ଆଜି ଡବଲ ହେଡର: ଗୁଜରାଟ-ଚେନ୍ନଇ, କଲକାତା-ହାଇଦରାବାଦ୍‌ ମୁକାବିଲା

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୬୭ତମ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ- ଚେନ୍ନଇ ସୁପରକିଙ୍ଗସକୁ ଓ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ୬୮ତମ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ- ସନରାଇଜର୍ସ ହାଇଦରାବାଦ୍‌କୁ ଭେଟିବ।

ଗୁଜରାଟ ଓ ଚେନ୍ନଇ ପାଇଁ ଏହା ଶେଷ ଲିଗ୍‌ ମ୍ୟାଚ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଚେନ୍ନଇ ୧୩ଟି ମ୍ୟାଚରୁ ୩ଟି ବିଜୟ ଓ ୧୦ଟି ପରାଜୟ ସହ ମାତ୍ର ୬ ପଏଣ୍ଟ ପାଇ ପ୍ଲେ ଅଫରୁ ବାଦ୍‌ ପଡ଼ିସାରିଛି । ଦଳ ଶେଷ ଲିଗ୍‌ ମ୍ୟାଚକୁ ଜିତି ଚଳିତ ସିଜିନର ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ସମ୍ଭବତଃ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଏହା ଶେଷ ଆଇପିଏଲ ବୋଲି ଆଶା କରାଯାଉଛି। କାରଣ ୨୦୨୬ ଆଇପିଏଲରେ ଧୋନି ଖେଳିବାର ଆଶା କମ ରହିଛି।

Gujarat-Chennai Kolkata-Hyderabad clash

ଏହି ଦୃଷ୍ଟିରୁ ଚେନ୍ନଇ ପ୍ରଶଂସକ ଧୋନିଙ୍କ ଖେଳ ଦେଖିବାର ସୁଯୋଗକୁ ହାତଛଡ଼ା କରିବେ ନାହିଁ। ପୂରା ଲିଗ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନଇ ପାଇଁ ଉକ୍ତ ମ୍ୟାଚ ମଧ୍ୟ ସହଜ ହେବା ନେଇ ମନେ କରାଯାଉନାହିଁ। ଅନ୍ୟପକ୍ଷରେ ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୧୩ଟି ମ୍ୟାଚରୁ ୯ଟି ବିଜୟ ଓ ୪ଟି ପରାଜୟ ସହ ୧୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ବଜାୟ ରଖିବା ନେଇ ଉଦ୍ୟମ କରିବ। ଦଳ ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ ନିକଟରୁ ୩୩ରନରେ ପରାଜିତ ହୋଇଥିଲା। ବୋଲିଂ ବିଫଳତା ପାଇଁ ଦଳ ପରାଜୟ ଭୋଗିଥିଲା। ଚେନ୍ନଇ ବିପକ୍ଷରେ ଶେଷ ମ୍ୟାଚ ପରାଜୟର ତ୍ରୁଟିକୁ ସୁଧାରି ବିଜୟ ନେଇ ପ୍ରୟାସ କରିବ।

ଅନ୍ୟପକ୍ଷରେ ପ୍ଲେ ଅଫରୁ ବାଦ୍‌ ପଡ଼ି ସାରିଥିବା ସନରାଇଜର୍ସ ହାଇଦରାବାଦ୍‌ ଓ କଲକାତା ନାଇଟ୍‌ ରାଇଡର୍ସ ଶେଷ ଲିଗ୍‌ ମ୍ୟାଚକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସନରାଇଜର୍ସ ହାଇଦରାବାଦ୍‌ ୧୩ଟି ମ୍ୟାଚରୁ ୫ଟି ବିଜୟ, ୭ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୧ ପଏଣ୍ଟ ପାଇ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି। ଦଳ କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚକୁ ଜିତି ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଦଳ ଶେଷ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ୪୨ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଥିଲା। ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଉଦ୍ୟମ କରିବ। କଲକାତା ନାଇଟ୍‌ ରାଇଡର୍ସ ୧୩ଟି ମ୍ୟାଚରୁ ୫ଟି ବିଜୟ, ୬ଟି ପରାଜୟ ଓ ୨ଟି ବାତିଲ ସହ ୧୨ ପଏଣ୍ଟ ପାଇଛି। ଡିଫେଣ୍ଡିଂ ଚମ୍ପିଆନ କଲକାତା ପ୍ଲେଅଫ ଦୌଡ଼ରୁ ବାଦ ପଡ଼ି ସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖି ଖେଳିବ । ପ୍ରଥମ ଚରଣ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ୮୦ରନରେ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଥିଲା। କଲକାତା ନିକଟରେ ପ୍ରତିଶୋଧ ନେଇ ସୁଯୋଗ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+