IPL 2025: ଆଜି ମୁମ୍ୱାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ? କିଏ ଜିତିବ ମ୍ୟାଚ୍ ?

ଆଇପିଏଲ‌ରେ ଆଜି ମୁମ୍ୱାଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ । ୫ଥର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଛି । ଦଳ ବିଜୟ ଖାତା ଖୋଲିବା ଲକ୍ଷ୍ୟ ନେଇ ଖେଳିବ ।

କୋଲକାତା ନାଇଟ୍‌ ରାଇଡର୍ସ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ ଡିଫେଣ୍ଡିଂ ଚମ୍ପିଆନ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲସକୁ ୮ ୱିକେଟରେ ପରାସ୍ତ କରି ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଛି ।

କ୍ବିଣ୍ଟନ ଡିକକ ରାଜସ୍ଥାନ ବିପକ୍ଷରେ ୯୭ରନର ଇନିଂସ ଖେଳିଥିବାବେଳେ ବେଙ୍ଗାଲୁରୁ ବିପକ୍ଷରେ ରାହାଣେ ଅର୍ଦ୍ଧଶତକ ହାସଲ କରିଥିଲେ। ଉକ୍ତ ଦୁଇ ବ୍ୟାଟ୍‌ସମ୍ୟାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଉଲ୍ଲେଖନୟ ପ୍ରଦର୍ଶନ କରି ପାରିନାହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ରିଙ୍କୁ ସିଂହ, ଭେଙ୍କଟେଶ ଆୟର, ଆ‌େ‌ନ୍ଦ୍ର ରସେଲ ଏପର୍ଯ୍ୟନ୍ତ ବଡ଼ ଇନିଂସ ଖେଳିବାରେ ସଫଳ ହୋଇନାହାନ୍ତି ।

IPL 2025 Mumbai Indians vs Kolkata Knight Riders today

ବୋଲିଂରେ ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା, ସ୍ପିନସର ଜନସନ, ହର୍ଷିତ ରାଣା ପ୍ରଥମ ମ୍ୟାଚରେ ନିରାଶ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ଯାହା ଦଳକୁ ଆଶ୍ବସ୍ତି କରିଛି। ଆହତ ଥିବାରୁ ରାଜସ୍ଥାନ ବିପକ୍ଷରେ ସୁନୀଲ ନାରାୟଣ ଖେଳିନଥିଲେ। ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚରେ ଖେଳିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ କହିଛନ୍ତି।

ଦଳ ବ୍ୟାଟିଂ ଓ ବୋଲିଂ ବିଭାଗରେ ସ୍ଥିର ପ୍ରଦର୍ଶନ କରୁଥିବାରୁ ବିଜୟ ଧାରାକୁ ବଜାୟ ରଖିବା ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ଦୁଇ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ଗୁଜରାଟ ଟାଇଟାନ୍‌ସ ନିକଟରୁ ପରାଜିତ ହୋଇଛି।

ଦଳ ନିକଟରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଓ ରିୟାନ ରିକେଲଟଙ୍କ ଭଳି ତାରକା ରହିଥିଲେ ମଧ୍ୟ ବ୍ୟାଟିଂ ବିଫଳତା ଦେଖିବାକୁ ମିଳିଛି। ସୂର୍ଯ୍ୟ ଦୁଇଟି ମ୍ୟାଚରୁ ୭୭ ଓ ରୋହିତ ୮ରନ କରିଛନ୍ତି। ରୋହିତ, ସୂର୍ଯ୍ୟ ଓ ହାର୍ଦିକଙ୍କ ନିକଟରୁ ଦଳ ବଡ଼ ଇନିଂସ ଆଶା କରୁଛି। ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର ଓ ସତ୍ୟନାରାୟଣ ରାଜୁ ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଯାହା ଫଳରେ ବିପକ୍ଷ ଦଳ ବଡ଼ ସ୍କୋର କରିବାରେ ସଫଳ ହେଉଛନ୍ତି । ମୁଜିବ ଉର ରେହମାନ, ମିଚେଲ ସାଣ୍ଟନର ସ୍ପିନ ବୋଲିଂ ଭାର ସମ୍ଭାଳୁଛନ୍ତି। ସାଣ୍ଟନର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି।

ଉଭୟ ଦ୍ରୁତ ଓ ସ୍ପିନ ବୋଲିଂ ବିଭାଗରେ ଦଳକୁ ସନ୍ତୁଳିତ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ ମଧ୍ୟରୁ କଲକାତା ନାଇଟ୍‌ ରାଇଡର୍ସ ୪ଟି ଓ ମୁମ୍ବଇ ଇଣ୍ଡିଆନ୍‌ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+