IPL 2025 : ଆଜି ଗୁଜରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗ୍‌ସ

ଆଇପିଏଲ୍‌ର ୫ମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍‌ସ । ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଖେଳିବେ । ୨୦୨୨ରେ ଆଇପିଏଲ୍‌ ପଦାର୍ପଣ କରି ଗୁଜରାଟ ଚମ୍ପିଆନ୍‌ ହୋଇଥିଲା ।

ପରବର୍ଷ ଏହା ଉପବିଜେତା ହୋଇଥିଲା । ହେଲେ ଗତବର୍ଷ ଗୁଜରାଟ ନିମ୍ନମାନର ପ୍ରଦର୍ଶନ କରି ୧୦ଟି ଦଳଙ୍କ ମଧ୍ୟରେ ୮ମ ସ୍ଥାନରେ ରହି ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା ।

ଶୁବ୍‌ମାନ ଗିଲ୍‌ ନେତୃତ୍ବାଧୀନ ପଞ୍ଜାବ ଏଥର ପ୍ଲେଅଫ୍‌ ଖେଳିବା ଆଶାରେ ଅଭିଯାନ ଆରମ୍ଭ କରିବ । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ଆଇପିଏଲ୍‌ର ପ୍ରଥମ ସଂସ୍କରଣରୁ ଖେଳି ଆସୁଥିବା ବେ​ଳେ ମାତ୍ର ୨ ଥର ପ୍ଲେଅଫ୍‌ରେ ପହଞ୍ଚିଛି ।

ପ୍ରଥମ ସଂସ୍କରଣରେ ପଞ୍ଜାବ ପ୍ଲେଅଫ୍‌ରୁ ବିଦାୟ ନେଇଥିବା ବେଳେ ଏହା ୨୦୧୪ରେ ଉପବିଜେତା ହୋଇଥିଲା। ହେଲେ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ ଆଇପିଏଲ୍‌ର କିଙ୍ଗ୍‌ ହେବା ପାଇଁ ପ୍ରୟାସ କରିବ ।

Gujarat-Punjab clash today

ଗତବର୍ଷ ଶ୍ରେୟସଙ୍କ ନେତୃତ୍ବରେ କଲକାତା ନାଇଟ୍‌ ରାଇଡର୍ସ ଚମ୍ପିଆନ୍ ହୋଇଥିଲା। ଅଧିନାୟକ ହେବା ସହ ଦଳର ମୁଖ୍ୟ ବ୍ୟାଟ୍‌ସମ୍ୟାନ୍ ଦାୟିତ୍ବ ସମ୍ଭାଳିବେ ଶ୍ରେୟସ ଆୟର ।

ଆଇପିଏଲ୍‌ରେ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୫ ଥର ମୁକାବିଲା ହୋଇଛି । ଏଥିରୁ ଗୁଜରାଟ ଟାଇଟାନ୍‌ସ ୪ ଥର ଜିତିଥିବା ବେଳେ ପଞ୍ଜାବ ମାତ୍ର ଥରେ ଜିତିଛି। ଏହି ରେକର୍ଡରେ ଉନ୍ନତି ଆଣିବାକୁ ପଞ୍ଜାବ ପ୍ରୟାସ କରିବ । ପ୍ରଭସିମ୍ରନ୍ ସିଂହ ଓ ପ୍ରିୟାଂଶ ଆର୍ଯ୍ୟ ପଞ୍ଜାବ ପାଇଁ ଇନିଂସ ଓପନ୍‌ କରିବେ।

ପ୍ରିୟାଂଶ ଦିଲ୍ଲୀ ପାଇଁ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫିରେ ୧୭୬.୬୩ ଷ୍ଟ୍ରାଇକ୍‌ରେଟ୍‌ରେ ୩୨୫ ରନ୍‌ କରିଛନ୍ତି । ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଥିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ। କାରଣ ଦଳର ମଧ୍ୟକ୍ରମ ସେତେ ଶକ୍ତିଶାଳୀ ନାହିଁ ।

ଦୁଇ ଅଷ୍ଟ୍ରେଲୀୟ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ମାର୍କସ ଷ୍ଟଇନିସ୍‌ ସଫଳ ହେଲେ ପ୍ରତିପକ୍ଷ ବୋଲିଂକୁ ଖିନ୍‌ଭିନ କରିଦେବେ। ହେଲେ ଦୁହିଁଙ୍କ ଉପରେ ଭରସା କରି ହେବନାହିଁ। ଗତବର୍ଷ ନିହାଲ ୱଧେରା ଓ ଶଶାଙ୍କ ସିଂହ ଭଲ ପ୍ରଦର୍ଶନ କରିଥିଲେ। ଦୁଇ ବିଦେଶୀ ଆଫ୍‌ଗାନିସ୍ତାନର ଅଜ୍‌ମତୁଲ୍ଲା ଓମରଜାଇ ଓ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନ୍‌ସେନ୍ ଅଲ୍‌ରାଉଣ୍ଡର ଭାବେ ଖେଳିବେ। ୟାନ୍‌ସେନ ଚମତ୍କାର ଫର୍ମରେ ଅଛନ୍ତି। ଅର୍ଶଦୀପ ସିଂହ ପେସ୍‌ ବୋଲିଂ ଭାର ସମ୍ଭାଳିବେ। ଆଇପିଏଲ୍‌ ଇତିହାସରେ ଅନ୍ୟତମ ଅଭିଜ୍ଞ ଯୁଜବେନ୍ଦ୍ର ଚହଲ ଓ ହରପ୍ରୀତ ବ୍ରାର ସ୍ପିନର ଦାୟିତ୍ବ ସମ୍ଭାଳିବେ।

ପଞ୍ଜାବର ବ୍ୟାଟିଂ ଆୟରଙ୍କ ଉପରେ ନିର୍ଭର କରିବ। ପଞ୍ଜାବ ଅପେକ୍ଷା ଗୁଜରାଟ ଅଧିକ ଶକ୍ତିଶାଳୀ ଲାଗୁଛି। ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ଅଧିନାୟକ ଶୁବ୍‌ମାନ ଗିଲ୍‌ ଓ ଇଂଲଣ୍ଡର ଜୋସ୍ ବଟ୍‌ଲରଙ୍କ ଓପ୍‌ନିଂ ଯୋଡ଼ି। ବଟ୍‌ଲରଙ୍କୁ ୧୫.୭୫ କୋଟି ଟଙ୍କାରେ ଗୁଜରାଟ କିଣିଛି। ଚମ୍ପିଆନ୍‌ସ ଟ୍ରଫିରେ ବଟ୍‌ଲର ଇଂଲଣ୍ଡ ପାଇଁ ସର୍ବାଧିକ ରନ୍‌ କରିଥିଲେ। ଶୁବ୍‌ମାନ ଗିଲ୍‌ ୨୦୨୩ ଆଇପିଏଲ୍‌ରେ ୮୯୦ ରନ୍‌ କରିଥିଲେ ହେଁ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ସେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଗିଲ୍‌ ଓ ବଟ୍‌ଲର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂକରି ଲମ୍ବା ସମୟ କ୍ରିଜ୍‌ରେ ରହିପାରିବେ। ୩ନଂରେ ସାଇ ସୁଦର୍ଶନ ବ୍ୟାଟିଂକରିବେ। ତାଙ୍କୁ ଛାଡ଼ି ମଧ୍ୟକ୍ରମ​‌ରେ ଭଲ ବ୍ୟାଟ୍‌ସମ୍ୟାନ ନାହାନ୍ତି।

ୱେଷ୍ଟଇଣ୍ଡିଜ୍‌ର ସେର୍ଫାନେ ରଦରଫୋର୍ଡ କିମ୍ବା ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍‌ସ ୪ନଂରେ ଏବଂ ୱାଶିଂଟନ ସୁନ୍ଦର ୫ନଂ ସ୍ଥାନରେ ଖେଳିବେ। ଦୁଇ ଫିନିସର ଭାବେ ରାହୁଲ ତିୱତିଆ ଓ ଶାହ୍‌ରୁଖ ଖାଁ ରହିଛନ୍ତି। ବ୍ୟାଟିଂ ବିକଳ୍ପ ଭାବେ ଅଛନ୍ତି ଅନୁଜ ରାୱତ ଓ ମହିପାଳ ଲୋମରର। ଓପ୍‌ନିଂ ଯୋଡ଼ି ସହ ଗୁଜରାଟର ଶକ୍ତି ହେଉଛି ବୋଲିଂ ଆକ୍ରମଣ। କାଗିସୋ ରବାଡ଼ା ଏବଂ ଭାରତୀୟ ଦଳର ଦୁଇ ପ୍ରମୁଖ ବୋଲର ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣା ପେସ୍‌ ବୋଲିଂ ଭାର ସମ୍ଭାଳିବେ। ସ୍ପିନ୍ ବିଭାଗରେ ଅଛନ୍ତି ଲେଗ୍‌ ସ୍ପିନର ରସିଦ୍ ଖାଁ, ବାମହାତି ସାଇ କିଶୋର ଓ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦର। ଏସ୍‌ଏ୨୦ ଟୁର୍ଣ୍ଣାମେଣ୍ଟରେ ରବାଡା ଓ ରସିଦ୍ ଯୁଗ୍ମ ସର୍ବାଧିକ ୧୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+