IPL 2025: ହାଇଦ୍ରାବାଦର ଲଗାତାର ଚତୁର୍ଥ ପରାଜୟ: ଗୁଜରାଟର ହ୍ୟାଟ୍ରିକ୍ ବିଜୟ

ଗତଥରର ଫାଇନାଲିଷ୍ଟ ସନ୍‌ରାଇଜର୍ସ ହାଇଦଦ୍ରାବାର ହାଟ୍ରିକ ପରାଜୟ । ରବିବାର ଗୁଜରାଟ ଟାଇଟନ୍ସ ୭ ୱିକେଟ୍‌ରେ ହାଇଦଦ୍ରାବାଦକୁ ପରାସ୍ତ କରିଛି। ବଡ଼ ବିଜୟ ସହ ଗୁଜରାଟ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ଦ୍ବିତୀୟକୁ ଉଠିଛି। ଅନ୍ୟପକ୍ଷରେ ପଞ୍ଚମ ମ୍ୟାଚ୍‌ରୁ ଲଗାତାର ଚତୁର୍ଥ ପରାଜୟ ବରଣ କରି ସନ୍‌ରାଇଜର୍ସ ସବାଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ହାଇଦ୍ରାବାଦ ପୁଣି ଥରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ‌ହୋଇ ମାତ୍ର ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଅଧିନାୟକ ଶୁବମନ ଗିଲ୍‌ (୬୧*, ୪୩ ବଲ୍‌)ଙ୍କ ଅର୍ଦ୍ଧଶତକ ବଳରେ ଗୁଜରାଟ ୨୦ ବଲ୍ ପୂର୍ବରୁ ହାସଲ କରି ନେଇଥିଲା।

IPL 2025

୧୬ ରନ୍‌ରେ ଦୁଇଟି ୱିକେଟ୍ ହରାଇବା ପରେ ଅଲରାଉଣ୍ଡର୍‌ ୱାସିଂଟନ୍ ସୁନ୍ଦରଙ୍କୁ ଚତୁର୍ଥ ସ୍ଥାନରେ ଖେଳାଇବା ଗୁଜରାଟ ପାଇଁ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଥିଲା। ଗିଲ୍ ଓ ୱାସିଂଟନ୍ ତୃତୀୟ ୱିକେଟ୍‌ରେ ୯୦ ରନ୍ ଯୋଡ଼ି ଗୁଜରାଟ ପାଇଁ ଆଶା ସୃଷ୍ଟି କରିଥିଲେ। ୱାସିଟନ୍ ୪୯ ରନ୍‌ ଏକ ସ୍ମରଣୀୟ ଅର୍ଦ୍ଧଶତକ ହାସଲ କରିବାଠାରୁ ୧ ରନ୍ ଦୂରରେ ଥିଲା ବେଳେ ଆଉଟ୍ ହୋଇଯାଇଥିଲେ। ତେବେ ସେରଫାନ୍ ରଦରଫୋର୍ଡ ଏହା ପରେ ଧୂଆଁଧାର ବ୍ୟାଟିଂ କରି ଗୁଜରାଟକୁ ସହଜ ବିଜୟ ଉପହାର ଦେଇଥିଲେ। ନିଜ ୧୬ ବଲ୍ ୩୫* ରନ୍ ପାଳିରେ ସେ ୬ ଚୌକା ଓ ଗୋଟିଏ ଦର୍ଶନୀୟ ଛକା ମାରିଥିଲେ।

ସନ୍‌ରାଇଜର୍ସ ହାଇଦ୍ରାବାଦ ପାଳିରୁ ପୁଣି ଥରେ ପ୍ରମା‌ଣିତ ହୋଇଥିଲା। ମାତ୍ରାଧିକ ଆକ୍ରମଣାତ୍ମକ ଖେଳିବା ଚକ୍କରରେ ଶେଷରେ ଏହି ଦଳ ଆଶାଠାରୁ କମ୍ ଅର୍ଥାତ୍ ୧୫୨/୮ ସ୍କୋର୍‌ କରିଥିଲା। ଅଧିନାୟକ ପ୍ୟାଟ୍ କମିନ୍ସ (୨୨* ରନ୍, ୯ ବଲ୍) ଏବଂ ଦ୍ରୁତ ବୋଲର ମହମ୍ମଦ ସାମି (୬* ରନ୍, ୨ ବଲ୍) ଶେଷ ଓଭରରୁ ୧୭ ରନ୍ ଅମଳ କରି ନଥିଲେ ଏହି ଦଳ ଘରୋଇ ପରିବେଶରେ ୧୫୦ରୁ କମ୍ ରନ୍ କରିବାର ଯଥେଷ୍ଟ ଆଶଙ୍କା ରହିଥିଲା।

ଦୁଇ ଓପନର୍ ଅଭିଷେକ ଶର୍ମା ଓ ଟ୍ରାଭିସ୍ ହେଡ୍ ପୁଣି ଥରେ ପାୱାର ପ୍ଲେ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଫଳରେ ସନ୍‌ରାଇଜର୍ସ ପାଳିର ମୂଳଦୁଆ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା। ଏହା ପରେ ଦଳର କୌଣସି ବ୍ୟାଟର୍ ଦାୟିତ୍ବବାନ କ୍ରିକେଟ୍ ଖେଳି ପାଳି ସଜାଡ଼ିବାକୁ ଚେଷ୍ଟା କରି ନଥିଲେ। ଅଧିକାଂଶ ଭଲ ଆରମ୍ଭ ପାଇବା ସତ୍ତ୍ବେ ମହମ୍ମଦ ସିରାଜ (୪/୧୭)ଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇ ନପାରି ବଡ଼ ସ୍କୋର୍ କରିବା ପୂର୍ବରୁ ପ୍ୟାଭିଲିୟନ ଫେରି ଯାଇଥିଲେ। ଏହି ସୁଯୋଗରେ ପ୍ରସିଦ୍ଧ କ୍ରିଷ୍ଣା (୨/୨୫) ଓ ସାଇ କିଶୋର (୨/୨୪) ମଧ୍ୟ ଦୁଇଜଣ ଲେଖାଏଁ ସନ୍‌ରାଇଜର୍ସ ବ୍ୟାଟର୍‌ଙ୍କୁ ଶିକାର କରି ନେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ନୀତୀଶ କୁମାର ରେଡ୍ଡୀଙ୍କ ୩୪ ବଲ୍‌ରୁ ୩୧ ରନ୍ ଥିଲା ସନ୍‌ରାଇଜର୍ସ ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍। ଗୁଜରାଟ ଟାଇଟନ୍ସର ଟସ୍ ଜିତି ସନ୍‌ରାଇଜର୍ସକୁ ବ୍ୟାଟିଂ ଡାକିବା ନିଷ୍ପତ୍ତି ମଧ୍ୟ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା।

ସଂକ୍ଷିପ୍ତ ସ୍କୋର୍: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୫୨/୮ (ନୀତୀଶ କୁମାର ରେଡ୍ଡୀ ୩୧, ହେନରିକ୍ କ୍ଲାସେଁ ୨୭, ପ୍ୟାଟ୍ କମିନ୍ସ ୨୨*, ମହମ୍ମଦ ସିରାଜ ୪/୧୭, ସାଇ କିଶୋର ୨/୨୪, ପ୍ରସିଦ୍ଧ କ୍ରିଷ୍ଣା ୨/୨୫)। ଗୁଜରାଟ ଟାଇଟନ୍ସ ୧୬.୪ ଓଭରରେ ୧୫୩/୩ (ଶୁବମନ ଗିଲ୍ ୬୧*, ୱାସିଂଟନ୍ ସୁନ୍ଦର ୪୯, ସେରଫାନ୍ ରଦର୍‌ଫୋର୍ଡ ୩୫*, ମହମ୍ମଦ ସାମି ୨/୨୮)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+