Get Updates
Get notified of breaking news, exclusive insights, and must-see stories!

IPL Mega Auction: କେଉଁ ଦଳକୁ ଗଲେ କେଉଁ ଖେଳାଳି, ପ୍ରଥମ ଦିନର ଲିଷ୍ଟ

IPL ମହାନିଲାମୀର ପ୍ରଥମ ଦିନରେ ଅନେକ ରେକର୍ଡ । ବିଦେଶୀ ଖେଳାଳିଙ୍କ ବଦଳରେ ଭାରତୀୟ ଖେଳାଳିଙ୍କୁ ଦଳରେ ସାମିଲ କରାଇବାକୁ ଜୋର୍ ଲଗାଇଥିଲେ ଫ୍ରାଞ୍ଚାଇଜି । ଫଳରେ ସର୍ବକାଳୀନ ରେକର୍ଡ କରି ଲକ୍ଷ୍ନୌ ସୁପରଜାଏଣ୍ଟସରେ ସାମିଲ ହୋଇଛନ୍ତି ଋଷଭ ପନ୍ତ । ସେ ୨୭ ଟଙ୍କାରେ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ପଞ୍ଜାବ କିଙ୍ଗ୍ସ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରିଛି ।

ସବୁଠୁ ଦାମୀ ଖେଳାଳି ପନ୍ତ-

ଭାରତୀୟ ବିସ୍ଫୋରକ, ଷ୍ଟାଇଲିସ୍ ତଥା ଷ୍ଟାର ଓ୍ବିକେଟ ବ୍ୟାଟର ରିଷଭ ପନ୍ତ ଆଜିର ଆଇପିଏଲ୍ ନିଲାମୀରେ 27 କୋଟିରେ ଲକ୍ଷ୍ନୌ ଟିମକୁ ବିକ୍ରି ହୋଇଛନ୍ତି । ଫଳରେ ପନ୍ତ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି । ଆଜି ସାଉଦି ଆରବର ଜେଦାହରେ ଚାଲିଛି ଆଇପିଏଲ 2025 ମେଗା ଅକ୍ସନ ।

ଆୟର ଦ୍ବିତୀୟ ସବୁଠୁ ଦାମୀ ଖେଳାଳି-

ପନ୍ତଙ୍କ ପୂର୍ବରୁ ଆଇପିଏଲର ସବୁଠୁ ଦାମୀ ଖେଳାଳି କିଛି ସମୟ ପାଇଁ ହୋଇଥିଲେ ଶ୍ରେୟସ ଆୟାର । ତାଙ୍କୁ ପଞ୍ଜାବ କିଙ୍ଗ୍ସ 26.75 କୋଟି ଟଙ୍କାରେ କିଣିଛି । ଗତ ଥର ଆଇପିଏଲରେ ଆୟର କ୍ୟାପଟେନ ଭାବେ କେକେଆରକୁ ବିଜୟୀ କରିଥିଲେ । ଏହା ପୂର୍ବରୁ ସବୁଠୁ ଦାମି ଖେଳାଳି ଥିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ତାଙ୍କୁ ଗତଥର କେକେଆର 24.75 କୋଟିରେ କିଣିଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ଛାଡିବା ପରେ ପନ୍ତଙ୍କୁ ବର୍ତ୍ତମାନ କିଣିଛି ଲକ୍ଷ୍ନୌ ।

ନିଲାମୀ ସ୍ଥାନ ଏବଂ ପ୍ରକ୍ରିୟା-

ଦୁଇ ଦିନ ଧରି ସାଉଦି ଆରବର ଜେହାଦରେ ଚାଲିବ ଭାରତୀୟ ପ୍ରିମିୟର ଲିଗ ଆଇପିଏଲ 2025ର ମେଗା ନିଲାମୀ । ଯେଉଁଥିରେ 577 ଖେଳାଳିଙ୍କ ଲାଗିବ ନିଲାମୀ ବୋଲି । 367 ଜଣ ଭାରତୀୟ ଖେଳାଳି ଏବଂ 210 ଜଣ ବିଦେଶୀ ଖେଳାଳି ମେଗା ଅକ୍ସନରେ ସାମିଲ ହେବେ ।

ତେବେ ସମୁଦାୟ 1577 ଜଣ ଖେଳାଳି ଆଇପିଏଲ 2025 ମେଗା ଅକ୍ସନରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଥିଲେ । ଏପଟେ 10 ଟିମ୍ ପାଖରେ ସାମୁହିକ ଭାବେ ରହିଛି 204ଟି ଖାଲି ସ୍ଲଟ୍ । ଏଥିରେ 70 ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ଖାଲି ରହିଛି ।

IPL 2025 Mega Auction
  • ଅର୍ଶଦୀପ ସିଂହ - ପଞ୍ଜାବ କିଙ୍ଗ୍ସ-୧୮ କୋଟି
  • କାଗିଶୋ ରାବାଡ଼ା- ଗୁଜରାଟ ଟଇଟନ୍ସ- ୧୦.୭୫ କୋଟି
  • ଶ୍ରେୟସ ଆୟର- ପଞ୍ଜାବ କିଙ୍ଗ୍ସ- ୨୬.୭୫ କୋଟି
  • ଜୋଶ ବଟଲର- ଗୁଜରାଟ ଟାଇଟନ୍ସ- ୧୫.୭୫ କୋଟି
  • ମିଚେଲ ଷ୍ଟାର୍କ- ଦିଲ୍ଲୀ କ୍ୟାପିଟାଲ୍ସ- ୧୧.୭୫ କୋଟି
  • ଋଷଭ ପନ୍ତ- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ - ୨୭ କୋଟି
  • ମହମ୍ମଦ ଶାମି- ସନରାଇଜର୍ସ ହାଇଦ୍ରାବାଦ- ୧୦ କୋଟି
  • ଡେଭିଡ ମିଲର- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ- ୭.୫ କୋଟି
  • ୟୁଜବେନ୍ଦ୍ର ଚହଲ- ପଞ୍ଜାବ କିଙ୍ଗ୍ସ- ୧୮ କୋଟି
  • ମହମ୍ମଦ ସିରାଜ- ଗୁଜାରାଟ ଟାଇଟନ୍ସ - ୧୨.୨୫ କୋଟି
  • ଲିୟମ ଲିବିଂଷ୍ଟୋନ୍ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୮.୭୫ କୋଟି
  • କେ.ଏଲ ରାହୁଲ- ଦିଲ୍ଲୀ କ୍ୟାପିଟାଲ୍ସ- ୧୪ କୋଟି
  • ଜ୍ୟାକ ଫ୍ରେଜର ମ୍ୟାକଗ୍ରକ୍ - ଦିଲ୍ଲୀ କ୍ୟାପିଟାଲ୍ସ- ୯ କୋଟି
  • ହର୍ଷଲ ପଟେଲ- ସନରାଇଜର୍ସ ହାଇଦ୍ରାବାଦ- ୮ କୋଟି
  • ରଚିନ ରବିନ୍ଦ୍ର- ଚେନ୍ନାଇ ସୁପର କିଙ୍ଗ୍ସ- ୪ କୋଟି
  • ରବିଚନ୍ଦ୍ରନ ଅଶ୍ୱିନ- ଚେନ୍ନାଇ ସୁପର କିଙ୍ଗ୍ସ- ୯.୭୫ କୋଟି
  • ଭେଙ୍କଟେସ ଆୟର- କୋଲକାତା ନାଇଟ ରାଇଡର୍ସ- ୨୩.୭୫ କୋଟି
  • ମାର୍କସ ଷ୍ଟୋଇନସ୍- ପଞ୍ଜାବ କିଙ୍ଗ୍ସ- ୧୧ କୋଟି
  • ମିଚେଲ ମାର୍ଶ- ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ- ୩.୪୦ କୋଟି
  • ଗ୍ଲେନ ମାକ୍ସୱେଲ୍- ପଞ୍ଜାବ କିଙ୍ଗ୍ସ- ୪.୨୦ କୋଟି
  • କ୍ୱିଣ୍ଟନ ଡିକକ୍- କୋଲକାତା ନାଇଟ ରାଇଡର୍ସ- ୩.୬୦ କୋଟି
  • ଫିଲ ସଲ୍ଟ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧୧.୫୦ କୋଟି
  • ରହମାନୁଲ୍ଲା ଗୁରବାଜ- କୋଲକାତା ନାଇଟ ରାଇଡର୍ସ- ୨ କୋଟି
  • ଇଶାନ କିଷନ- ସନରାଇଜର୍ସ ହାଇଦ୍ରାବାଦ- ୧୧.୨୫ କୋଟି
  • ଜିତେଶ ଶର୍ମା- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧୧ କୋଟି
  • ଜୋଶ ହେଜେଲଉଡ୍- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧୨.୫୦ କୋଟି
  • ପ୍ରସିଦ୍ଧ କ୍ରୀଷ୍ଣା- ଗୁଜୁରାଟ ଟାଇଟନ୍ସ- ୯.୫୦ କୋଟି
  • ଆଭେସ ଖାନ୍- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ- ୯.୭୫ କୋଟି
  • ଏନରିକ୍ ନୋର୍କିଆ- କୋଲକାତା ନାଇଟ ରାଇଡର୍ସ- ୬.୫୦ କୋଟି
  • ଜୋଫ୍ରା ଆର୍ଚର- ରାଜସ୍ଥାନ ରୟାଲ୍ସ- ୧୨.୫୦ କୋଟି
  • ଖଲିଲ ଅହମ୍ମଦ- ଚେନ୍ନାଇ ସୁପର କିଙ୍ଗ୍ସ- ୪.୮୦ କୋଟି
  • ଟି. ନଟରାଜନ- ଦିଲ୍ଲୀ କ୍ୟାପିଟାଲ୍ସ- ୧୦.୭୫ କୋଟି
  • ଟ୍ରେଣ୍ଟ ବୋଲ୍ଟ- ମୁମ୍ବାଇ ଇଣ୍ଡିଆନ୍ସ- ୧୨.୫୦ କୋଟି
  • ମହେଶ ଥିକଶାନା- ରାଜସ୍ଥାନ ରୟାଲ୍ସ- ୪.୪୦ କୋଟି
  • ରାହୁଲ ଚହର- ସନରାଇଜର୍ସ ହାଇଦ୍ରାବାଦ- ୩.୨୦ କୋଟି
  • ଆଦାମ ଜାମ୍ପା- ସନରାଇଜର୍ସ ହାଇଦ୍ରାବାଦ- ୨.୪୦ କୋଟି
  • ୱାନିନ୍ଦୁ ହସରଙ୍ଗା- ରାଜସ୍ଥାନ ରୟାଲ୍ସ- ୫.୨୫ କୋଟି
  • ନୁର୍ ଅହମ୍ମଦ- ଚେନ୍ନାଇ ସୁପର କିଙ୍ଗ୍ସ- ୧୦ କୋଟି
  • ନେହାୱ ୱଧେରା- ପଞ୍ଜାବ କିଙ୍ଗ୍ସ- ୪.୨୦ କୋଟି
  • ଅଭିନବ ମନୋହର- ସନରାଇଜର୍ସ ହାଇଦ୍ରାବାଦ-୩.୨୦ କୋଟି
  • ନମନ ଧୀର- ମୁମ୍ବାଇ ଇଣ୍ଡିଆନ୍ସ- ୩.୪୦ କୋଟି
  • ଆଶୁତୋଷ ଶର୍ମା-ଦିଲ୍ଲୀ କ୍ୟାପିଟାଲ୍ସ-୩.୮୦ କୋଟି
  • ରବୀନ ମିଞ୍ଜ୍- ମୁମ୍ବାଇ ଇଣ୍ଡିଆନ୍ସ- ୬୫ ଲକ୍ଷ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+