IPL 2025: ଗୁଜୁରାଟକୁ 33 ରନରେ ହରାଇଲା ଲକ୍ଷ୍ନୌ, ମାର୍ଶଙ୍କ ଶତକ
ଆଇପିଏଲର 64ତମ ମୁକାବିଲାରେ ଗୁଜୁରାଟ ଟାଇଟନ୍ସକୁ 33 ରନରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଧୂଆଁଧାର ପାଳି ଖେଳିଲେ ମିଚେଲ ମାର୍ଶ । ତାଙ୍କର ଲଢୁଆ ଶତକ ଦଳକୁ ବିଜୟୀ କରିବାରେ ସହାୟକ ହୋଇଛି । ଏଲଏସଜି ଘାତକ ବୋଲିଂରେ ଲୟ ହରାଇଲେ ଗୁଜୁରାଟ ବ୍ୟାଟର । 13ତମ ଲିଗ ମ୍ୟାଚ ହାରିବା ପରେ ବି ପଏଣ୍ଟ ଟେବୁଲ ଶୀର୍ଷରେ ଗୁଜୁରାଟ । ମ୍ୟାଚ ଜିତିଥିଲେ ମଧ୍ୟ ପ୍ଲେ ଅଫରୁ ବାଦ ପଡିଛି ଏଲଏସଜି ।
ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ପ୍ରଥମେ ବ୍ୟାଟିଂ ପାଇଁ ଲକ୍ଷ୍ନୌକୁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ 20 ଓଭରରେ ଦଳ 2 ଓ୍ବିକେଟ ହରାଇ 235 ରନ କରିଥିଲା । ଓପନିଂ ଜୋଡି ଆଡେନ ମାର୍କ୍ରମ ଓ ମିଚେଲ ଭଲ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 91 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । 36 ରନରେ ଆଉଟ ହୋଇଥିଲା ଆଡେନ । ଏହାପରେ ମିଚେଲଙ୍କୁ ସାଥ ଦେଇଥିଲେ ନିକୋଲାସ ପୋରାନ । ଉଭୟ ବେଶ ଶତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ମିଚେଲଙ୍କ ବ୍ୟାଟରୁ ଛକା ଚୌକାର ବର୍ଷା ହୋଇଥିଲା । 64 ବଲରେ ସେ 10 ଚୌକା ଓ 8 ଛକା ସହ 117ରନର ପାଳି ଖେଳିଥିଲେ । ସେହିପରି ନିକୋଲାଶ ଅର୍ଦ୍ଧଶତକ କରିଥିଲେ । 27 ବଲରେ 56 ରନ କରି ଅପରାଜିତ ରହିଥିଲେ । ପନ୍ତ 6 ବଲରେ 16 ରନ କରିଥିଲେ

236 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ । ଶାହାରୁଖଙ୍କୁ ଛାଡି ଦେଲେ ଅନ୍ୟ କେହି ବ୍ୟାଟ୍ସ ମ୍ୟାନ 40 ଅତିକ୍ରମ କରିପାରିନଥିଲେ । ଲକ୍ଷ୍ନୌର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଲକ୍ଷ୍ନୌ ବ୍ୟାଟର । ଶାହାରୁଖ 29 ବଲରେ 57 ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଦର୍ଶନ 21, ଗିଲ 35, ବଟଲର 33,ଶେରଫାନ 38 ରନ କରିଥିଲେ । ଗୁଜୁରାଟ ପକ୍ଷରୁ ଉଇଲ ସର୍ବାଧିକ 3ଟି ଓ୍ବିକେଟ ନେଇଥିଲେ । 20 ଓଭରରେ ଦଳ 9 ଓ୍ବିକେଟ ହରାଇ 202 ରନରେ ଅଟକିଥିଲା ।












Click it and Unblock the Notifications