IPL 2025: ଆଜି ଲକ୍ଷ୍ନୌ ବନାମ ରୟାଲ୍ ଚ୍ୟାଲେଞ୍ଜର୍ସ, ଟେବୁଲ୍ ଟପ୍ପର ଲକ୍ଷ୍ୟରେ ଆରସିବି

ଚଳିତ ଆଇପିଏଲରେ ମଙ୍ଗଳବାର ଖେଳାଯିବ ଶେଷ ଲିଗ୍ ମ୍ୟାଚ୍ । ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ , ଏକାନ୍ନା ଷ୍ଟାଡ଼ିୟମରେ ସାମ୍ନା ସାମ୍ନି ହେବେ । ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ ।

ରୟାଲ ଚ୍ୟାଲେଞ୍ଜର୍ସ ଗତ ୨୩ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା । ଅନେକ ଖେଳାଳିଙ୍କ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଥିଲା । ବିରାଟ କୋହଲି ଓ ଫିଲ ସଲ୍ଟଙ୍କୁ ଛାଡ଼ିଦେଲେ ମଧ୍ୟ କ୍ରମରେ ଅନ୍ୟ କେହି ସଫଳ ହୋଇପାରିନଥିଲେ । ଜୋସ୍ ହାଜେଲଉଡଙ୍କ ଅନୁପସ୍ଥିତିରେ ବୋଲିଂ ବାହିନୀ ମଧ୍ୟ ଲକ୍ଷ୍ୟ ଚ୍ୟୁତ ହୋଇଥିଲା । ଏଥର ସମସ୍ତ ତ୍ରୁଟି ସୁଧାରି ରୟାଲ ଚ୍ୟାଲେଞ୍ଜର୍ସ ଗ୍ରାଉଣ୍ଡକୁ ଓହ୍ଳାଇବ ।

IPL 2025 Lucknow vs Royal Challengers today RCB aiming to top the table

ସୁପରଜାଏଣ୍ଟ୍ସ ପୂର୍ବ ଲିଗ୍ ମ୍ୟାଚ୍ରେ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇଥିଲା । ମିଚେଲ ମାର୍ଶ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପରେ ବୋଲରମାନେ ଟାଇଟନ୍ସ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ସୁଯୋଗ ଦେଇ ନଥିଲେ । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇ ପ୍ଲେ-ଅଫ୍ରୁ ବାଦ ପଡ଼ିବା ପରେ ସୁପରଜାଏଣ୍ଟସ ଉକ୍ତ ମ୍ୟାଚ୍ ଜିତିଥିଲା । ସବୁ ଖେଳାଳି ଫର୍ମକୁ ଫେରିବା ବେଳକୁ ବିଳମ୍ବ ହୋଇ ସାରିଥିଲା । ଟାଇଟନ୍ସ ବିପକ୍ଷ ମ୍ୟାଚ୍ର ପ୍ରଦର୍ଶନକୁ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦୋହରାଇବା ପାଇଁ ଦଳ ପ୍ରସ୍ତୁତ ରହିଛି ।

ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏକାଦଶରେ ପରିବର୍ତ୍ତନ କରିବ । ଦଳକୁ ଫେରିଥିବା ଜୋସ ହାଜେଲଉଡ୍ ଆସନ୍ତା କାଲି ଲୁଙ୍ଗି ଏନଗିଡ଼ିଙ୍କ ସ୍ଥାନରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଠିକ୍ ସେହିପରି ଆହତ ଟିମ ଡେଭିଡଙ୍କ ସ୍ଥାନରେ ଲାଏମ ଲିଭିଙ୍ଗଷ୍ଟୋନ କିମ୍ବା ଟିମ ସାଇଫର୍ଟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।

ସୁପରଜାଏଣ୍ଟ୍ସ ଦଳରେ ଏକାଧିକ ପରିବର୍ତ୍ତନ ହେବା ଆଶା କରାଯାଉଛି । ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ ହୋଇଥିବା ଦିଗବେଶ ରାଠି ଆଜି ଖେଳିବା ନିଶ୍ଚିତ । ଏହା ବ୍ୟତୀତ ୩ ଯୁବ ଅଲରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀ, ରାଜବର୍ଦ୍ଧନ ହଙ୍ଗରଗେକର ଓ ଯୁବରାଜ ଚୌଧୁରୀଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ଆଜି କୋହଲିଙ୍କ ଉପରେ ନଜର ରହିବ । ସେ ଆଉ ୨୪ ରନ୍ କଲେ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ୯୦୦୦ ରନ ପୂରଣ କରିବେ । ଆଉ ଏକ ବିଜୟ ସହ ରୟାଲ୍ ଚ୍ୟାଲେଞ୍ଜର୍ସ ରେକର୍ଡ କରିବା ସମ୍ଭାବନା ରହିଛି । ଆଇପିଏଲ୍ ଇତିହାସରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାହାର ଗ୍ରାଉଣ୍ଡ୍ରେ ସମସ୍ତ ମ୍ୟାଚ୍ ଜିତିବାରେ ସଫଳ ହେବ ।

ଏକାନ୍ନା ଷ୍ଟାଡିୟମ୍ରେ ଆଜିର ମ୍ୟାଚ୍ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ଥିଲେ ହେଁ ସାମାନ୍ୟ ମନ୍ଥର ରହିବ । ଫଳରେ ସ୍ପିନରମାନେ ପିଚ୍ର ଫାଇଦା ଉଠାଇ ପାରିବେ । ଏହି ପିଚ୍ରେ ପୂର୍ବରୁ ଏକ ମ୍ୟାଚ୍ ଖେଳାଯାଇଥିଲା ଓ ଚେନ୍ନାଇ ସୁପରକିଙ୍ଗ୍ସ ୫ୱିକେଟ୍ରେ ସୁପରଜାଏଣ୍ଟ୍ସକୁ ପରାସ୍ତ କରିଥିଲା । ଆଜି ମଧ୍ୟ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ରୟାଲ୍ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍, ରଜତ ପାତିଦାର (ଅଧିନାୟକ),ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ରୋମାରିଓ ସେଫର୍ଡ, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍, ୟଶ ଦୟାଲ, ସୂୟାଶ ଶର୍ମା ।

ସୁପରଜାଏଣ୍ଟ୍ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ(ଅଧିନାୟକ), ଆୟୂଷ ବାଦୋନି, ଅବଦୁଲ ସମଦ, ହିମତ ସିଂହ, ଦିଗବେଶ ରାଠି, ଅଭେଶ ଖାନ, ଆକାଶ ଦୀପ, ୱିଲ ଓ'ରୁର୍କ, ଆକାଶ ସିଂହ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+