ଆଇପିଏଲ୍ ମହାସମର: ଆଜି କଲକାତା-ହାଇଦ୍ରାବାଦ ଟକ୍କର

ଆଇପିଏଲରେ ଆଜି ୧୫ ତମ ମ୍ୟାଚ୍‌ କଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ । ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ ।

କଲକାତା ନାଇଟ୍‌ ରାଇଡର୍ସ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ପରାଜିତ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟରେ ପରାସ୍ତ କରିଥିଲା।

ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ଦଳର ପ୍ରଦର୍ଶନ ଅସ୍ଥିର ରହିଛି। ବ୍ୟାଟିଂ କ୍ଷେତ୍ରରେ କ୍ବିଣ୍ଟନ ଡିକକ ୩ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୧୦୨ରନ, ଅଜିଙ୍କ୍ୟ ରାହାଣେ ୮୫ ଓ ଅଙ୍ଗକ୍ରିସ ରଘୁବଂଶୀ ୭୮ରନ କରିଛନ୍ତି। ଉକ୍ତ ୩ ବ୍ୟାଟ୍‌ସମ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ସେଭଳି ବଡ଼ ସ୍କୋର କରିପାରିନାହାନ୍ତି।

IPL 2025 Kolkata-Hyderabad clash today

ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୪୪ ରନରେ ପରାସ୍ତ କରି ଭଲ ଆରମ୍ଭ କରିଥିଲା। କିନ୍ତୁ ଉକ୍ତ ପ୍ରଦର୍ଶନକୁ ଦଳ ବଜାୟ ରଖିପାରିନାହିଁ। ଦଳ ଶେଷ ଦୁଇ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ନିକଟରୁ ୫ ୱିକେଟରେ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୭ ୱିକେଟ‌େ‌ର ପରାଜିତ ହୋଇଛି। ଦଳ ନିକଟରେ ଈଶାନ କିଷନ, ଅଭିଷେକ ଶର୍ମା, ଟ୍ରେଭିସ ହେଡ୍‌, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡିଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। କିନ୍ତୁ ଦଳ ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ କରୁଛି।

ଦଦଳରେ ମହମ୍ମଦ ସାମି, ପ୍ୟାଟ୍‌ କମିନ୍‌ସ, ହର୍ଷ ଲ ପଟେଲ ଓ ୱିୟାନ ମୁଲଡରଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ତ୍ରୁଟିକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କଲକାତା ନାଇଟ୍‌ ରାଇଡର୍ସ ୪ଟି ଓ ସନରାଇଜର୍ସ ହାଇଦରାବାଦ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+