IPL 2025: ମେ ୩୦ ରେ ହୋଇପାରେ ଆଇପିଏଲ ଫାଇନାଲ

ମେ ୩୦ ରେ ହୋଇପାରେ ଆଇପିଏଲ ଫାଇନାଲ । ଆଉ ଏହି ସପ୍ତାହରୁ ଆରମ୍ଭ ହୋଇପାରେ ଅବଶିଷ୍ଟ ମ୍ୟାଚ । ବେଙ୍ଗାଳୁରୁ, ଚେନ୍ନାଇ ଓ ହାଇଦ୍ରାବାଦରେ ହୋଇପାରେ ମ୍ୟାଚ୍ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିବା ପାଇଁ ଶନିବାର ମେ' ୧୦ରେ ଯୁଦ୍ଧବିରତି ଘୋଷଣା ହୋଇଛି । ମେ' ୭ ତାରିଖରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ବିବାଦ ଯୋଗୁ ବିସିସିଆଇ ଆଇପିଏଲ୍‌ ୨୦୨୫ ସିଜିନ୍‌କୁ ମଝିରେ ସ୍ଥଗିତ ରଖିଥିଲା।

ତେବେ ଯୁଦ୍ଧବିରତି ଆରମ୍ଭ ହେବା ପରେ, ଏବେ ସମସ୍ତଙ୍କ ନଜର ଆଇପିଏଲ ୨୦୨୫ ପୁଣି କେବେ ଆରମ୍ଭ ହେବ ତାହା ଉପରେ ରହିଛି। ବୋର୍ଡ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ ମେ' ୧୧ ରବିବାର ଦିନ ଏ ବିଷୟରେ ନିଷ୍ପତ୍ତି ନିଆଯିବ।

IPL ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିଲା। ଗତ ଦେଢ଼ ମାସ ଧରି ଏହି ଟୁର୍ନାମେଣ୍ଟ କୌଣସି ସମସ୍ୟା ବିନା ଚାଲିଥିଲା। କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ମେ' ୬-୭ରେ, ଭାରତୀୟ ସେନା 'ଅପରେଶନ ସିନ୍ଦୂର' ହେବା ପରେ, ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଆରମ୍ଭ ହୋଇଥିଲା।
ଏବେ ଉଭୟ ଦେଶ ଯୁଦ୍ଧବିରତି ଘୋଷଣା କରିବାର କିଛି ସମୟ ପରେ IPL ୨୦୨୫ ର ବାକି ଥିବା ମ୍ୟାଚ୍‌ ସମାପ୍ତ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସମ୍ପର୍କରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସମ୍ବାଦ ସଂସ୍ଥା ପିଟିଆଇକୁ କହିଛନ୍ତି, ଯୁଦ୍ଧ ବନ୍ଦ ହୋଇଯାଇଛି। ନୂତନ ପରିସ୍ଥିତିରେ, ବିସିସିଆଇ ଅଧିକାରୀ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଆସନ୍ତାକାଲି (ରବିବାର ୧୧ ମଇ) ନିଷ୍ପତ୍ତି ନେବେ।

ତେବେ ମେ ୯ ତାରିଖରେ ହିଁ ବିସିସିଆଇ ଟୁର୍ନାମେଣ୍ଟକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା। କିନ୍ତୁ ସେହି ସମୟରେ, ବୋର୍ଡ ପ୍ରସ୍ତୁତିରେ ମଧ୍ୟ ବ୍ୟସ୍ତ ଥିଲା ଏବଂ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ବୋର୍ଡ ଟୁର୍ନାମେଣ୍ଟର ବାକି ୧୭ଟି ମ୍ୟାଚ୍‌ (ରଦ୍ଦ ହୋଇଥିବା ପଞ୍ଜାବ-ଦିଲ୍ଲୀ ମ୍ୟାଚ ସମେତ) ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦରେ ଆୟୋଜନ କରିପାରିବ। କେବଳ ଏତିକି ନୁହେଁ, ଏକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଟୁର୍ନାମେଣ୍ଟ ଆସନ୍ତା ସପ୍ତାହରେ ମେ ୧୪ କିମ୍ବା ୧୫ ରୁ ପୁଣି ଆରମ୍ଭ ହୋଇପାରେ। ହେଲେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବାର କିଛି ସମୟ ପରେ, ପାକିସ୍ତାନ ପୁଣି ଥରେ ଏହାକୁ ଉଲ୍ଲଂଘନ କରିଛି ଏବଂ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ବିସିସିଆଇ ଟୁର୍ନାମେଣ୍ଟକୁ ସ୍ଥଗିତ ରଖେ ନା ଏହାକୁ ପୁଣି ଆରମ୍ଭ କରେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+