Get Updates
Get notified of breaking news, exclusive insights, and must-see stories!

ଆଜି ଏଲିମିନେଟର: ମୁମ୍ବାଇ ବନାମ ଗୁଜରାଟ, କିଏ ଖେଳିବ କ୍ଵାଲିଫାୟର -୨ ?

ଆଇପିଏଲ୍‌ର ଦ୍ବିତୀୟ ପ୍ଲେ ଅଫ୍ ବା ଏଲିମିନେଟର୍ ମୁକାବିଲା ଶୁକ୍ରବାର ପଞ୍ଜାବର ମୁଲାନପୁରସ୍ଥିତ ୟାଦବୀନ୍ଦ୍ର ସିଂହ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିରେ ପଏଣ୍ଟ୍‌ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ।

ଜିଏ ଜିତିବ ସିଏ ଜୁନ୍ ପହିଲାର ଦ୍ବିତୀୟ କ୍ବାଲିଫାୟର୍‌ ଖେଳିବ। ପରାଜିତ ଦଳର ଅଭିଯାନ କିନ୍ତୁ ସେହିଠାରେ ଶେଷ ହୋଇଯିବ। ଏଣୁ ଉଭୟ ଦଳ ଏହି ମ୍ୟାଚ୍‌ରେ କର ବା ମର ସ୍ଥିତିରେ ରହିବେ। ତେବେ ପାଞ୍ଚଥର ବିଜେତା ମୁମ୍ବାଇ ଉପରେ ଦ୍ବିତୀୟ ଟ୍ରଫି ବିଜୟ ଆଶାରେ ଥିବା ଗୁଜରାଟ ଭାରି ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। କାରଣ ଚଳିତ ଋତୁରେ ମୁମ୍ବାଇ ବିପକ୍ଷରେ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ରେ ଗୁଜରାଟ ବିଜୟୀ ହୋଇଛି।

ପୁଣି ମୁମ୍ବାଇ ବିପକ୍ଷରେ ଖେଳିଥିବା ଗତ ପାଞ୍ଚଟି ମ୍ୟାଚ୍‌ରୁ ଚାରିଟିକୁ ଜିତି ନେଇଛି। ମୋଟ ଉପରେ ଉଭୟ ଦଳର ୭ଟି ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ଗୁଜରାଟ ୫ଟି ଜିତିଥିଲା ବେଳେ ମୁମ୍ବାଇ କେବଳ ୨ଟିରେ ବିଜୟୀ ହୋଇଛି। ମୁମ୍ବାଇ ବିପକ୍ଷରେ ଗୁଜରାଟର ସର୍ବୋଚ୍ଚ ସ୍କୋର୍ ହେଉଛି ୨୩୩। ସର୍ବନିମ୍ନ ସ୍କୋର୍ ରହିଛି ୧୭୨। ଅନ୍ୟପକ୍ଷରେ ଗୁଜରାଟ ବିପକ୍ଷରେ ମୁମ୍ବାଇର ସର୍ବୋଚ୍ଚ ସ୍କୋର୍ ୨୧୮ ଥିଲା ବେଳେ ସର୍ବନିମ୍ନ ସ୍କୋର୍ ରହିଛି ୧୫୨।

ଲିଗ୍ ମ୍ୟାଚ୍‌ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଗୁଜରାଟ ଟାଇଟନ୍ସ ଶୀର୍ଷ ସ୍ଥାନରେ ସ୍ଥିର ରହିଥିଲା। ତେବେ ଅନ୍ତିମ ଦୁଇ ମ୍ୟାଚ୍‌କୁ ଲଗାତାର ଭାବେ ହାରିବା ପରେ ପ୍ରଥମ ଦୁଇ ସ୍ଥାନରେ ରହିବାର ସୁଯୋଗ ହରାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାର ଶେଷ ଲିଗ୍ ମ୍ୟାଚ୍ ହାରି ଚତୁର୍ଥ ସ୍ଥାନକୁ ଖସି ଯାଇଥିଲା। ଏଣୁ ଉଭୟ ଦଳ ଆସନ୍ତାକାଲି ବିଜୟୀ ହୋଇ ନିଜନିଜ ଅଭିଯାନକୁ ଅତୁଟ ରଖିବାକୁ ଆପ୍ରାଣ ଉଦ୍ୟମ କରିବେ।

ipl 2025 Eliminator today

ସାଇ ସୁଦର୍ଶନଙ୍କ ଚମତ୍କାର ବ୍ୟାଟିଂ ସତ୍ତ୍ବେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଚତୁର୍ଦଶ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୨୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୪୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। କେବଳ ଏହି ମ୍ୟାଚ୍‌ ନୁହେଁ ତ୍ରୟୋଦଶ ମୁକାବିଲାରେ ମଧ୍ୟ ଗୁଜରାଟ ଟାଇଟନ୍ସ ବ୍ୟାଟିଂ ସହ ବୋଲିଂରେ ବିଫଳ ହୋଇଥିଲା। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଲଜ୍ଜା‌ଜନକ ଭାବେ ପଞ୍ଜାବ କିଙ୍ଗ୍ସଠାରୁ ୭ ୱିକେଟ୍‌ରେ ହାରିଥିଲା। ଯଶପ୍ରୀତ୍ ବୁମରା ଓ ଟ୍ରେଣ୍ଟ ବୋଲ୍‌ଟଙ୍କ ଭଳି ବୋଲର ଥାଇ ମଧ୍ୟ ପଞ୍ଜାବ ବ୍ୟାଟର୍‌ଙ୍କୁ ରୋକିବାରେ ମୁମ୍ବାଇ ସଫଳ ହୋଇ ନଥିଲା। ଏଣୁ ଏଲିମିନେଟର୍ ଜିତିବାକୁ ହେଲେ ଦୁଇଟି ଯାକ ଦଳକୁ ନିଜ ପୂର୍ବ ଭୁଲ୍‌କୁ ସୁଧାରିବାକୁ ପଡ଼ିବ। ମୁମ୍ବାଇ ପାଇଁ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅସ୍ଥିର ପ୍ରଦର୍ଶନ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରି ନ ପାରିବାର ଅକ୍ଷମତା ଚିନ୍ତାର କାରଣ ହୋଇପାରେ। ଗୁଜରାଟ ପାଇଁ ତା' ଶୀର୍ଷକ୍ରମର ସଫଳତା ସବୁଠୁ ବେଶି ଗୁରୁତ୍ବବହନ କରିବ। ଏହି ଦଳର ବୋଲିଂ ବାହିନୀକୁ ମଧ୍ୟ ନିଜ ପୁରୁଣା ଚମକ ଫେରାଇ ଆଣିବାକୁ ହେବ।

ସମ୍ଭାବ୍ୟ ଗୁଜରାଟ ଟାଇଟନ୍ସ: ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), କୁଶଳ ମେଣ୍ଡିସ୍‌, ସେର୍ଫାନ ରଦରଫୋର୍ଡ, ଶାହରୁଖ ଖାନ୍, ରାହୁଲ ତିୱାତିଆ, ରସିଦ ଖାନ୍, ଜେରାଲ୍‌ଡ କୋଏତ୍‌ଜେ, ଅର୍ଶଦ ଖାନ୍, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଜନି ବେୟାର୍‌ଷ୍ଟୋ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଚରିଥ ଅସଲଙ୍କା/ ବେଭନ ଜ୍ୟାକବ୍ସ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ) , ନମନ ଧୀର, ମିଚେଲ ସାଣ୍ଟନର୍, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ୍ ବୁମ୍‌ରା, କର୍ଣ୍ଣ ଶର୍ମା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+