ୱ ଶ୍ରେୟସ ଆୟର ଏବଂ ପ୍ରଭସିମରନ ସିଂହ ନେଇଥିଲେ । ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ପଞ୍ଜାବ ଅଧିନାୟକ ଆୟର, ମୟଙ୍କ ଯାଦବଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ । ସେ 25 ବଲ୍‌ରେ 45 ରନ୍ କରିବା ପରେ ଆଉଟ ହୋଇଥିଲା । ସେପଟେ ପ୍ରଭସିମରନ ସିଂହ ଧୂଆଁଧାର ବ୍ୟାଟିଂ କରିଥିଲେ ମଧ୍ୟ 9 ରନ ପାଇଁ ତାଙ୍କ ଆଇପିଏଲ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ଲକ୍ଷ୍ନୌ ବିପକ୍ଷରେ ସେ 6 ଚୌକା ଏବଂ 7 ଛକା ମାରି 48 ବଲରେ 91 ରନ କରିଥିଲେ । ପଞ୍ଜାବ ପକ୍ଷରୁ ନେହାଲ ୱାଧେରା 16 ରନ୍ କରିଥିବା ବେଳେ ଶଶାଙ୍କ ଏବଂ ଷ୍ଟୋଇନିସ୍ ଯଥାକ୍ରମେ 33 ଏବଂ 15 ରନ୍ କରି ଅପରାଜିତ ରହିଥିଲେ । ଲକ୍ଷ୍ନୌ ପାଇଁ ଆକାଶ ସିଂହ ଏବଂ ଦିଗବେଶ ରାଠି ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

37 ରନରେ ହାରିଲା ଲକ୍ଷ୍ନୌ

ପଞ୍ଜାବ କିଙ୍ଗସ୍‌ (PBKS) 20 ଓଭରରେ 5 ୱିକେଟ ହରାଇ ମୋଟ 236 ରନ ସଂଗ୍ରହ କରିଥିଲା । ସେପଟେ 237 ରନ୍‌ର ଲକ୍ଷ୍ୟ ନେଇ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ଏଡେନ୍ ମାର୍କରାମ ଏବଂ ମିଚେଲ୍ ମାର୍ଶ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମରୁ ହିଁ ଲକ୍ଷ୍ନୌର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଲକ୍ଷ୍ନୌକୁ ପ୍ରଥମ ଝଟକା ଦେଇଥିଲେ ଅର୍ଶଦୀପ ସିଂହ । ମିଚେଲ ମାର୍ଶଙ୍କୁ ନିଜର ଶିକାର କରିଥିଲେ ଅର୍ଶଦୀପ । ମିଚେଲ ଖାତା ମଧ୍ୟ ଖୋଲିପାରିନଥିଲେ । ପୁଣି ଲକ୍ଷ୍ନୌକୁ ଦ୍ୱିତୀୟ ଝଟକା ଦେଇଥିଲେ ଅର୍ଶଦୀପ ସିଂହ । ସେ ଏଡେନ୍ ମାର୍କରାମଙ୍କୁ 13 ରନ୍‌ରେ ଆଉଟ କରିଥିଲେ । ଧୂଆଁଧାର ବୋଲିଂରେ ନିକୋଲାସ ପୁରନଙ୍କୁ ବୋଲ୍ଡ କରି ଲକ୍ଷ୍ନୌକୁ ପୁଣି ଏକ ଝଟକା ଦେଇଥିଲେ ଅର୍ଶଦୀପ । ମାତ୍ର 6 ରନ କରି ପଡିଆରୁ ବିଦାୟ ନେଇଥିଲେ ପୁରନ । ସେହିପରି ରିଷଭ ପନ୍ତ 17 ବଲ୍ ଖେଳି 2ଟି ଚୌକା ଓ ଗୋଟିଏ ଛକା ସହ 18 ରନ କରି ଆଉଟ ହୋଇଥିଲେ । ମୋଟ 20 ଓଭର ଖେଳି 7 ୱିକେଟ ହରାଇ 37 ରନରେ ପଞ୍ଜାବ ଠାରୁ ପରାଜିତ ହୋଇଛି ଲକ୍ଷ୍ନୌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+