ରୋହିତଙ୍କ ଜବରଦସ୍ତ ବ୍ୟାଟିଂ, ବୋଲ୍ଟଙ୍କ ଘାତକ ବୋଲିଂରେ ମୁମ୍ବାଇ ବିଜୟ

ଆଇପିଏଲର 41ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ । ମ୍ୟାଚରେ ଇମ୍ପାକ୍ଟ ପକାଇଲେ ଇମ୍ପାକ୍ଟ ପ୍ଲେୟାର ରୋହିତ । ଧୂଆଁଧାର ବ୍ୟାଟିଂ କରି ଦଳକୁ ଚଳିତ ସିଜିନରେ ପଞ୍ଚମ ବିଜୟ ଭେଟିଦେଲେ । ଫଳରେ 7 ଓ୍ବିକେଟରେ ମୁମ୍ବାଇଠୁ ପରାସ୍ତ ହୋଇଛି ହାଇଦ୍ରାବାଦ । ଏହା ହାଇଦ୍ରାବାଦର ଷଷ୍ଠ ପରାଜୟ । ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ହେଲା ହାଇଦ୍ରାବାଦ ।

ପଏଣ୍ଟ ଟେବୁଲ ତୃତୀୟରେ ମୁମ୍ବାଇ, ତଳକୁ ଖସୁଛି ଏସଆରଏଚ

ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ସନ ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାୟାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ହାର୍ଦ୍ଧିକ ବାହିନୀ । ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ଓ୍ବିକେଟ ହରାଇ 143 ରନ କରିଥିଲା ହାଇଦ୍ରାବାଦ । ଜାବାରେ ମୁମ୍ବାଇ 15.4 ଓଭରରେ 3 ଓ୍ବିକେଟ ହରାଇ 146 ରନ କରି ବିଜୟୀ ହୋଇଥିଲା । ଏହି ମ୍ୟାଚରେ ବିଜୟୀ ହେବା ପରେ ପଏଣ୍ଟ ଟେବୁଲ ତୃତୀୟରେ ମୁମ୍ବାଇ ରହିଛି । ସେହିପରି ହାଇଦ୍ରାବାଦ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି 9 ନମ୍ବର ସ୍ଥାନରେ ରହିଛି ।

IPL 2025 mi beat srh check

ଇମ୍ପାକ୍ଟ ପ୍ଲେୟାର ଭାବେ ଆସି ଜବରଦସ୍ତ ବ୍ୟାଟିଂ କଲେ ରୋହିତ

144 ରନର ବିଜୟ ଲକ୍ଷ୍ୟ ନେଇ ଓପନିଂ ଜୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରିକଲେଟନ ଓ ରୋହିତ । ମାତ୍ର 11 ରନ କରି ରିକଲେଟନ ପାଭିଲିୟନ ଫେରିଯାଇଥିବା ବେଳେ ରୋହିତଙ୍କୁ ଅଟକାଇବା ବିପକ୍ଷ ଦଳର ବୋଲରଙ୍କ ପାଖରେ କାଠିକର ପାଠ ହୋଇଥିଲା । ଅଧିକ ସମୟ ପଡିଆରେ ତିଷ୍ଟି ରହି ବଡ ବଡ ସଟ ଖେଳିଥିଲେ ରୋହିତ । ତାଙ୍କୁ ସାଥ ଦେଇତି ଉଇଲ ଜାକ୍ସ । ମାତ୍ର 22 ରନ କରି ସେ ଆଉଟ ହୋଇଥିଲେ । ଏହାପରେ ସୂର୍ଯ୍ୟ କୁମାର ରୋହିତଙ୍କ ସାଥ ଦେଇଥିଲେ । ଦଳୀୟ ସ୍କୋର 130 ହୋଇଥିବା ବେଳେ ରୋହିତ 3 ଛକା, 8 ଚୌକା ବଳରେ 46 ବଲରେ 70 ରନ କରି ଆଉଟ ହୋଇଥିଲେ । ଏହାପରେ ସୂର୍ଯ୍ୟ କୁମାର ଅପରାଜିତ 40 ଓ ତିଳକ ଅପରାଜିତ 2 ରନ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ।

କ୍ଲାସେନଙ୍କ ଅର୍ଦ୍ଧଶତକ ବିଫଳ, ମୁମ୍ବାଇର ଘାତକ ବୋଲିଂରେ ଟପ ଅର୍ଡର ଧ୍ବଂସ ବିଧ୍ବଂସ୍ତ

ଚଳିତ ସିଜିନରେ ହାଇଦ୍ରାବାଦର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଆଜି ଦଳର ଟପ ଅର୍ଡର ମୁମ୍ବାଇର ଘାତକ ବୋଲିଂରେ ଧ୍ବଂସ ବିଧ୍ବଂସ୍ତ ହୋଇଯାଇଥିଲା । ଦଳୀୟ ସ୍କୋର 13 ହୋଇଥିବା ବେଳେ 4 ଓ୍ବିକେଟ ହରାଇ ସାରିଥିଲା ଏସଆରଏଚ । ଦଳୀୟ ସ୍କୋର 35 ହୋଇଥିବା ବେଳେ ପଞ୍ଚମ ଓ୍ବିକେଟର ପତନ ହୋଇଥିଲା । ଏହାପରେ ପାଳି ସମ୍ଭାଳିଥିଲେ କ୍ଲାସେନ । ସେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 2 ଛକା, 9 ଚୌକା ସହ 44 ବଲରେ 71 ରନ କରିଥିଲେ । ଦଳୀୟ ସ୍କୋର 234 ହୋଇଥିବା ବେଳେ ସେ ଆଉଟ ହୋଇଥିଲେ । ଏହାପରେ ଅନିକେତ 12, ଅଭିନବ 43 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ 4 ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+