Get Updates
Get notified of breaking news, exclusive insights, and must-see stories!

IPL 2025: ଟସ୍ ଜିତିଲେ ମହେନ୍ଦ୍ର ସିଂହ ଧୋନି, ପ୍ରଥମେ ଚେନ୍ନାଇର ବ୍ୟାଟିଂ

ରବିବାର ଆଇପିଏଲ ୫ର ୬୭ତମ ମ୍ୟାଚ୍‌ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ipl
ତେବେ ଟପ୍-୨ରେ ରହିବା ପାଇଁ, ଗୁଜରାଟ ଦଳ ଯେକୌଣସି ମୂଲ୍ୟରେ ଆଜି ଜିତିବାକୁ ଚାହିଁବ। ବର୍ତ୍ତମାନ ଗୁଜରାଟ ଶୀର୍ଷରେ ଅଛି। ଏହି ସିଜିନରେ ଦଳ ୧୩ଟି ମ୍ୟାଚ୍ ରୁ ୯ଟିରେ ବିଜୟୀ ହୋଇଛି। ଜିଟିର ମୋଟ ୧୮ପଏଣ୍ଟ ଅଛି। ଏହା ଜିଟିର ଶେଷ ମ୍ୟାଚ୍। ଏପରି ପରିସ୍ଥିତିରେ, ଦଳ ୨୦ ପଏଣ୍ଟ ସହିତ ଶ୍ରେଷ୍ଠ-୨ରେ ରହିବାକୁ ସର୍ବୋତ୍ତମ ଚେଷ୍ଟା କରିବ।

ଚେନ୍ନାଇ ସୁପର କିଙ୍ଗ୍ସ ବିଷୟରେ କହିବାକୁ ଗଲେ, ଏହି ସିଜିନ୍ ସେମାନଙ୍କ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ଚେନ୍ନାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛି। ଦଳ ୧୩ଟି ମ୍ୟାଚ୍ରୁ କେବଳ ୩ଟି ମ୍ୟାଚ୍ ଜିତିପାରିଛି। ଚେନ୍ନାଇର ମଧ୍ୟ ଆଜି ସିଜିନର ଶେଷ ମ୍ୟାଚ୍ ଅଛି। ଏପରି ପରିସ୍ଥିତିରେ, ଦଳ ବିଜୟ ସହିତ ସିଜିନ୍ ଶେଷ କରିବାକୁ ଚାହିଁବ।

ଗୁଜରାଟ ଟାଇଟାନ୍ସର ପ୍ଲେଇଙ୍ଗ ଏକାଦଶ: ଶୁବମାନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ୍ ବଟଲର (ୱିକେଟ୍ କିପର), ଶାରଫାନ୍ ରାଉଟରଫୋର୍ଡ, ଶାହାରୁଖ ଖାନ, ରାହୁଲ ଟିୱାଟିଆ, ରସିଦ ଖାନ, ଅର୍ଶଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, କାଗିସୋ ରାବାଡା ଏବଂ ମହମ୍ମଦ ସିରାଜ

ଇମ୍ପାକ୍ଟ ପ୍ଲେୟାର - ପ୍ରସାଦ କୃଷ୍ଣ

ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଇଙ୍ଗ ଏକାଦଶ: ଆୟୁଷ ମଥ୍ରେ, ଡିଭନ୍ କନୱେ, ଉର୍ଭିଲ ପଟେଲ, ରବିନ୍ଦ୍ର ଜାଡେଜା, ଡିୱାଲ୍ଡ ବ୍ରେଭିସ୍, ଶିବମ୍ ଦୁବେ, ଏମ୍.ଏସ୍ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଅନସୁଲ କାମ୍ବୋଜ, ରବିଚନ୍ଦ୍ରନ ଅଶ୍ୱିନ, ନୁର ଅହମ୍ମଦ, ଖାଲିଲ ଅହମ୍ମଦ

ଇମ୍ପାକ୍ଟ ପ୍ଲେୟାର- ମାଥିଶା ପାଥିରାନା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+