IPL 2025: ଆଜି ଡବଲ ହେଡ଼ର, କଲକାତା-ରାଜସ୍ଥାନ, ପଞ୍ଜାବ-ଲକ୍ଷ୍ନୌ ମୁକାବିଲା

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫ର ରବିବାର ଦୁଇଟି ମ୍ୟାଚ । ଇଡେନଗାର୍ଡେନରେ ଅପରାହ୍ଣ ୩ଟା୩୦ରେ କଲକାତା ନାଇଟ୍‌ ରାଇଡର୍ସ- ରାଜସ୍ଥାନ ରୟାଲ୍‌ସକୁ ଓ ଧର୍ମଶାଳାରେ ରାତି ୭ଟା୩୦ରେ ପଞ୍ଜାବ କିଙ୍ଗ୍‌ସ-ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସକୁ ଭେଟିବ।

ରାଜସ୍ଥାନ ରୟାଲ୍‌ସ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିସାରିଥିବାବେଳେ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଉକ୍ତ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଛି । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ କଲକାତା ୧୦ଟି ମ୍ୟାଚରୁ ୪ଟି ବିଜୟ, ୫ଟି ପରାଜୟ ଓ ଗୋଟିଏ ବାତିଲ ସହ ୯ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫ ଦୌଡ଼ରେ ତିଷ୍ଟି ରହିବାକୁ ହେଲେ ଉକ୍ତ ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି।

ରାଜସ୍ଥାନ ରୟାଲ୍‌ସ ୧୧ଟି ମ୍ୟାଚରୁ ୩ଟି ବିଜୟ ଓ ୮ଟି ପରାଜୟ ସହ ପ୍ଳେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଛି। ଦଳ ଅବଶିଷ୍ଟ ୩ଟି ମ୍ୟାଚ ସମ୍ମାନ ବଞ୍ଚାଇବା ଲକ୍ଷ୍ୟ ନେଇ ଖେଳିବ। ଦଳ ବିନା ଚାପରେ କଲକାତା ବିପକ୍ଷ‌ରେ ଖେଳିବାକୁ ଲକ୍ଷ୍ୟ ରଖିଛି। ଆହତ ପାଇଁ ଶେଷ ୪ଟି ମ୍ୟାଚରୁ ବାଦ୍‌ ପଡ଼ିଥିବା ସଞ୍ଜୁ ସାମସନ କଲକାତା ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ମ୍ୟାଚରେ ରାଜସ୍ଥାନର ୧୪ ବର୍ଷୀୟ ବ୍ୟାଟ୍‌ସମ୍ୟାନ ବୈଭବ ସୂର‌୍ୟ୍ୟବଂଶୀଙ୍କ ଉପରେ ନଜର ରହିବ। ପ୍ରଥମ ଚରଣ ମ୍ୟାଚରେ କଲକାତା ୮ ୱିକେଟରେ ରାଜସ୍ଥାନକୁ ପରାସ୍ତ କରିଥିଲା। ରାଜସ୍ଥାନ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି।

ipl 2025 Double header today

ସେହିପରି ପଞ୍ଜାବ କିଙ୍ଗ୍‌ସ ୧୦ଟି ମ୍ୟାଚରୁ ୬ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୩ ପଏଣ୍ଟ ପାଇଛି। ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ପଞ୍ଜାବ ପ୍ଲେ ଅଫ ନେଇ ସୁବିଧାଜନକ ସ୍ଥିତିରେ ରହିଛି। ତଥାପି ଉକ୍ତ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଚେଷ୍ଟା କରିବ। ବ୍ୟାଟିଂରେ ପ୍ରଭସିମ୍ରନ ସିଂହ, ପ୍ରିୟାଂଶ ଆର‌୍ୟ୍ୟ, ଶ୍ରେୟସ ଆୟର, ଶଶାଙ୍କ ସିଂହ, ନେହାଲ ୱାଧେରାଙ୍କ ସହ ଜୋଶ ଇଙ୍ଗଲିଶ ରହିଛନ୍ତି। ବୋଲିଂରେ ଅର୍ଶଦୀପ୍‌ ସିଂହ, ମାର୍କୋ ୟାନସେନ ଓ ଯୁଜୁବେନ୍ଦ୍ର ଚହଲ ବୋଲିଂ ବିଭାଗ ସମ୍ଭାଳୁଛନ୍ତି। ଚହଲ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

ଦଳ ଶେଷ ମ୍ୟାଚ‌େ‌ର ୪ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା। ବିଜୟ ଧାରାକୁ ଦଳ ବଜାୟ ରଖିବା ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପରଜିଆଣ୍ଟସ ୧୦ଟି ମ୍ୟାଚରୁ ୫ଟି ବିଜୟ ଓ ୫ଟି ପରାଜିତ ହୋଇଛି। ଦଳ ଉକ୍ତ ମ୍ୟାଚକୁ ଜିତି ପ୍ଲେ ଅଫ ଦୌଡ଼କୁ ମଜବୁତ କରିବାକୁ ଚେଷ୍ଟା କରିବ। ଦଳ ‌ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ୫୪ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ଓ ବୋଲିଂ ବିଭାଗରେ ଦଳର ଅସ୍ଥିର ପ୍ରଦର୍ଶନ ରହିଛି। ମୟଙ୍କ ଯାଦବ, ରବି ବିଷ୍ଣୋୟିଙ୍କ ଉପରେ ଦଳର ବୋଲିଂ ଭାର ନିର୍ଭର କରୁଛି। ବ୍ୟାଟିଂ କ୍ଷେତ୍ରରେ ଅଧିନାୟକ ଋଷଭ ପନ୍ତଙ୍କ ଦୁର୍ବଳ ଫର୍ମ ଜାରି ରହଛି। ନିକୋଲାସ ପୁରନ ଓ ମିଚେଲ ମାର୍ଶ ଗତ କିଛି ମ୍ୟାଚରେ ବ୍ୟାଟିଂରେ ବିଫଳ ହେଉଛନ୍ତି। ପଞ୍ଜାବ ବିପକ୍ଷରେ ପୂର୍ବ ଫର୍ମକୁ ଫେରିବା ନେଇ ମାର୍ଶ ଓ ପୁରନ ଆଶା ରଖିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ପଞ୍ଜାବ ୮ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା। ଲକ୍ଷ୍ନୌ ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବା ବେଳେ ପଞ୍ଜାବ ବିଜୟକୁ ବଜାୟ ରଖିବାକୁ ଉଦ୍ୟମ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+