IPL 2025: କୋଲକାତା ନାଇଟ ରାଇଡର୍ସ ବନାମ ରୟାଲ୍ ଚ୍ୟାଲେଞ୍ଜର୍ସ ଉଦଘାଟନୀ ମ୍ୟାଚ୍ !

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ୍‌-୧୮ । ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି, ଆସନ୍ତା ମାସ ୨୨ ତାରିଖରେ ଆଇପିଏଲ୍ ଆରମ୍ଭ ହେବ । ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବେ ।

ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ୍ ଆୟୋଜିତ ହେବ । ଗତ ବର୍ଷର ରନର୍ସ ଅପ୍ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ଘରୋଇ ଗ୍ରାଉଣ୍ଡ୍ରେ ଅଭିଯାନ ଆରମ୍ଭ କରିବ । ୨୩ ତାରିଖରେ ଦଳ ଉପଲ ଗ୍ରାଉଣ୍ଡ୍ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ।

ବିସିସିଆଇ ବିଧିବଦ୍ଧ ଭାବେ କ୍ରୀଡ଼ାସୂଚୀ ଘୋଷଣା କରିନଥିଲେ ହେଁ ଫ୍ରାଞ୍ଚାଇଜମାନଙ୍କୁ ଏବିଷୟରେ ଅବଗତ କରାଯାଇଛି । ମେ' ମାସ ୨୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । କୋଲକାତା ନାଇଟ ରାଇଡର୍ସ ଗତ ବର୍ଷ ଚାମ୍ପିଅନ୍ ହୋଇଥିବାରୁ ସେହି ଦଳର ଘରୋଇ ଗ୍ରାଉଣ୍ଡକୁ ଉଭୟ ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ଆୟୋଜନ କରିବାକୁ ସୁଯୋଗ ମିଳିବ ।

IPL 2025

ଗତ ବର୍ଷର ରନର୍ସ ଅପ୍ ଦଳର ଘରୋଇ ଭେନ୍ୟୁ (ଉପଲ ଗ୍ରାଉଣ୍ଡ)କୁ କ୍ୱାଲିଫାୟର ୧ ଓ ଏଲିମିନେଟର ମୁକାବିଲା ଆୟୋଜନ କରିବାକୁ ସୁଯୋଗ ମିଳିବ । କୋଲକାତା ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ମଧ୍ୟ ଆୟୋଜନ କରିବ ।

ପ୍ରତ୍ୟେକ ଫ୍ରାଞ୍ଚାଇଜ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । କେବଳ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ନିକଟରେ ୨ଟି ଲେଖାଏଁ ଘରୋଇ ଗ୍ରାଉଣ୍ଡ ରହିଛି । ପଞ୍ଜାବ କିଙ୍ଗ୍ସ ଧର୍ମଶାଳାକୁ ଓ ରାଜସ୍ଥାନ ରୟାଲ୍ସ ଗୌହାଟୀକୁ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ ରୂପେ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+