IPL 2025 LSG BEAT DC: ଲକ୍ଷ୍ନୌକୁ ୮ ଓ୍ବିକେଟରେ ହରାଇଲା ଦିଲ୍ଲୀ

ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ । କେଏଲ ରାହୁଲ, ଅଭିଶେଖ ପୋରାଲଙ୍କ ଅର୍ଦ୍ଧଶତକ ଓ ମୁକେଶ କୁମାରଙ୍କ ଘାତକ ବୋଲିଂ ଯୋଗୁଁ ଆଇପିଏଲରେ ଷଷ୍ଠ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ତାର ଘରୋଇ ଗ୍ରାଉଣ୍ଡରେ 8ଓ୍ବିକେଟରେ ପରାସ୍ତ

IPL 2025 LSG BEAT DC Delhi beat Lucknow by 8 wickets
କରିଛି ଦିଲ୍ଲୀ । ଏଲଏସଜିର ଏହା ଚତୁର୍ଥ ପରାଜୟ । ପଏଣ୍ଟ ଟେବଲ ଦ୍ବିତୀୟରେ ଡିସି ଓ ପଞ୍ଚମ ସ୍ଥାନରେ ଲକ୍ଷ୍ନୌ ।

ଲକ୍ଷ୍ନୌକୁ ହରାଇଲା ଡିସି:

ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ । 20 ଓଭରରେ 6 ୱିକେଟ୍ ହରାଇବା 159 ରନ୍ ସଂଗ୍ରହ କରିଥିଲା ଦଳ। ଜବାବରେ ଦିଲ୍ଲୀ 17.5 ଓଭରରେ 2 ଓ୍ବିକେଟ ହରାଉଇ 161 ରନ କରି ବିଜୟୀ ହୋଇଥିଲା ।

ଲକ୍ଷ୍ନୌ ପାଇଁ ଆଡେନ ମାର୍କ୍ରାମ ଦୁଇଟି ଚୌକା ଓ ତିନି ଛକା ସହାୟତାରେ 33 ବଲରେ 52 ରନ କରିଥିଲେ । ତାଙ୍କ ବ୍ୟତୀତ ମିଚେଲ ମାର୍ଶ 36 ବଲରେ 45 ରନର ଇନିଂସ ଖେଳିଥିଲେ। ଆୟୁଷ ବାଡୋନି 36 ରନର ଇନିଂସ ଖେଳିଥିଲେ। ଦିଲ୍ଲୀ ପାଇଁ ମୁକେଶ କୁମାର 4 ଓଭରରେ 33 ରନ ଦେଇ 4 ୱିକେଟ୍ ନେଇଥିଲେ। ମୁକେଶ କୁମାରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।

ଡିସିକୁ ବିଜୟ ଦ୍ବାରରେ ପହଞ୍ଚାଇଲେ ରାହୁଲ:

ଚଳିତ ଆଇପିଏଲରେ ପୁରା ଫର୍ମରେ ରହିଛନ୍ତି କେଏଲ ରାହୁଲ । ଆଜି ସେ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । 42 ବଲରେ ସେ 57 ରନ କରି ଅପରାଜିତ ରହିଛନ୍ତି । ଏଥିରେ 3ଟି ଛକା ଓ 3ଟି ଚୌକା ସାମିଲ ରହିଛି । ସେହପିରି ଅଭିଶେଖ ପୋରାଲ ଓପନିଂ କରିବାକୁ ଆସି ଭଲ ପ୍ରଦର୍ଶନ କରିଥିଲେ । 36 ବଲରେ ସେ 51 ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଅକ୍ସର ପଟେଲ ଅପରାଜିତ 34 ରନ କରିଥିଲେ ଓ କାରୁନ 15 ରନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+