IPL 2025: କ୍ବାଲିଫାୟର-2ରେ ମୁମ୍ବାଇ ଇଣ୍ଡିଆନ୍ସ, ଜୁନ -୧ ରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗସ, ଗୁଜୁରାଟ ବିଦା

ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ 20 ଓଭରରେ 5 ୱିକେଟ୍ ହରାଇ 228 ରନ୍ କରିଥିଲା। ଜବାବରେ ଗୁଜରାଟ ନିର୍ଦ୍ଧାରିତ ଓଭରରେ 6 ୱିକେଟ୍ ହରାଇ କେବଳ 208 ରନ୍ କରିପାରିଥିଲା। ସାଇ ସୁଦର୍ଶନ ସେମାନଙ୍କ ପାଇଁ 80 ରନ୍ କରିଥିଲେ। ମୁମ୍ବାଇ ଏହି ମ୍ୟାଚ୍କୁ 20 ରନ୍ରେ ଜିତି କ୍ୱାଲିଫାୟର୍-2ରେ ପ୍ରବେଶ କରିଛି।
ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇଥିଲା। ପରମ୍ପରା ବିରୋଧରେ ଯାଇ ଟସ୍ ଜିତିବା ମାତ୍ରେ ବ୍ୟାଟିଂ ବି କରିଥିଲା। ଏହାକୁ ଯଥାର୍ଥ ସାବ୍ୟସ୍ତ କରି ରୋହିତ ଶର୍ମା ଓ ଜନି ବେୟାରଷ୍ଟୋ ବି ଭଲ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ଉଭୟ ୭୯ ରନ୍ ଉଠାଇଥିଲେ ବିନା କ୍ଷତିରେ। ସିଜନ୍ର ପ୍ରଥମ ମ୍ୟାଚ୍ ଖେଳିଥିବା ଜନି ବେୟାରଷ୍ଟୋ ୨୨ ବଲ୍ରୁ ୪୭ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଏହି ପାଳିରେ ସେ ୪ ଚୌକା ଓ ୩ ଦର୍ଶନୀୟ ଛକା ବି ମାରିଥିଲେ। ବ୍ୟକ୍ତିଗତ ଭାବେ ୩ ଓ ୧୨ ରନ୍ ବେଳେ କ୍ୟାଚ୍ ହାତଛଡ଼ା କାରଣରୁ ରୋହିତ ଶର୍ମା ଜୀବନଦାନ ପାଇଥିଲେ। ଶେଷକୁ ଏହି ପୂର୍ବତନ ଅଧିନାୟକ ୫୦ ବଲ୍ ଖେଳି ୯ ଚୌକା ଓ ୪ ଛକା ସହାୟତାରେ ୮୧ ରନ୍ କରି ପ୍ରସିଦ୍ଧ କୃଷ୍ଣଙ୍କ ଶିକାର ହୋଇଥିଲେ।
ଏମାନଙ୍କ ପରେ ସୂର୍ଯ୍ୟ କୁମାର ୟାଦବ (୨୦ ବଲ୍ରୁ ୩୩ ରନ୍), ତିଳକ ବର୍ମା (୧୧ ବଲ୍ରୁ ୨୫ ରନ୍), ହାର୍ଦିକ ପାଣ୍ଡ୍ୟା (୯ ବଲ୍ରୁ ୨୨* ରନ୍) କରିବାରୁ ମୁମ୍ବାଇ ଆହ୍ବାନଭରା ୨୨୮ ରନ୍ ସଂଗ୍ରହ କରି ନେଇଥିଲା। ପ୍ରସିଦ୍ଧ କୃଷ୍ଣ କିନ୍ତୁ ସର୍ବାଧିକ ୫୩ ରନ୍ ବ୍ୟୟ କରିଥିଲେ। ଜବାବରେ ସାଇ ସୁଦର୍ଶନ (୪୯ ବଲରୁ ୮୦ ରନ୍) ଏବଂ ୱାସିଂଟନ୍ ସୁନ୍ଦର (୨୪ ବଲ୍ରୁ ୪୮ ରନ୍)ଙ୍କ ଭଲ ପାଳି ସତ୍ତ୍ବେ ଗୁଜରାଟ ୨୦୮ରେ ଅଟକିଯାଇଥିଲା।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୨୮/୫ (ରୋହିତ ଶର୍ମା-୮୧, ଜନି ବେୟାରଷ୍ଟୋ-୪୭, ସୂର୍ଯ୍ୟକୁମାର ୟାଦବ-୩୩, ତିଳକ ବର୍ମା-୨୫, ହାର୍ଦ୍ଦିକ ପାଣ୍ଡ୍ୟା-୨୨*, ସାଇ କିଶୋର-୨/୪୨, ପ୍ରସିଦ୍ଧ କୃଷ୍ଣ-୨/୫୩, ମହମ୍ମଦ ସିରାଜ-୧/୩୭)। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୦୮/୬ (ସାଇ ସୁଦର୍ଶନ-୮୦, ୱାସିଂଟନ୍ ସୁନ୍ଦର-୪୮, ସେର୍ଫାନ୍ ରଦରଫୋର୍ଡ-୨୪, କୁସାଲ ମେଣ୍ଡିଜ୍-୨୦, ଟ୍ରେଣ୍ଟ୍ ବୋଲ୍ଟ-୨/୫୬, ମିଚେଲ ସାଣ୍ଟନର୍-୧/୧୦, ଯଶପ୍ରୀତ୍ ବୁମରା-୧/୨୭, ଅଶ୍ବନି କୁମାର-୧/୨୮, ରିଚାର୍ଡ ଗ୍ଲିସନ୍-୧/୩୯)।












Click it and Unblock the Notifications