IPL 2025; ଆଜି ମୁମ୍ବଇ-ଗୁଜରାଟ ମୁହାଁମୁହିଁ

ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ ର ନବମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲିବାକୁ ଉଦ୍ୟମ କରିବେ। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ୪ ୱିକେଟରେ ପରାଜିତ ହୋଇଥିଲା। ଦଳର ବ୍ୟାଟିଂ ବିଭାଗରେ ଦୁର୍ବଳ ପ୍ରଦର୍ଶନ ରହିଥିଲା। ପ୍ରଥମ ମ୍ୟାଚ ଖେଳିନଥିବା ହାର୍ଦିକ ଦଳକୁ ଫେରିବା ସହ ଅଧିନାୟକ ଦାୟିତ୍ବ ତୁଲାଇବେ। ପାଣ୍ଡ୍ୟା ଫେରିବ​ର ପରେ ମୁମ୍ବଇକୁ ଆଶ୍ବସ୍ତି ମିଳିଛି। ଚେନ୍ନଇ ବିପକ୍ଷରେ ମୁମ୍ବଇର କୌଣସି ବ୍ୟାଟ୍‌ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ରୋହିତ ଶର୍ମା ଓ ସୂଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍‌ସମ୍ୟାନ ଦଳ ନିକଟରେ ରହିଥିଲେ ମଧ୍ୟ ଦଳ ବ୍ୟାଟିଂ ବିଫଳତା ଭୋଗିଥିଲା।

IPL 2025

ରୋହିତ ଶର୍ମା ଚେନ୍ନଇ ବିପକ୍ଷରେ ଖାତା ଖୋଲିପାରିନଥିଲେ। ସୂର୍ଯ୍ୟକୁମାର ଯାଦବ, ରିୟାନ ରିକେଲଟନ, ୱିଲ ଜ୍ୟାକ୍‌ , ତିଳକ ବର୍ମା, ରବିନ ମିଞ୍ଜ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ରୋହିତ ଓ ସୂର୍ଯ୍ୟକୁମାରଙ୍କୁ ଏବେ ନିଜ ଖେଳ ଦେଖାଇବାକୁ ପଡ଼ିବ। ବୋଲିଂରେ ମଧ୍ୟ ଦଳ ସେଭଳି ପ୍ରଦର୍ଶନ କରିପାରିନଥିଲା। ଯୁବ ଲେଗ୍‌ ସ୍ପିନର ବିଘ୍ନେସ ପୁତୁରଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ବିଫଳ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ସତ୍ୟନାରାୟଣ ରାଜୁ, ମିଚେଲ ସାଣ୍ଟନର ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ। ଗୁଜରାଟ ବିପକ୍ଷରେ ଦଳକୁ ବିଜୟ ଖାତା ଖୋଲିବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ପ୍ରଥମ ମ୍ୟାଚରେ ବଡ଼ ରନକୁ ପିଛା କରିବାକୁ ଯାଇ ୧୧ରନରେ ପରାଜିତ ହୋଇଥିଲା।

ବ୍ୟାଟିଂରେ ସାଇ ସୁଦର୍ଶନ, ଜୋଶ ବଟ୍‌ଲର, ସିରିଫାନେ ରଦରଫୋର୍ଡ ଓ ଗିଲ୍‌ ଭଲ ଇନିଂସ ଖେଳିଥିଲେ। ସୁଦର୍ଶନ ଓ ବଟ୍‌ଲର ଅର୍ଦ୍ଧଶତକ ହାସଲ କରିଥିଲେ। ଏକଦା ପଞ୍ଜାବ ପିପକ୍ଷରେ ଦଳ ଭଲ ସ୍ଥିତିରେ ଥାଇ ମଧ୍ୟ ଫିନିସିଂ ଅଭାବରୁ ପରାଜିତ ହୋଇଥିଲା। ଶୀର୍ଷ ଭାଗ ବ୍ୟାଟିଂ ଦଳର ମଜବୁତ ରହିଥିବାବେଳେ ଫିନିସିଂରେ ଦୁବଳ ରହିଛି। ଏଥିପ୍ରତି ଦଳକୁ ଗୁରୁତ୍ବ ଦେବାକୁ ପଡ଼ିବ। ବୋଲିଂରେ ସାଇ କିଶୋର ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ କାହାରି ସହ​‌େ​‌ଯାଗ ମିଳିନଥିଲା। ମହମ୍ମଦ ସିରାଜ, କାଗିସୋ ରାବଡା, ରସିଦ ଖାନ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ବୋଲର ଦଳ ନିକଟରେ ରହିଥିଲେ ମଧ୍ୟ ସେଭଳି ସଫଳତା ପାଇନଥିଲେ। ଯାହା ଫଳରେ ପଞ୍ଜାବ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ମୁମ୍ବଇକୁ ପରାସ୍ତ କରିବାକୁ ହେଲେ ଦଳକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ମ୍ୟାଚ ମୁଖ୍ୟତଃ ଗୁଜରାଟ ବୋଲର ଓ ମୁମ୍ବଇ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ ଲଢେଇ ହେବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ ମଧ୍ୟରୁ ଗୁଜରାଟ ୩ଟି ଓ ମୁମ୍ବଇ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+