IPL 2025: ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ ଆଇପିଏଲ୍

ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ ଆଇପିଏଲ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୫କୁ ଶୁକ୍ରବାରଠାରୁ ସ୍ଥଗିତ କରି ଦିଆଯାଇଛି ।

ସ୍ଥଗିତ ରହିଥିବା ଆଇପିଏଲ ଏକ ସପ୍ତାହ ପରେ ଆରମ୍ଭ ହେବା ନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ଆସନ୍ତା ସପ୍ତାହରୁ ଆଇପିଏଲ ଖେଳାଯିବା ନେଇ ଆଶା କରାଯାଉଛି। ସମ୍ଭବତଃ ସ୍ଥଗିତ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ଚଳିତ ମେ ୧୫କିମ୍ବା ୧୬ରୁ ଆରମ୍ଭ ହେବା ନେଇ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।

ଆଇପିଏଲର ଅବଶିଷ୍ଟ ମ୍ୟାଚ କଲକାତା ଓ ଦକ୍ଷିଣ ଭାରତରେ ଆୟୋଜନ ନେଇ ବିସିସିଆଇ ଯୋଜନା କରୁଛି। ଦକ୍ଷିଣ ଭାରତ ରାଜ୍ୟ ଚେନ୍ନଇ, ହାଇଦରାବାଦ୍‌ ଓ ବେଙ୍ଗାଲୁରୁ ସହ ପୂର୍ବାଞ୍ଚଳ ରାଜ୍ୟ କଲକାତାରେ ଅବଶିଷ୍ଟ ମ୍ୟାଚ ଆୟୋଜନ ନେଇ ବିସିସିଆଇ ଚିନ୍ତା କରୁଛି।

IPL may start from next week

ଭାରତୀୟ କ୍ରିକେଟ ଦଳ ଆସନ୍ତା ଜୁନ୍‌ ୬ରେ ଇଂଲଣ୍ଡ ଗସ୍ତ କରିବ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲର ଅବଶି‌ଷ୍ଟ ମ୍ୟାଚକୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ‌ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ ଭେନ୍ୟୁ ବଦଳରେ ଯାତାୟତକୁ ସହଜ କରିବା ନେଇ ୪ଟି ଷ୍ଟାଡ଼ିୟମରେ ଆୟୋଜନ ନେଇ ଯୋଜନା କରୁଥିବା ଜଣାପଡ଼ିଛି। ଅବଶିଷ୍ଟ ମ୍ୟାଚ ଖୁବଶୀଘ୍ର ଆରମ୍ଭ କରାଯିବା ନେଇ ଫ୍ରାଞ୍ଚାଇଜ ମାନଙ୍କ ସହିିତ ଆଲୋଚନା କରାଯିବ। ଏହାଛଡ଼ା ଏକାଧିକ ଭେନ୍ୟୁ ବଦଳରେ ସ୍ବଳ୍ପ ସଂଖ୍ୟକ ଭେନ୍ୟୁରେ ମ୍ୟାଚ ଆୟୋଜନ ନେଇ ଫ୍ରାଞ୍ଚାଇଜ୍‌ମାନଙ୍କ ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲ-୨୦୨୫ ମେ ୨୫ରେ କଲକାତାରେ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ଏବେ ସୁଦ୍ଧା ୫୭ଟି ମ୍ୟାଚ ଶେଷ ହୋଇଛି। ୮ରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଆୟୋଜିତ ମ୍ୟାଚକୁ ଅଧାରୁ ସ୍ଥଗିତ କରିଦିଆଯାଇଛି। ଉକ୍ତ ମ୍ୟାଚର ଫଳାଫଳ ଘୋଷଣା କରାଯାଇନାହିଁ। ଯଦି ଉକ୍ତ ମ୍ୟାଚ ଯେଉଁଠାରୁ ସ୍ଥଗିତ ରହିଛି ସେହିଠାରୁ ଆରମ୍ଭ ହୁଏ ତେବେ ମୋଟ୍‌ ୧୭ଟି ମ୍ୟାଚ ଖେଳାଯିବ। ଯଦି ଉକ୍ତ ମ୍ୟାଚକୁ ବାତିଲ କରିଦିଆଯାଏ ତେବେ ଆଉ ୧୬ଟି ମ୍ୟାଚ ଖେଳାଯିବ।

ଶେଷ ହୋଇଥିବା ୫୭ଟି ମ୍ୟାଚ ମଧ୍ୟରୁ ଗୁଜରାଟ ଟାଇଟାନ୍‌ସ ୧୬ ପଏଣ୍ଟ ପାଇ ଶୀର୍ଷରେ ରହିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬ ପଏଣ୍ଟ ସହ ଦ୍ବିତୀୟ, ପଞ୍ଜାବ କିଙ୍ଗ୍‌ସ ୧୫ ପଏଣ୍ଟ ସହ ୩ୟ, ମୁମ୍ବଇ ଇଣ୍ଡିଆନ୍‌ସ ୧୪ ପଏଣ୍ଟ ସହ ୪ର୍ଥ, ଦିଲ୍ଲୀ କ୍ୟାପିଟାଲ୍‌ସ ୧୩ ପଏଣ୍ଟ ସହ ୫ମ, କଲକାତା ନାଇଟ୍‌ ରାଇଡର୍ସ ୧୧ ପଏଣ୍ଟ ସହ ୬ଷ୍ଠ, ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ୧୦ ପଏଣ୍ଟ ସହ ସପ୍ତମ, ସନରାଇଜର୍ସ ହାଇଦରାବାଦ୍‌ ୭ ପଏଣ୍ଟ ସହ ୮ମ, ରାଜସ୍ଥାନ ରୟାଲ୍‌ସ ୬ ପଏଣ୍ଟ ସହ ୯ମ ଓ ଚେନ୍ନଇ ସୁପରକିଙ୍ଗ୍‌ସ ୬ ପଏଣ୍ଟ ସହ ୧୦ତମ ସ୍ଥାନରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+