Get Updates
Get notified of breaking news, exclusive insights, and must-see stories!

IPL 2025: ୧୦ ୱିକେଟ ନେଇଥିବା ଖେଳାଳି ଅଂଶୁଲ କାମ୍ବୋଜଙ୍କୁ ୩.୪୦ କୋଟିରେ ନେଲା ଚେନ୍ନାଇ

ଅଂଶୁଲ କାମ୍ବୋଜଙ୍କୁ ଆଇପିଏଲ ଅକ୍ସନରେ ମିଳିଛି ବଡ଼ ସଫଳତା। ସେ ରଣଜୀ ଟ୍ରଫିରେ ଗୋଟିଏ ଇନିଂସରେ ୧୦ ୱିକେଟ ନେଇ ଓଡ଼ିଆ ପୁଅ ଦେବାଶିଷ ମହାନ୍ତିଙ୍କ ରେକର୍ଡ କ୍ଲବରେ ସାମିଲ ହୋଇଥିଲେ।

ଏବେ ତାଙ୍କୁ ଅକ୍ସନରେ ୩.୪୦ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି। ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ଥିଲା। ଚେନ୍ନାଇ ବ୍ୟତୀତ ତାଙ୍କୁ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟ କିଣିବାକୁ ଆଗ୍ରହ ଦେଖାଇଥିଲେ। ଫଳରେ ତାଙ୍କ ଦାମ ୩୦ ଲକ୍ଷରୁ ଯାଇ ୩ କୋଟି ୪୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଚେନ୍ନାଇ ତାଙ୍କୁ ଏହି ଟଙ୍କା ଦେଇ ନିଜ ସହ ସାମିଲ କରିଛି।

୨୦୨୪ରେ କାମ୍ବୋଜ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ମ୍ୟାଚରେ ନଜର ଆସିଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରି ଦେଇଥିଲା। ରଣଜୀ ଟ୍ରଫି ଇତିହାସର ତୃତୀୟ ବୋଲର ଭାବେ ଗୋଟିଏ ଇନିଂସର ଅଂଶୁଲ ସମସ୍ତ ୧୦ ୱିକେଟ ଦଖଲ କରିଥିଲେ।

୨୩ ବର୍ଷୀୟ ଅଂଶୁଲ କମ୍ବୋଜ କେରଳ ବିପକ୍ଷରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ରୋହତକ ଉପକଣ୍ଠରେ ରହିଥିବା ଚୌଧୁରୀ ବଂଶୀ ଲାଲ କ୍ରିକେଟ ଷ୍ଟାଡିୟମରେ ସେ ନିଜର ଜଲୱା ୩୦.୧ ଓଭର ବୋଲିଂ କରି ମାତ୍ର ୪୯ ରନ ଦେବା ସହ ପ୍ରତିପକ୍ଷର ସମସ୍ତ ୧୦ ଜଣ ବ୍ୟାଟରଙ୍କୁ ଆଉଟ କରିଥିଲେ। ୧୦ ୱିକେଟ ଦଖଲ କରିବା ପରେ ସେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ରେକର୍ଡ କ୍ଲବରେ ସାମିଲ ହୋଇଥିଲେ।

ଅଂଶୁଲଙ୍କ ପୂର୍ବରୁ ରଣଜୀ ଟ୍ରଫିରେ ଏପରି କୀର୍ତ୍ତିମାନ କେବଳ ଦୁଇ ଜଣ ଖେଳାଳି କରି ପାରିଥିଲେ। ପ୍ରଥମେ ୧୯୫୬ରେ ବେଙ୍ଗଲର ପ୍ରେମାଙ୍ଗଶୁ ଚାଟାର୍ଜୀ ଆସମ ବିପକ୍ଷ ମ୍ୟାଚ୍‌ରେ ୨୦ ରନ ଦେଇ ସମସ୍ତ ୧୦ ୱିକେଟ ନେଇଥିଲେ। ଏହାପରେ ୧୯୮୫ରେ ରାଜସ୍ଥାନର ପ୍ରଦୀପ ସୁନ୍ଦରମ ବିର୍ଦ୍ଦଭା ବିପକ୍ଷ ମ୍ୟାଚ୍‌ରେ ୭୮ ରନ ନେଇ ୧୦ ୱିକେଟ ଦଖଲ କରିଥିଲେ।

ଅନ୍ୟପକ୍ଷରେ ଅଂଶୁଲ ପ୍ରଥମ ଶ୍ରେଶୀ କ୍ରିକେଟରେ ଭାରତର ୬ଷ୍ଠ ବୋଲର ଭାବେ ୧୦ ୱିକେଟ ଦଖଲ କରିବାର ରେକର୍ଡ କରିଛନ୍ତି। ତାଲିକାରେ ଥିବା ବାକି ୩ ଖେଳାଳି ହେଲେ ଅନୀଲ କୁମ୍ବଲେ, ସୁଭାଷ ଗୁପ୍ତେ ଓ ଓଡ଼ିଶାର ଦେବାଶିଷ ମହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+