ଆଜି ଗୁଜରାଟ ଟାଇଟାନ୍ସ ବନାମ କଲକାତା ନାଇଟ୍‌ ରାଇଡର୍ସ ଟକ୍କର

ଆଇପିଏଲରେ ଆଜି ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ଅଷ୍ଟମ ମ୍ୟାଚ ଖେଳିବେ। ଗୁଜରାଟ ଅପେକ୍ଷା କଲକାତା ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ଗୁଜରାଟ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି।

ଦଳ ବ୍ୟାଟିଂ କ୍ଷେତ୍ରରେ ବେଶ ଶକ୍ତିଶାଳୀ ରହିଛି। ଶେଷ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ୍‌କୁ ୭ ୱିକେଟରେ ପରାସ୍ତ କରିଥିଲା। ଜୋଶ ବଟ୍‌ଲର ଅପରାଜିତ ୯୭ରନର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି। ସାଇ ସୁଦର୍ଶନ ନିୟମିତ ରନ କରୁଥିବାବେଳେ ସେର୍ଫାନେ ରଦରଫୋର୍ଡ ମଧ୍ୟ ଦିଲ୍ଲୀ ବିପକ୍ଷରେ ଦାୟିତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ। ଦ୍ରୁତ ବୋଲିଂ ବିଭାଗକୁ ଦେଖିବାକୁ ଗଲେ ମହମ୍ମଦ ସିରାଜ ୧୧ଟି ଓ ପ୍ରସିଦ୍ଧ କୃଷ୍ଣ ୧୪ଟି ୱିକେଟ ନେଇଛନ୍ତି।

ପ୍ରସିଦ୍ଧ ଦିଲ୍ଲୀ ବିପକ୍ଷରେ ୪ଟି ୱିକେଟ ନେଇଥିଲେ। ଏହାଛଡ଼ା ଇଶାନ୍ତ ଶର୍ମା, ଅର୍ଶଦ ଖାନ, ସାଇ କିଶୋର ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ସ୍ପିନର ସାଇ କିଶୋର ମଧ୍ୟ ୧୧ଟି ୱିକେଟ ନେଇଛନ୍ତି। ରସିଦ ଖାନ ଫର୍ମକୁ ନଫେରିବା ଦଳକୁ ଚିନ୍ତାରେ ପକାଇଛି ।

ipl 2025 Gujarat Titans vs Kolkata Knight Riders match today

ଉଭୟ କ୍ଷେତ୍ରରେ ଦଳ ସ୍ଥିର ପ୍ରଦର୍ଶନ କରୁଥିବାରୁ କଲକାତା ବିପକ୍ଷରେ ବିଜୟ ନେଇ ଦୃଢ ଆଶାବାଦୀ ରହିଛି। କଲକାତା ନାଇଟ୍‌ ରାଇଡର୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦ୍ବିତୀୟ ରାଉଣ୍ଡ ମ୍ୟାଚ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ। ଶେଷ ମ୍ୟାଚରେ ଦଳ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୧୬ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଫଳତା ଭୋଗିବା ସହ ଦଳ ମାତ୍ର ୧୧୨ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇଥିଲା। ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରିସ ରଘୁବଂଶୀ, ରିଙ୍କୁ ସିଂହ, ଆ‌େନ୍ଦ୍ର ରସେଲ, ଭେଙ୍କଟେଶ ଆୟର, ରମଣଦୀପ୍‌ ସିଂହ, ସୁନୀଲ ନାରାୟଣ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଯାହା ଦଳକୁ ଚିନ୍ତାରେ ପକାଇଛି। ବିଜୟ ଧାରାକୁ ଫେରିବାକୁ ହେଲେ ଦଳକୁ ବ୍ୟାଟିଂ ବିଭାଗ ସୁଧାରିବାକୁ ପଡ଼ିବ। ବୋଲିଂରେ ବୈଭବ ଆରୋରା, ହର୍ଷିତ ରାଣା ,ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ଦାୟିତ୍ବକୁ ସଠିକ ଭାବେ ତୁଲାଉଛନ୍ତି। ବରୁଣ ଓ ହର୍ଷିତ ୧୦ଟି ଲେଖାଏଁ ୱିକେଟ ନେଇଛନ୍ତି। ଶେଷ ୩ଟିଯାକ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ଗୁଜରାଟ ଟାଇଟାନ୍‌ସ ନିକଟରୁ ପରାଜିତ ହୋଇଛି। ଚଳିତ ଆଇପିଏଲରେ ମଧ୍ୟ କଲକାତା ବିପକ୍ଷରେ ଗୁଜରାଟ ଆଗରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+