IPL 2025: ମୁମ୍ବାଇର ଦ୍ବିତୀୟ ବିଜୟ; ଅଟକିଲା ଦିଲ୍ଲୀ କ୍ୟାପିଟାଲ୍‌ସ

ଦିଲ୍ଲୀ କ୍ୟାପିଟାଲ୍‌ସର ବିଜୟ ରଥକୁ ଦିଲ୍ଲୀରେ ରୋକିଛି ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀକୁ ୧୨ ରନ୍‌ରେ ହରାଇ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି ଦଳ । ଅନ୍ୟପକ୍ଷରେ ଦିଲ୍ଲୀ ପଞ୍ଚମ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଛି। ୨୦୬ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ରବିବାର କରୁଣ ନାୟର (୮୯)ଙ୍କ ବିସ୍ଫୋରକ ପାଳି ପାଇଁ ଦୃଢ଼ ସ୍ଥିତିରେ ରହିଥିଲା। ତେବେ ଜବରଦସ୍ତ ବୋଲିଂ ସହ ଯାଦୁଗରୀ ଫିଲ୍ଡିଂ କରି ୪୯ ରନ୍ ଭିତରେ ୭ ୱିକେଟ୍ ନେବା ସହ ମୁମ୍ବାଇ ଅଚାନକ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଫଳରେ ଦିଲ୍ଲୀ ୧୯୩ ରନ୍‌ରେ ଅଟକି ଯାଇଥିଲା।

ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ଓପନର୍ ତଥା ଇମ୍ପାକ୍ଟ ପ୍ଲେୟର୍ ରୋହିତ ଶର୍ମା (୧୮ ରନ୍, ୧୨ ବଲ୍) ତିନିଟି ଦର୍ଶନୀୟ ସଟ୍‌ରୁ ଦୁଇଟି ଚୌକା ଓ ଗୋଟିଏ ଛକା ଅମଳ କରିଥିଲେ। ତେବେ ପୁଣି ଥରେ ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ। ଫଳରେ ୨୦୨୩ ମସିହା ପରେ ଅନ୍ୟୂନ ୨୫ ପାଳି ଖେଳିଥିବା ଆଇପିଏଲ୍ ଓପନର୍‌ଙ୍କ ମଧ୍ୟରେ ଦ୍ବିତୀୟ ସବୁଠାରୁ ଖରାପ ହାରାହାରି (୨୪.୩୯, ଋଦ୍ଧିମାନ ଶାହଙ୍କ ଆଭରେଜ୍ ୨୦.୨୮ ଏହି କ୍ଷେତ୍ରରେ ସବୁଠୁ ଖରାପ) ରନ୍ କରିବାର ଅଲୋଡ଼ା ରେକର୍ଡ କରିଥିଲେ।

IPL 2025 Mumbai s second win Delhi Capitals stopped

ତେବେ ଅନ୍ୟତମ ଓପନର୍ ରିୟାନ ରିକେଲଟନ୍ (୪୧ ରନ୍, ୨୫ ବଲ୍)ଙ୍କ ଆକ୍ରମଣାତ୍ମକ ମୁଦ୍ରା ପାଇଁ ପାୱାର ପ୍ଲେ'‌ରେ ରୋହିତଙ୍କୁ ହରାଇ ୫୯ ରନ୍ କରି ନେଇଥିଲା ମୁମ୍ବାଇ। ରିକେଲଟନ୍‌ଙ୍କୁ କଚଟି ସ୍ପିନର୍ କୁଲଦୀପ ୟାଦବ ଅର୍ଦ୍ଧଶତକର ୯ ରନ୍ ପୂର୍ବରୁ ରୋକି ଦିଲ୍ଲୀକୁ ଆଶ୍ବସ୍ତ କରିଥିଲେ। କୁଲଦୀପ ମଧ୍ୟ ବିପଜ୍ଜନକ ସୂର୍ଯ୍ୟକୁମାର ୟାଦବ (୪୦ ରନ୍, ୨୮ ବଲ୍)ଙ୍କୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବାକୁ ଦେଇ ନଥିଲେ। ତଥାପି ତିଳକ ବର୍ମାଙ୍କ ଦ୍ରୁତ ୫୯ (୩୩ବଲ୍) ଏବଂ ନମନ ଧୀର (୩୮* ରନ୍, ୧୭ ବଲ୍)ଙ୍କ ଦ୍ରୁତ ୩୮* ରନ୍ ବଳରେ ୨୦୫/୫ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର୍: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୫/୫ (ତିଳକ ବର୍ମା ୫୯, ରିୟାନ ରିକେଲଟନ୍ ୪୧, ସୂର୍ଯ୍ୟକୁମାର ୟାଦବ ୪୦, ନମନ ଧୀର ୩୮*, ରୋହିତ ଶର୍ମା ୧୮, କୁଲଦୀପ ୟାଦବ ୨/୨୩, ବିପରାଜ ନିଗମ ୨/୪୧, ମୁକେଶ କୁମାର ୧/୩୮)। ଦିଲ୍ଲୀ କ୍ୟାପିଟାଲ୍‌ସ ୧୯ ଓଭରରେ ୧୯୩/୧୦ (କରୁଣ ନାୟର ୮୯, ଅଭିଷେକ ପୋରେଲ ୩୩, କର୍ଣ୍ଣ ଶର୍ମା ୩/୩୬, ମିଚେଲ ସାଣ୍ଟନର୍ ୨/୪୩, ଦୀପକ ଚହର ୧/୨୩)।
ହଜାର ୫୯ଟି ପଦବୀ ସୃଷ୍ଟି କଲା ଗୃହ ବିଭାଗ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+