Get Updates
Get notified of breaking news, exclusive insights, and must-see stories!

IPL 2025: ଋଷଭ ପନ୍ତଙ୍କୁ କିଣିଲା ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ , ଆଇପିଏଲର ସବୁଠୁ ଦାମୀ ଖେଳାଳି ଭାବରେ ୨୭ କୋଟିରେ ବିକ୍ରି

ଋଷଭ ପନ୍ତଙ୍କୁ କିଣିଲା ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ , ଆଇପିଏଲର ସବୁଠୁ ଦାମୀ ଖେଳାଳି ଭାବରେ ୨୭ କୋଟିରେ ବିକ୍ରି । । ଆଇପିଏଲ-୨୦୨୫ ପାଇଁ ଦଳରେ ସାମିଲ ହୋଇଛନ୍ତି ଋଷଭ । ମେଗା ଅକ୍ସନରେ ଋଷଭଙ୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିଛି । ତେବେ ଶେଷରେ ନିଲାମ ଲଢେଇରେ ବାଜି ମାରିଛି ଲକ୍ଷେ୍ନø ସୁପର ଜିଆଣ୍ଟସ। ଆଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଅଧିକାଂଶ ଦଳ ଋଷଭଙ୍କୁ ଦଳରେ ସାମିଲ କରିବା ପାଇଁ ନିଲାମରେ ସାମିଲ ହୋଇଥିବା ବେଳେ ଲକ୍ଷେ୍ନø ସୁପର ଜିଆଣ୍ଟସ, ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଶେଷରେ ଋଷଭ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳରେ ସାମିଲ ହୋଇଛନ୍ତି ।

କିଛି ସମୟ ପୂର୍ବରୁ ଶ୍ରେୟସ ଆୟର ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ । କିନ୍ତୁ କିଛି ମିନିଟ ପରେ ଏହି ରେକର୍ଡକୁ ପଛରେ ପକାଇଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆଇପିଏଲ ମେଗା ଅକ୍ସନରେ ଋଷଭଙ୍କୁ ୨୭ କୋଟି ଟଙ୍କାରେ ସାମିଲ କରିଛି ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଏହାସହିତ ଦଳକୁ ଋଷଭଙ୍କ ଭାବରେ ଜଣେ ନୂଆ ଅଧିନାୟକ ମଧ୍ୟ ମିଳିଛି । ଅର୍ଥାତ ଆସନ୍ତା ସିଜନରେ ଋଷଭ ସୁପର ଜିଆଣ୍ଟସର ଅଧିନାୟକ ଭାବରେ ନଜର ଆସିପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+