IPL 2025: କ୍ଲାସେନଙ୍କୁ ସର୍ବାଧିକ ୨୩ କୋଟିରେ ରିଟେନ କଲା ହାଇଦ୍ରାବାଦ, ବିରାଟଙ୍କୁ ୨୧ କୋଟି
ଆଇପିଏଲ୍ ୨୦୨୫ରେ ରିଟେନ୍ କରାଯାଇଥିବା କିଛି ଖେଳାଳିଙ୍କ ଉପରେ ଖୁବ୍ ଟଙ୍କା ବର୍ଷା ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକାର ତାରକା ଓ୍ଵିକେଟ୍ କିପର ବ୍ୟାଟର ହେନରିକ କ୍ଲାସେନ ଶୀର୍ଷରେ ରହିଛନ୍ତି। କ୍ଲାସେନଙ୍କୁ ହାଇଦ୍ରାବାଦ ୨୩ କୋଟି ଟଙ୍କାରେ ରିଟେନ୍ କରିଛି।
ସବୁଠୁ ଅଧିକ ଅର୍ଥରେ ରିଟେନ କରାଯାଇଥିବା ଖେଳାଳି
ହେନରିକ କ୍ଲାସେନ
ଦକ୍ଷିଣ ଆଫ୍ରିକାର ହେନରିକ କ୍ଲାସେନ ଆଇପିଏଲ୍ ୨୦୨୫ ପୂର୍ବରୁ ରିଟେନ୍ ହୋଇଥିବା ଖେଳାଳିଙ୍କ ତାଲିକାରେ ସବୁଠୁ ଉପରେ ଅଛନ୍ତି। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୩ କୋଟି ଟଙ୍କାରେ ରିଟେନ୍ କରିଛି।

ବିରାଟ କୋହଲି
ରୟାଲ ଚ୍ୟାଲେଞ୍ଜର୍ସ ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କା ମୂଲ୍ୟରେ ରିଟେନ କରିଛି। କୋହଲି ସବୁଠୁ ଅଧିକ ମୂଲ୍ୟରେ ରିଟେନ୍ ହୋଇଥିବା ଭାରତୀୟ ଖେଳାଳି।
ନିକୋଲାସ ପୂରନ
ଓ୍ଵେଷ୍ଟଇଣ୍ଡିଜର ନିକୋଲାସ ପୂରନଙ୍କ ଉପରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ଟଙ୍କା ବର୍ଷା କରିଛି। ଏହି ଓ୍ଵିକେଟ୍ କିପର ବ୍ୟାଟରଙ୍କୁ ଲକ୍ଷ୍ନୌ ୨୧ କୋଟି ଟଙ୍କା ଦେଇ ଦଳରେ ରଖିଛି।
ଋତୁରାଜ ଗାଏକ୍ଵାଡ଼
ଆଇପିଏଲ୍ ୨୦୨୪ରେ ଚେନ୍ନାଇର ଅଧିନାୟକତ୍ଵ କରିଥିବା ଭାରତୀୟ ଓପନର ଋତୁରାଜ ଗାଏକ୍ଵାଡ଼ଙ୍କୁ ଫ୍ରାଞ୍ଚାଇଜ ୧୮ କୋଟି ଟଙ୍କା ମୂଲ୍ୟରେ ରିଟେନ୍ କରିଛି।
ରବୀନ୍ଦ୍ର ଜାଡ଼େଜା
ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଫ୍ରାଞ୍ଚାଇଜ ୧୮ କୋଟି ଟଙ୍କାରେ ରିଟେନ୍ କରିଛି।
ଯଶପ୍ରୀତ ବୁମରା
ଭାରତୀୟ କ୍ରିକେଟ୍ ଦଳର ତାରକା ବୋଲର ଯଶପ୍ରୀତ ବୁମରାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୮ କୋଟି ଟଙ୍କାରେ ରିଟେନ୍ କରିଛି।
ସଞ୍ଜୁ ସାମସନ
ଭାରତୀୟ କ୍ରିକେଟ୍ ଦଳର ତାରକା ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲ୍ସ ୧୮ କୋଟି ମୂଲ୍ୟରେ ରିଟେନ କରିଛି।
ଯଶସ୍ଵୀ ଜୟସ୍ଵାଲ
ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଭାରତର ଓପନର ଯଶସ୍ଵୀ ଜୟସ୍ଵାଲଙ୍କୁ ଫ୍ରାଞ୍ଚାଇଜ ଆଇପିଏଲ୍ ୨୦୨୫ ପୂର୍ବରୁ ୧୮ କୋଟି ଟଙ୍କାରେ ଦଳରେ ରଖିଛି।
ପାଟ୍ କମିନ୍ସ
ଗତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ନେତୃତ୍ଵ ନେଇଥିବା ଅଷ୍ଟ୍ରେଲିଆର ହ୍ଵାଇଟ୍ ବଲ୍ର ଅଧିନାୟକ ପାଟ୍ କମିନ୍ସଙ୍କୁ ଫ୍ରାଞ୍ଚାଇଜ ୧୮ କୋଟି ଟଙ୍କା ମୂଲ୍ୟରେ ରିଟେନ୍ କରିଛି। କମିନ୍ସଙ୍କୁ ହାଇଦ୍ରାବାଦ ଗତ ସିଜିନ ଅର୍ଥାତ ଆଇପିଏଲ୍ ୨୦୨୪ରେ ୨୦.୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା।
ରଶିଦ ଖାନ
ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନଙ୍କୁ ଗୁଜରାଟ ଟାଇଟନ୍ସ ୧୮ କୋଟି ଟଙ୍କା ଦେଇ ରିଟେନ୍ କରିଛି।












Click it and Unblock the Notifications