ହାଇଦ୍ରାବାଦର ହ୍ୟାଟ୍ରିକ୍ ପରାଜୟ: ୮୦ ରନ୍ରେ ଜିତିଲା କେକେଆର୍
ଆଇପିଏଲ୍ର ୧୫ତମ ମ୍ୟାଚ୍ରେ ଗତବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସ ୮୦ ରନ୍ର ବଡ଼ ବ୍ୟବଧାନରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ।
ଇଡେନ୍ ଗାଡେର୍ନ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଜବରଦସ୍ତ ବ୍ୟାଟିଂ ସହ ୨୦୦ ରନ୍ ସ୍କୋର୍ କରିଥିଲା। ଜବାବରେ ପ୍ୟାଟ୍ କମିନ୍ସଙ୍କ ଦଳ ବୈଭବ ଅରୋରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମୁକାବିଲା କରି ନପାରି ୧୨୦ ରନ୍ରେ ଆତ୍ମସମର୍ପଣ କରିଥିଲା।
ହେନରିକ୍ କ୍ଲାସେଁ, କାମିନ୍ଦୁ ମେଣ୍ଡିସ୍, ନୀତୀଶ ରେଡ୍ଡୀଙ୍କ ଛଡ଼ା ଆଉ କେହି ଲଢ଼ି ପାରିନଥିଲେ। ଫଳରେ କୋଲକାତା ୪ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ପଏଣ୍ଟ୍ ଟେବୁଲ୍ର ଉପର ଅର୍ଦ୍ଧେକକୁ ଉଠିଛି। ଅନ୍ୟପକ୍ଷରେ ଈଶାନ କିଶନଙ୍କ ଶତକ ବଳରେ ପ୍ରଥମ ମ୍ୟାଚ୍ ଜିତିଥିବା ହାଇଦ୍ରାବାଦ ତାଙ୍କ ବିଫଳତା ସହ ତାଳ ଦେଇ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି।

କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୦୦ ରନ କରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୨୯ ବଲରେ ୬୦ (୭ ଚୌକା ଓ ୩ ଛକା) ଓ ଅଙ୍ଗକ୍ରିଶ ରଘୁବଂଶୀ ୩୨ ବଲରେ ୫୦ (୫ ଚୌକା ଓ ୨ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୨୭ ବଲରେ ୧ ଚୌକା ଓ ୪ ଛକା ସହ ୩୮ ଓ ରିଙ୍କୁ ସିଂ ୧୭ ବଲରେ ୪ ଚୌକା ଓ ୧ ଛକା ସହିତ ୩୨ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ଶାମି, କୁମିନ୍ସ, ଜିଶାନ ଅନସାରୀ ଓ କାମିଣ୍ଡୁ ମେଣ୍ଡିସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ହାଇଦ୍ରାବାଦ ୧୬.୪ ଓଭରରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ହେନରିଚ କ୍ଲାସେନ ୩୩, କାମିଣ୍ଡୁ ମେଣ୍ଡିସ ୨୭ ଓ ନୀତିଶ କୁମାର ରେଡ୍ଡୀ ୧୯ ରନ କରିଥିଲେ। ବିଜୟୀ କୋଲକାତା ପାଇଁ ବୈଭବ ଆରୋରା ଓ ବରୁନ ଚକ୍ରବର୍ତ୍ତୀ ୩ ଲେଖାଏ ଉଇକେଟ ନେଇଥିବା ବେଳେ ଆନ୍ଦ୍ରେ ରସେଲ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୦୦/୬ (ଭେଙ୍କଟେଶ ଆୟର-୬୦, ଅଙ୍ଗକ୍ରିସ୍ ରଘୁବଂଶୀ-୫୦, ଅଜିଙ୍କ୍ୟ ରାହାଣେ-୩୮, ରିଙ୍କୁ ସିଂହ-୩୨*)। ସନ୍ରାଇଜର୍ସ ହାଇଦ୍ରାବାଦ ୧୬.୪ ଓଭରରେ ୧୨୦/୧୦ (ହେନରିକ୍ କ୍ଲାସେଁ-୩୩, କାମିନ୍ଦୁ ମେଣ୍ଡିଜ୍-୨୭, ନୀତୀଶ ରେଡ୍ଡୀ-୧୯, ବରୁଣ ଚକ୍ରବର୍ତ୍ତୀ-୩/୨୨, ବୈଭବ ଅରୋରା-୩/୨୯, ଆନ୍ଦ୍ରେ ରସେଲ-୨/୨୧, ହର୍ଷିତ ରାଣା-୧/୧୫, ସୁନିଲ ନାରା












Click it and Unblock the Notifications