IPL 2025: ଆଜି ଲକ୍ଷ୍ନୌ-ସନରାଇଜର୍ସ ମୁକାବିଲା

ଆଇପିଏଲ୍‌ରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା । ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ପ୍ରଥମ ମ୍ୟାଚରେ ବଡ଼ ବିଜୟ ହାସଲ କରିଥିଲା।

ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିକ ସନରାଇଜର୍ସ ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୪୪ ରନରେ ପରାସ୍ତ କରିଥିଲା।

ଈଶାନ କିଷନ ବିସ୍ପୋରକ ଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ଡେଡ୍‌, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା।

ଏହାଛଡ଼ା ହେନରିକ କ୍ଲା​‌ସେନ୍ ଓ ନୀତିଶ ରେଡ୍ଡି ମଧ୍ୟ ରନ କରିଥିଲେ। ହେଡ୍‌, ଈଶାନ, ଅଭିଷେକ, ନୀତିଶ ଓ କ୍ଲା​‌ସେନଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ ବେଶ ଶକ୍ତିଶାଳୀ ରହିଛି।

IPL 2025 Lucknow-Sunrisers match today

ଯାହା ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ପାଇଁ ଚିନ୍ତାର ବିଷୟ ହୋଇଛି। ଦଳର ବୋଲିଂ ଭାର ମହମ୍ମଦ ସାମି, ସିମରଜିତ ସିଂହ, ପ୍ୟାଟ୍‌ ୍କମିନ୍‌ସ, ଆଡାମ ଜାମ୍ପା ଓ ହର୍ଷଲ ପଟେଲଙ୍କ ଉପରେ ନିର୍ଭର କରୁଛି। ଉକ୍ତ ୫ ବୋଲର ରାଜସ୍ଥାନ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

କମିନ୍‌ସ ୪ ଓଭରରେ ୬୦ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ। ଦଳ ଲକ୍ଷ୍ନୌ ବିପକ୍ଷରେ ବୋଲିଂ ତ୍ରୁଟିକୁ ସୁଧାରିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଋଷଭ ପନ୍ତ୍‌ଙ୍କ ନେତ୍ଵତ୍ଵାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୧ ୱିକେଟରେ ପରାଜିତ ହୋଇଥିଲା। ଏକଦା ଲକ୍ଷ୍ନୌ ଭଲ ସ୍ଥିତିରେ ଥାଇ ମଧ୍ୟ ଦିଲ୍ଲୀ ଶେଷ ମୁହୂର୍ତ୍ତରେ ମ୍ୟାଚ ଛଡାଇ ନେଇଥିଲା। ଯାହା ଲକ୍ଷ୍ନୌର ଦୁର୍ବଳ ବୋଲିଂର ପରିଚୟ ଦେଇଥିଲା।

ବୋଲିଂକୁ ନେଇ ଲକ୍ଷ୍ନୌକୁ ଚିନ୍ତା ଘାରିଛି। ସାର୍ଦୁଳ ଠାକୁର, ମାନିମାରନ ସିଦ୍ଧାର୍ଥ, ଦିଗଭେଶ ରାଠି, ରବି ବିଷ୍ଣୋୟି, ପ୍ରିନ୍ସ ଯାଦବ, ସାହାବାଜ୍‌ ଅହମ୍ମଦ ରହିଛନ୍ତି। ସାର୍ଦୁଳ ଓ ରବି ବିଷ୍ଣୋୟିଙ୍କୁ ଛାଡ଼ିଦେଲେ ଦଳ ନିକଟରେ ସେଭଳି ଅଭିଜ୍ଞ୍ ବୋଲର ନାହାନ୍ତି। ଯାହା ଫଳରେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଦଳ ​‌ଭଲ ସ୍ଥିତିରେ ଥାଇ ମଧ୍ୟ ପରାଜିତ ହୋଇଥିଲା।

ଦିଲ୍ଲୀ ବିପକ୍ଷ ମ୍ୟାଚରେ ବ୍ୟାଟିଂରେ ମି​‌େ​‌ଚଲ ମାର୍ଶ, ନିକୋଲାସ ପୁରନ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବଡ଼ ଇନିଂସ ଖେଳିପାରିନଥିଲେ। ଡେଭିଡ୍‌ ମିଲର ଓ ଆୟୁଷ ବାଦୋନି ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ। ପନ୍ତ୍‌ ଖାତା ଖୋଲି ପାରିନଥିଲେ। ସନରାଇଜର୍ସ ବିପକ୍ଷରେ ମ୍ୟାଚକୁ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଲକ୍ଷ୍ନୌ ୩ଟି ଓ ସନରାଇଜର୍ସ ହାଇଦ୍ରାବାଦ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+