IPL 2025: ପ୍ଲେ ଅଫ ରେସରୁ LSG ଆଉଟ, ଧୂଆଁଧାର ପାଳି ଖେଳିଲେ ଅଭିଶେକ ଶର୍ମା

ଆଇପିଏଲର 61ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 6 ଓ୍ବିକେଟରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦ ଠାରୁ ହାରିବା ପରେ ପ୍ଲେ ଅଫ ରେସରୁ ବାଦ ପଡିଲା ଲକ୍ଷ୍ନୌ । ହାଇଦ୍ରାବାଦର ବିଜୟ ହୋଇଥିଲେ ମଧ୍ୟ ପୂର୍ବରୁ ପ୍ଲେ ଅଫରୁ ବାଦ ପଡିସାରିଛି ଦଳ । ଉଭୟ ଦଳ ଆଗକୁ ଆଉ 2ଟି ଲେଖାଏଁ ମ୍ୟାଚ ଖେଳିବେ । ହାଇଦ୍ରାବାଦ ପକ୍ଷରୁ ଅଭିଶେଖ ଶର୍ମା ଧୂଆଁଧାର ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ipl 2025 LSG out of playoff race Abhishek plays huge role

ଏଲଏସଜିର ପ୍ଲେ ଅଫ ଆଶା କ୍ଷୀଣ

ଚଳିତ ସିଜିନରେ ଏଲଏସଜିର ପ୍ଲେ ଅଫ ଆଶା କ୍ଷୀଣ ହୋଇଛି । ହାଇଦ୍ରାବାଦ ଠାରୁ ହାରିବା ପରେ ପ୍ଲେ ଅଫ ରେସରୁ ବାଦ ପଡିଛି ଦଳ । ବର୍ତ୍ତମାନ ସୁଦ୍ଧା 12ଟି ମ୍ୟାଚ ଖେଳି ମାତ୍ର 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଲକ୍ଷ୍ନୌ । ପ୍ଲେ ଅଫକୁ ଯିବାକୁ ହେଲେ 16 ପଏଣ୍ଟ ଆବଶ୍ୟକ । ଆଗକୁ ଆଉ 2ଟି ମ୍ୟାଚ ବାକିଥିଲେ ମଧ୍ୟ ପ୍ଲେ ଅଫରେ ପହଞ୍ଚିପାରିବନି ପନ୍ତ ବାହିନୀ । ଯଦି ଆଜିର ମ୍ୟାଚରେ ବିଜୟୀ ହୋଇଥାନ୍ତା ତେବେ ପ୍ଲେ ଅଫ ରେସରେ ରହିଥାନ୍ତା ।

ହାଇଦ୍ରାବାଦ 6 ଓ୍ବିକେଟରେ ବିଜୟୀ: ଲକ୍ଷ୍ନୌ ର ଏକନା କ୍ରିକେଟ ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ମୌ । ନିର୍ଦ୍ଧାରିତ 20 ଓଭରରେ ଦଳ 7 ଓ୍ବିକେଟ ହରାଇ 205 ରନ କରିଥିଲା । ଜବାବରେ ହାଇଦ୍ରାବାଦ 18.2 ଓଭରରେ 4 ଓ୍ବିକେଟ ହରାଇ 204 ରନ କରି 6 ଓ୍ବିକେଟରେ ବିଜୟୀ ହୋଇଥିଲା ।

ଅଭିଶେକ ଶର୍ମାଙ୍କ ଧୂଆଁଧାର ପାଳି:

ହାଇଦ୍ରାବାଦ ପକ୍ଷରୁ ଅଭିଶେକ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । 20 ବଲରେ 59 ରନ କରିଥିଲେ । ଏଥିରେ 4ଟି ଚୌକା ଓ 6ଟି ଛକା ସାମିଲ ରହିଛି । ସେହିପରି ଇଶାନ କିଷାନ 35, କ୍ଲାସେନ 47 ଓ ମେଣ୍ଡିସ 32 ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଦିଗଭେସ ରାଠି ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ ।

ମିଚେଲ ମାର୍ସ ଓ ଆଡେନ ମାର୍କ୍ରମଙ୍କ ଅର୍ଦ୍ଧଶତକ ବିଫଳ:

ସୁପର ଜିଆଣ୍ଟସ ପକ୍ଷରୁ ମିଚେଲ ମାର୍ସ ଓ ଆଡେନ ମାର୍କ୍ରମ ଓପନିଂ ଜୋଡି ଭାବେ ପଡିଆକୁ ଓହ୍ଲାଇ ଅର୍ଦ୍ଧଶତକ ହାସଲ କରିଥିଲେ । ମିଚେଲ 39 ବଲରେ 65 ରନ କରିଥିଲେ । ଏଥିରେ 6ଟି ଚୌକା ଓ 4ଟି ଛକା ସାମିଲ ରହିଛି । ସେହିପରେ ମାର୍କ୍ରମ 38 ବଲରେ 61 ରନ କରିଥିଲେ । ଏଥିରେ 4 ଚୌକା ଓ 4 ଛକା ସାମିଲ ରହିଛି । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୋରାନ 45 ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗା ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+