IPL 2025: ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଓ ମୁମ୍ବଇ ଇଣ୍ଡିଆନ୍ସ ଟକ୍କର
ଆଇପିଏଲରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ୧୬ତମ ମ୍ୟାଚ ଖେଳାଯିବ। ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଦୁଇଟି ଲେଖାଏଁ ପରାଜିତ ହୋଇଛନ୍ତି ।
ଋଷଭ ପନ୍ତଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୧ ୱିକେଟରେ ଓ ପଞ୍ଜାବ କିଙ୍ଗ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ହାଇଦରାବାଦ୍କୁ ୫ ୱିକେଟରେ ପରାସ୍ତ କରିଥିଲା। ମିଚେଲ ମାର୍ଶ ଓ ନିକୋଲାସ ପୁରନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରିନାହାନ୍ତି ।
ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ଋଷଭ ୩ଟି ମ୍ୟାଚରୁ ମାତ୍ର ୧୭ରନ କରିଛନ୍ତି । ଯାହା ଦଳକୁ ବଡ଼ ଚିନ୍ତାରେ ପକାଇଛି। ଦଳକୁ ବିଜୟୀ ହେବାକୁ ହେଲେ ଏବେ ପୁରନ ଓ ମାର୍ଶଙ୍କ ସହ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ରନ କରିବାକୁ ପଡ଼ିବ। ବୋଲିଂରେ ସାର୍ଦୁଳ ଠାକୁର ୬ଟି, ମଣିମୁରାନ ସିଦ୍ଧାର୍ଥ ୨ଟି, ଦିଗଭାସ ରାଠି ୫ଟି, ରବି ବିଷ୍ଣୋୟି ୩ଟି ୱିକେଟ ନେଇଛନ୍ତି ।

ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ କ୍ରମାଗତ ଦୁଇଟି ମ୍ୟାଚରେ ହାରିବା ପରେ କଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବିଜୟ ସ୍ବାଦ ପାଇଛି। ଦଳ ଚେନ୍ନଇ ସୁପର କିଙ୍ଗ୍ସ ନିକଟରୁ ୪ ୱିକେଟରେ ଓ ଗୁଜରାଟ ଟାଇଟାନ୍ସ ନିକଟରୁ ୩୬ରନରେ ପରାଜିତ ହୋଇଥିବା ବେଳେ କଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଥିଲା। ଦଳ ନିକଟରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ରିୟାନ ରିକେଲଟନ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ତାରକା ବ୍ୟାଟ୍ସମ୍ୟାନ ରହିଛନ୍ତି। କିନ୍ତୁ ଚମକ ଦେଖାଇବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ଦଳକୁ ବିଜୟ ହାସଲ କରିବାକୁ ହେଲେ ରୋହିତ, ସୂର୍ଯ୍ୟକୁମାର ଓ ହାର୍ଦିକଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ମୋଟ୍ ୬ଟି ମ୍ୟାଚ ଖେଳାଯାଇଛି। ସେଥି ମଧ୍ୟରୁ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ୪ଟି ଓ ମୁମ୍ବଇ ଇଣ୍ଡିଆନ୍ସ ଗୋଟିଏ ମ୍ୟାଚ ଜିତିଛି।












Click it and Unblock the Notifications