IPL 2025 : PBKS VS MI: ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଟପ୍ 2ରେ ସ୍ଥାନ ପକ୍କା କଲା ପଞ୍ଜାବ କିଙ୍ଗସ୍

ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟରେ ପରାସ୍ତ କରି IPL 2025 ପ୍ଲେଅଫ୍ ପାଇଁ ଶ୍ରେଷ୍ଠ 2 ରେ ନିଜ ସ୍ଥାନ ସୁରକ୍ଷିତ କରିଛି

ପଞ୍ଜାବର ପାୱର ସୋ' । ପଞ୍ଜାବ କିଙ୍ଗ୍ସର ଧୂଆଁଧାର ବ୍ୟାଟିଂ ଆଗରେ ମାଟି କାମୁଡିଲା ମୁମ୍ବାଇ ଇଣ୍ଡିଆନ୍ସ ।

୭ ୱିକେଟ ଥାଇ ବିଜୟୀ ହୋଇଛି ପିବିକେଏସ (PBKS) । ଦମଦାର ବିଜୟ ସହିତ ପଞ୍ଜାବ ଶ୍ରେଷ୍ଠ ୨ ଦଳ ମଧ୍ୟରେ ନିଜର ସ୍ଥାନ ପକ୍କା କରିଛି । ପଏଣ୍ଟ ଟେବୁଲରେ୧ ନମ୍ବରରେ ରହିଛି ପଞ୍ଜାବ ।

ପ୍ରଥମେ ବ୍ୟାଟିଂ କରି 20 ଓଭରରେ 7 ୱ୍ବିକେଟ ହରାଇ 184 ରନ କରିଥିଲା ଏମଆଇ (MI) । 185 ରନ ଟାର୍ଗେଟ ରଖି ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ 18.3 ଓଭରରେ 3 ୱିକେଟ ହରାଇ 187 ରନ କରି ମ୍ୟାଚକୁ ହାତେଇ ନେଇଛି । ଏବେ ପଞ୍ଜାବ କିଙ୍ଗସକୁ IPL 2025ର ଫାଇନାଲରେ ପ୍ରବେଶ କରିବା ପାଇଁ 2ଟି ସୁଯୋଗ ମିଳିବ । କ୍ୱାଲିଫାୟର 1 ଏବଂ 2 ଖେଳିବାର ସୁଯୋଗ ମିଳିବ ।

IPL 2025 PBKS VS MI

ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଦଳ ସ୍ଥିର ଆରମ୍ଭରୁ ଭଲ ରହିଥିଲା । ଏମଆଇର ପ୍ରଥମ ୱିକେଟ ଯିବା ବେଳକୁ ରିଆନ ରିକେଲଟନ ଏବଂ ରୋହିତ ଶର୍ମା 45 ରନ କରିଥିଲେ । ରିକଲେଟନ୍ 21 ବଲ୍‌ରେ 5ଟି ଚୌକା ସହାୟତାରେ 24 ରନ୍ କରିଥିଲେ । ରୋହିତ 21 ବଲ୍‌ରେ 24 ରନ୍ କରିଥିଲେ, ଯେଉଁଥିରେ 2ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ତିଲକ ବର୍ମା (1) କୌଣସି ପ୍ରଭାବ ପକାଇ ପାରି ନଥିଲେ । ୱିଲ୍ ଜ୍ୟାକ୍ସ 8 ବଲରେ 17 ରନ୍ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 15 ବଲ୍ ଖେଳି 26 କରିବାକୁ ସକ୍ଷମ ହୋଇଥିଲେ । ସେ 2ଟି ଚୌକା ଏବଂ ଛକା ମାରିଥିଲେ ।

ନମନ ଧୀର 12ଟି ବଲ୍‌ରେ 2ଟି ଛକା ସହାୟତାରେ 20 ରନ୍ କରିଥିଲେ । ନମନ ଏବଂ ସୂର୍ଯ୍ୟ ଶେଷ ଓଭରରେ ସେମାନଙ୍କର ୱିକେଟ ହରାଇଲେ । MI ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ସ୍କୋରର ଥିଲେ । ସେ 39 ବଲ୍‌ରେ 6 ଚୌକା ଏବଂ 2 ଛକା ସହାୟତାରେ 57 ରନ୍ କରିଥିଲେ । ସୂର୍ଯ୍ୟ 34 ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ମିଚେଲ ସାଣ୍ଟନର ଗୋଟିଏ ରନ୍ କରି ଅପରାଜିତ ରହିଥିଲେ । 20 ଓଭରରେ 7 ୱିକେଟ ହରାଇ 184 ରନ କରିଥିଲା ମୁମ୍ବାଇ । ପିବିକେଏସ ପକ୍ଷରୁ ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ ଏବଂ ମାର୍କୋ ଜାନସେନ 2ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଏବଂ ହରପ୍ରୀତ୍ ବ୍ରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

185 ରନ ଟାର୍ଗେଟର ପିଛା କରି ପଡ଼ିଆକୁ ଆସିଥିବା ପଞ୍ଜାବର ଆରମ୍ଭ ସେତେ ଭଲ ନଥିଲା । 5ମ ଓଭରରେ ପ୍ରଭସିମରନ ସିଂହ (13)ଙ୍କୁ ଜସପ୍ରିତ ବୁମରାହ ଆଉଟ କରିଥିଲେ । ଏହା ପରେ ଜୋଶ ଇଂଲିସ୍ ଏବଂ ଓପନର ପ୍ରିୟାଂଶ ଆର୍ଯ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ଏହି ଯୋଡ଼ି ଦ୍ୱିତୀୟ ୱିକେଟ ପାଇଁ 109 ରନ୍ ଯୋଡ଼ି ମୁମ୍ବାଇକୁ ବ୍ୟାକଫୁଟରେ ପକାଇଥିଲେ । 35ଟି ବଲରେ ପ୍ରିୟାଂଶ 62 ରନ୍ କରିଥିଲେ । ସେ 9ଟି ଚୌକା ଏବଂ 2ଟି ଛକା ମାରିଥିଲେ । ମିଚେଲ ସାଣ୍ଟନର 15ତମ ଓଭରରେ ପ୍ରିୟାଂଶଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । 18ତମ ଓଭରରେ ସାଣ୍ଟନର ଇଂଲିଶ ଖେଳାଳିଙ୍କୁ ଏଲବିଡବ୍ଲୁ କରିଥିଲେ । ସେ 42 ବଲ୍‌ରେ 73 ରନ୍ କରିଥିଲେ, ଯେଉଁଥିରେ 9 ଚୌକା ଏବଂ 3ଟି ଛକା ରହିଥିଲା । ପଞ୍ଜାବ ପାଇଁ ଅଧିନାୟକ ଶ୍ରେୟସ ଆୟର ବିଜୟର ଇନିଂସ ଖେଳିଥିଲେ । ସେ ଅପରାଜିତ ରହି 16 ବଲ୍‌ରେ 26 ରନ୍ କରିଥିଲେ । ସେ ଗୋଟିଏ ଚୌକା ଏବଂ 2ଟି ଛକା ମାରିଥିଲେ । ଆୟର ଏକ ଛକା ମାରି ମ୍ୟାଚ୍ ଜିତିଥିଲେ । ନେହାଲ ୱାଧେରା 2ଟି ବଲରୁ 2 ରନ୍ କରି ଅପରାଜିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+