IPL 2025: ଏହି ୪ ବିଦେଶୀ ଖେଳାଳିଙ୍କ ଉପରେ ବଡ ନଜର
ଶ୍ରେୟସଙ୍କୁ ପଛରେ ପକାଇ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି । ଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ସାଉଦି ଆରବର ଜେଦାହ ସହରରେ ଆଗାମୀ ୨ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ନିଲାମରେ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ଆଗାମୀ ୩ ବର୍ଷ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରିବେ ।

ଗ୍ଲେନ୍ ମ୍ୟାକ୍ସୱେଲ୍ - ୪.୨୦ କୋଟି (ପଞ୍ଜାବ କିଙ୍ଗ୍ସ)
ଗ୍ଲେନ ମ୍ୟାକ୍ସୱେଲ ୨୦୨୦ ରୁ ଆରସିବି ପାଇଁ ଖେଳୁଥିଲେ ଏବଂ ଗତ ସିଜନରେ ଖେଳିବା ପାଇଁ ତାଙ୍କୁ ୧୧ କୋଟି ଟଙ୍କା ମିଳିଥିଲା । କିନ୍ତୁ ଏଥର ପଞ୍ଜାବ କିଙ୍ଗ୍ସ ତାଙ୍କୁ ମାତ୍ର ୪.୨୦ କୋଟି ଟଙ୍କାରେ କିଣିଛି। ମ୍ୟାକ୍ସୱେଲଙ୍କୁ ଶେଷ ଥର ପାଇଁ ୨୦୧୭ରେ ପଞ୍ଜାବ ପକ୍ଷରୁ ଖେଳିବାକୁ ଦେଖିବାକୁ ମିଳିଥିଲା।
ରାଚିନ୍ ରବୀନ୍ଦ୍ର - ୪ କୋଟି ଟଙ୍କା (ସିଏସକେ)
ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ବେଳେ ଗତ ସିଜନରେ ରଚିନ ରବୀନ୍ଦ୍ର ଆଇପିଏଲ୍ ପଦାର୍ପଣ କରିଥିଲେ । ଗତ ସିଜନରେ ସେ ସିଏସ୍କେ ପକ୍ଷରୁ ଖେଳିଥିଲେ ।ଧୂଆଧାର ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ ଏହି କିୱି ଖେଳାଳି । ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ରବୀନ୍ଦ୍ରଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି କିନ୍ତୁ ବର୍ତ୍ତମାନ ୪ କୋଟି ଟଙ୍କାରେ ତାଙ୍କୁ କିଣାଯାଇଛି ।
ଏଡେନ୍ ମାର୍କରାମ - ୨ କୋଟି (ଏଲ୍ଏସଜି)
ଦକ୍ଷିଣ ଆଫ୍ରିକା ଦଳର ବର୍ତ୍ତମାନର ଅଧିନାୟକ ହେଉଛନ୍ତି ଏଡେନ୍ ମାର୍କରାମ । ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କ ବେସ୍ ପ୍ରାଇସ୍ ଅର୍ଥାତ୍ ୨ କୋଟି ଟଙ୍କାରେ କିଣିଥିଲା। ମାର୍କରାମ ଆଇପିଏଲରେ ସନ୍ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ମଧ୍ୟ ରହିଥିଲେ ଏବଂ ତାଙ୍କ କ୍ରିକେଟ ଆଇକ୍ୟୁ ମଧ୍ୟ ଚମତ୍କାର । ଏହା ସତ୍ତ୍ୱେ କେହି ତାଙ୍କ ଉପରେ ୨ କୋଟିରୁ ଅଧିକ ଟଙ୍କା ବିଡ୍ କରିନଥିଲେ ।
ମିଚେଲ ମାର୍ଶ - ୩.୪୦ କୋଟି ଟଙ୍କା (ଏଲଏସଜି)
ମିଚେଲ ମାର୍ଶ ବ୍ୟାଟିଂରେ ବଡ଼ ଧରଣର ହିଟ୍ ମାରିବା ପାଇଁ ପ୍ରସିଦ୍ଧ ଏବଂ ବୋଲିଂ ରେ ମଧ୍ୟ କ୍ରମାଗତ ଭାବେ ୱିକେଟ୍ ନେଉଛନ୍ତି । କହିବାକୁ ଗଲେ ଟି-୨୦ ଫରମାର୍ଟରେ ଜଣେ ସଫଳ ଅଲ-ରାଉଣ୍ଡର ସେ ତାଙ୍କ ଆଇପିଏଲ୍ କ୍ୟାରିୟରରେ ୬୬୬ ରନ୍ କରିବା ସହ ୩୭ ୱିକେଟ୍ ନେଇଛନ୍ତି । ଗତ ସିଜନରେ ଖେଳିବା ପାଇଁ ଦିଲ୍ଲୀ ତାଙ୍କୁ ୬.୫୦ କୋଟି ଟଙ୍କା ଦେଇଥିଲା, କିନ୍ତୁ ଏଥର ଲକ୍ଷ୍ନୌ ତାଙ୍କୁ ୩.୪୦ କୋଟି ଟଙ୍କା ଦେଇ ଶସ୍ତାରେ କିଣିଛି ।












Click it and Unblock the Notifications