IPL 2025: ୩ ବର୍ଷ ପରେ CSK କୁ ହରାଇଲା MI

ଘରୋଇ ଗ୍ରାଉଣ୍ଡରେ ଫର୍ମକୁ ଫେରିଲେ ରୋହିତ ଶର୍ମା । ଚଳିତ ସିଜିନରେ ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କ ବ୍ୟାଟରୁ ବଡ ରନ ଆସିଛି । ରୋହିତ ଓ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଦୀର୍ଘ 3 ବର୍ଷ ପରେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିବାରେ ସଫଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ଥର ପାଇଁ 2022 ମେ 12 ତାରଖରେ ଚେନ୍ନାଇକୁ ହରାଇଥିଲା ମୁମ୍ବାଇ । ଏହାପରେ ଖେଳାଯାଇଥିବା 4ଟି ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ପରାସ୍ତ କରିଥିଲା ।

9 ଓ୍ବିକେଟରେ ଚେନ୍ନାଇକୁ ହରାଇଲା ମୁମ୍ବାଇ

ଆଜି ଓ୍ବାଙ୍ଖଡେ ଷ୍ଟାଡିୟମରେ ଆଇପିଏଲର 38ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ ପାଇଁ ସିଏସକେ କି ଆମନ୍ତ୍ରଣ କରିଥିଲା ପାଣ୍ଡ୍ୟା ବାହିନୀ । 20 ଓଭରରେ 6 ଓ୍ବିକେଟ ହରାଇ 176 ରନ କରିଥିଲା ସିଏସକେ । ଜବାବରେ ମୁମ୍ବାଇ 15.4 ଓଭରରେ 1 ଓ୍ବିକେଟ ହରାଇ 177 ରନ କରି ବିଜୟୀ ହୋଇଥିଲା । 9 ଓ୍ବିକେଟରେ ହାରିଥିଲା ଚେନ୍ନାଇ । ଚଳିତ ଆଇପିଏଲରେ ମୁମ୍ବାଇର ଏହା ଚତୁର୍ଥ ବିଜୟ ଓ ଚେନ୍ନାଇର ଷଷ୍ଠ ପରାଜୟ । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶେଷରେ ରହିଛି ।

IPL 2025 MI defeats CSK after 3 years

ଚଳିତ ଆଇପିଏଲରେ ରୋହିତଙ୍କ ପ୍ରଥମ ଅର୍ଦ୍ଧଶତକ:

ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋହିତ ସର୍ବାଧିକ ସ୍କୋର କରି ରେକର୍ଡ କରିଛନ୍ତି । ସେ 33 ବଲରେ ଅର୍ଦ୍ଧଶତକ ହାସଲ କରି ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ପୂର୍ବରୁ 6ଟି ମ୍ୟାଚ ଖେଳି ମାତ୍ର 82 ରନ କରିଥିଲେ । ସର୍ବାଧିକ ସ୍କୋର ତାଙ୍କର 26 ରହିଥିଲା । ଭଲ ପ୍ରଦର୍ଶନ କରୁନଥିବାରୁ ରୋହିତଙ୍କ ଫ୍ୟାନ୍ସ ମଧ୍ୟ ନିରାଶ ହେଉଥିଲେ । ଆଜି ସେ ଫର୍ମକୁ ଫରି ଜବଦସ୍ତ ଖେଳିଥିଲେ । 45 ବଲରେ ଅପରାଜିତ 76 ରନ କରିଥିଲେ ରୋହିତ । ଏଥିରେ 6ଟି ଛକା ଓ 4ଟି ଚୌକା ସାମିଲ ରହିଛି । ସେହିପରି ସୂର୍ଯ୍ୟକୁମାର ଆଜି ଧୂଆଁଧାର ବ୍ୟାଟିଂ କରିଥିଲେ ସେ 30 ବଲରେ 68 ରନ କରିଥିଲେ । ଏଥିରେ 5ଟି ଛକା ଓ 6ଟି ଚୌକା ସାମିଲ ରହିଛି । ରୋହିତ ଓ ସୂର୍ଯ୍ୟ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ରିକଲେଟନ 24 ରନରେ ଆଉଟ ହୋଇଥିଲେ ।

ଜାଡେଜା-ଦୁବେଙ୍କ ଅର୍ଦ୍ଧଶତକ ବିଫଳ, ସର୍ବକନିଷ୍ଠ ଖେଳାଳି ଭାବେ ରେକର୍ଡ କଲେ ଆୟୁଷ ମହାତ୍ରେ:

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ରବିନ୍ଦ୍ର ଜାଡେଜା ଓ ଶିବମ ଦୁବେ ଅର୍ଦ୍ଧଶତକ ହାସଲ କରିଥିଲେ । ଜାଡେଜା 2ଛକା ଓ 4 ଚୌକା ବଳରେ 35 ବଲରେ 53 ରନ କରିଥିଲେ । ଦୁବେ 4ଛକା ଓ 2 ଚୌକା ବଳରେ 32 ବଲରେ 50 ରନ କରିଥିଲେ । ସେହିପରି 17 ବର୍ଷିୟ ଆୟୁଷ ମହାତ୍ରେ 15 ବଲରେ 2 ଛକା ଓ 4 ଚୌକା ବଳରେ 32 ରନ କରିଥିଲେ । ସିଏସକେ ପକ୍ଷରୁ ସେ ସର୍ବକନିଷ୍ଠ ଖେଳାଳି ହେବାରେ ରେକର୍ଡ କରିଛନ୍ତି । ମୁମ୍ବାଇ ପକ୍ଷରୁ ବୁମରା ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+