Get Updates
Get notified of breaking news, exclusive insights, and must-see stories!

K L Rahul: 'ମୋତେ ସ୍ବାଧୀନତା ଦରକାର', ଏମିତି କଣ କହିଲେ କେଏଲ ରାହୁଲ ?

ଇଣ୍ଡିଆନ ପ୍ରିମିୟର ଲିଗର 18ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖେଳାଳିଙ୍କ ରିଟେନସନ ଲିଷ୍ଟ ଫ୍ରାଞ୍ଚାଇଜ ଜାରି କରିବା ପରେ ଆସନ୍ତା 24-25 ତାରିଖରେ ଆଇପିଏଲ ମେଗା ଅକ୍ସନ ଅନୁଷ୍ଠିତ ହେବ । ଋଷଭ ପନ୍ତ, କେଏଲ ରାହୁଲ ଓ ଶ୍ରେୟସ ଆୟର ଅଧିନାୟକ ଥିବା ଦଳ ଏଥର ତାଙ୍କୁ ରିଲିଜ କରିଛି । ଯାହାକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ଥିବା କେଏଲ ରାହୁଲ । ଏକ ନୂତନ ଆରମ୍ଭ କରିବାକୁ ଚାହୁଁଥିବା କହିଛନ୍ତି ରାହୁଲ ।

ନୂଆ ଆରମ୍ଭ କରିବାକୁ ଚାହୁଁଥିଲେ ରାହୁଲ:

ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି, ''ମୁଁ ଏକ ନୂଆ ଆରମ୍ଭ କରିବାକୁ ଚାହୁଁଥିଲି । ନିଶ୍ଚିନ୍ତ ଭାବେ ବିକଳ୍ପ ଖୋଜୁଥିଲି । ପୁରା ସ୍ବାଧୀନତାର ସହ ମୁଁ ଖେଳିବାକୁ ଚାହୁଁଛି । ଯେଉଁଠାରେ ଦଳର ବାତାବରଣ ହାଲୁକା ହୋଇପାରେ। ବେଳେବେଳେ ଦୂରେଇ ଯାଇ ନିଜ ପାଇଁ କିଛି ଭଲ ଖୋଜିବାକୁ ପଡିବ।

K L Rahul

ଟି-20 ଦଳକୁ ଫେରିବା ଏକମାତ୍ର ଲକ୍ଷ୍ୟ:

ଆଇପିଏଲର ଆଗାମୀ ସିଜନରେ ଭଲ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆର ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାହୁଲ । ସେ କହିଛନ୍ତି, "ମୁଁ କିଛି ସମୟ ପାଇଁ ଭାରତୀୟ ଟି -20 ଦଳରୁ ଦୂରରେ ରହିଛି ଏବଂ ମୁଁ ଜାଣେ ଯେ ଜଣେ ଖେଳାଳି ଭାବରେ ମୋର ସ୍ଥାନ କେଉଁଠି ଏବଂ ଦଳକୁ ଫେରିବା ପାଇଁ କଣ କରିବା ଆବଶ୍ୟକ ତାହା ମୋତେ ଜଣା । ତେଣୁ ମୁଁ ଆଇପିଏଲକୁ ଅପେକ୍ଷା କରିଛି, ଯାହା ମୋତେ ପୁଣି ମୋ ଫର୍ମକୁ ଫେରିବାକୁ ସୁଯୋଗ ଦେବ । ମୋର ଲକ୍ଷ୍ୟ ହେଉଛି ଭାରତୀୟ ଟି -20 ଦଳକୁ ଫେରିବା । ''

2024ରେ କେଏଲ ଲାହୁଲଙ୍କ ସହ କଣ ହୋଇଥିଲା ?

ଲଗାତାର 3 ବର୍ଷ ହେବ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ରହିଆସଛନ୍ତି କେଏଲ ରାହୁଲ । ଗତ ସିଜିନରେ ସେ ମୋଟ 14ଟି ମ୍ୟାଚ ଖେଳି 520 ରନ କରିଥିଲେ । ଲକ୍ଷ୍ନୌ ଦଳ ପାଇଁ ତିନୋଟି ସିଜିନରେ 38ଟି ମ୍ୟାଚ ଖେଳି 1200 ରନ କରିଛନ୍ତି । ଗତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ଲକ୍ଷ୍ନୌ ବୋଲରମାନଙ୍କୁ ନିର୍ଦ୍ଧୁମ ପ୍ରହାର କରି LSGକୁ ଶୋଚନୀୟ ଭାବେ ପରାସ୍ତ କରିଥିଲେ । ଏହି ଲଜ୍ଜାଜନକ ପରାଜୟ ପରେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ରାହୁଲଙ୍କ ଉପରେ ଖୁବ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଅନେକ ଭାବିଥିଲେ ଯେ ଏହାପରେ ଆଇପିଏଲ୍ 2025ରେ LSG ସହିତ ରାହୁଲ ରହିବେ ନାହିଁ । ଏବେ ତାହା ହିଁ ହେଲା ।

RCBକୁ ରାହୁଲ ଆସିବା ଚର୍ଚ୍ଚା :-

ଅନ୍ୟପଟେ କେଏଲ୍‌ ରାହୁଲ ନିଜର ପୂରୁଣା ଦଳ ଆର୍‌ସିବିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସୋସିଆଲ ମିଡିଆରେଚର୍ଚ୍ଚା ହେଉଛି । ୱିକେଟକିପର-ବ୍ୟାଟର ପୂର୍ବରୁ ଅନେକ ଥର ସ୍ବୀକାର କରିଛନ୍ତି ଯେ, ଆର୍‌ସିବି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଅନେକ ସମୟରେ ସେ ବିରାଟ କୋହଲିଙ୍କର ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

ଲକ୍ଷ୍ନୌ ସୁପର ଜାଏଣ୍ଟସର ରିଟେନସନ ଲିଷ୍ଟ:

LSG ଏହାର ଅଧିନାୟକ କେ.ଏଲ୍ ରାହୁଲଙ୍କୁ ରିଲିଜ କରିଛି। ଲକ୍ଷ୍ନୌର ରିଟେନସନ ତାଲିକାରେ ରହିଛନ୍ତି ।

ନିକୋଲାସ୍ ପୁରନ (21 କୋଟି)
ମୟଙ୍କ ଯାଦବ (11 କୋଟି)
ରବି ବିଷ୍ଣନୋଇ (11 କୋଟି)
ଆୟୁଷ ବାଡୋନି (ଅନକ୍ୟାପଡ୍‌) (4 କୋଟି)
ମୋହସିନ୍ ଖାନ୍ (4 କୋଟି)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+