୨୦୨୫ IPL'ଖେଳିପାରନ୍ତି ମହେନ୍ଦ୍ର ସିଂ ଧୋନି
MS Dhoni: ନିକଟରେ ବିସିସିଆଇ ଏବଂ ଆଇପିଏଲ ଦଳ ମାଲିକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଜଣେ ଅନକ୍ୟାପଡ୍ ପ୍ଲେୟାର ଭାବେ ଘୋଷଣା କରାଯାଇଛି । ଆଗାମୀ ୨୦୨୫ ଆପିଏଲ ମ୍ୟାଚରେ ଧୋନିଙ୍କୁ ପୁଣି ପଡିଆର ଦେଖିବା ପାଇଁ ମିଳିପାରେ । ତେବେ ଆଗାମୀ ଆପିଏଲରେ ଧୋନି ଖେଳିବେ ନା ନାହିଁ ସେନେଇ ଧୋନୀ କିମ୍ବା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ଧୋନି ଜଣେ କ୍ୟାପଟେଡ୍ ଖେଳାଳି ଥିବାବେଳେ ସିଏସକେରୁ ସିଜନରେ ୧୨ କୋଟି ଟଙ୍କା ବେତନ ପାଉଥିଲେ, କିନ୍ତୁ ଯଦି ତାଙ୍କୁ ଅନକ୍ୟାପଡ୍ ପ୍ଲେୟାର ଖେଳାଳି ତାଲିକାରେ ରଖାଯାଏ, ତା'ହେଲେ ତାଙ୍କ ଦରମା ୪ କୋଟି ଟଙ୍କାକୁ ହ୍ରାସ ପାଇପାରେ। ଖବର ଏହା ମଧ୍ୟ ରହିଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ଖେଳାଇବା ପାଇଁ ଚାହୁଁଛି ହେଲେ ସେ ଅକ୍ସନରେ କୌଣସି ଯୁବ ଖେଳାଳିଙ୍କ ସ୍ଥାନ ନେବାକୁ ଚାହୁଁ ନାହାଁନ୍ତି । ବର୍ତ୍ତମାନ ଧୋନୀଙ୍କୁ ୪୩ ବର୍ଷ ବୟସ ହୋଇଥିବା ବେଳେ ସେ ଆପିଏଲରେ ଅଧିକ ଟଙ୍କାରେ ଖେଳିବା ପାଇଁ ଚାହିୁଁନାହାଁନ୍ତି । ଏଭଳି ସ୍ଥିତିରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ସ୍ଥାନ ଦେଇପାରେ ଚେନ୍ନାଇ ସୁପରକିଙ୍ଗସ୍ ।

ଯଦି ଜଣେ ଖେଳାଳି ଅବସର ଗ୍ରହଣ କରିବାର ପାଞ୍ଚ ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ଅତିବାହିତ ହୋଇଛି, ତା'ହେଲେ ସେ ଜଣେ କ୍ୟାପ୍ ପ୍ଲେୟାରରୁ ଜଣେ ଅନକ୍ୟାପଡ୍ ଖେଳାଳିରେ ପରିଣତ ହୋଇପାରିବେ । ଏହି ନିୟମ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ସିଜିନରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା, କିନ୍ତୁ ୨୦୨୨ ମସିହାରେ ଏହାକୁ ରଦ୍ଦ କରିଦିଆଯାଇଥିଲା କାରଣ କୌଣସି ଦଳ ଏହାକୁ ବ୍ୟବହାର କରିନଥିଲେ।
ଆଇପିଏଲ୍ ୨୦୨୪ରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଧୋନିଙ୍କ ଆଣ୍ଠୁରେ ସମସ୍ୟା ଥିଲା, ଏହା ସତ୍ତ୍ୱେ ସେ ଖେଳିବା ଜାରି ରଖିଥିଲେ କିନ୍ତୁ ଏହି ଆଘାତ ହେତୁ ତାଙ୍କୁ ପ୍ରାୟତଃ ସପ୍ତମ କିମ୍ବା ନିମ୍ନ କ୍ରମରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ସେହି ଆଘାତ ହେତୁ ଧୋନି ଆଇପିଏଲରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ହେଲେ ଏନେଇ କୌଣସି ଅଫିସିଲ ଘୋଷଣା କରାଯାଇ ନାହିଁ ।












Click it and Unblock the Notifications